ଓଡ଼ିଶା-ଆନ୍ଧ୍ର ସୀମାରେ ଟ୍ରେନ ଦୁର୍ଘଟଣା: ସରିଲା ଉଦ୍ଧାର କାର୍ଯ୍ୟ, ଚାଲିଛି ଟ୍ରାକ ମରାମତି

The Sakala Picture
Published On

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ହୋଇଥିଲା।  ଟ୍ରେନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା କହିଛନ୍ତି ଇଷ୍ଟ କୋଷ୍ଟ ସିପିଆର୍‌ଓ । ଉଦ୍ଧାର କାର୍ଯ୍ୟ ସରିଛି ।  ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବଗି ତଳେ ନାହାନ୍ତି । ତଦନ୍ତ ଲାଗି ରେଲୱେ ସେଫ୍ଟି କମିଶନର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏଥିସହ […]

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ହୋଇଥିଲା।  ଟ୍ରେନ ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ସରିଥିବା କହିଛନ୍ତି ଇଷ୍ଟ କୋଷ୍ଟ ସିପିଆର୍‌ଓ । ଉଦ୍ଧାର କାର୍ଯ୍ୟ ସରିଛି ।  ଫସିଥିବା ସମସ୍ତଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟ କୌଣସି ବ୍ୟକ୍ତି ଦୁର୍ଘଟଣାଗ୍ରସ୍ତ ବଗି ତଳେ ନାହାନ୍ତି । ତଦନ୍ତ ଲାଗି ରେଲୱେ ସେଫ୍ଟି କମିଶନର ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏଥିସହ ଟ୍ରାକ ଉପରେ ପଡିଥିବା ବଗିକୁ ମଧ୍ୟ ଟ୍ରାକରୁ କଢା ଯାଇଛି।  ଟ୍ରାକ କମ ଜୋରଦାର ଚାଲିଛି। ୬ ଶରହରୁ ୮ ଶହ ଲୋକ ମରାମତି କାମରେ ଲାଗିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଟ୍ରେନ ଗଡ଼ିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ସମୁଦ୍ରରେ ଶତ୍ରୁଙ୍କୁ ଶେଷ କରିଦେବାର ରଣକୌଶଳ; ଓଡ଼ିଶା ଉପକୂଳରେ ମେଗା ସମରାଭ୍ୟାସ ସାଗର କବଚ-୨

ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶର ଭିଜୟାନଗରାମ ଜିଲ୍ଲାର ରେଳ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବାକୁ କହିଥିଲେ । ଆଜି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଆନ୍ଧ୍ରପ୍ରଦେଶର ଗତକାଲିର ଘଟିଥିବା ଟ୍ରେନ୍ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଡାକ୍ତରଖାନାରେ ଆହତମାନଙ୍କୁ ଭେଟିଥିଲେ। ଅତିରିକ୍ତ ସ୍ୱତନ୍ତ୍ର ରିଲିଫ୍ କମିଶନର ମଧ୍ୟ ମନ୍ତ୍ରୀଙ୍କ ସହ ରହିଥିଲେ। ଏହି ସମୟରେ ରାଜ୍ୟ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା AFO ଜେପୋରର ନେତୃତ୍ୱରେ ଦୁର୍ଘଟଣା ସ୍ଥଳକୁ ଏକ ଟିମ୍ ଏବଂ ସାମଗ୍ରୀ ପଠାଯାଇଥିଲା।

ଆହୁରି ପଢ଼ନ୍ତୁ: ପ୍ରେମିକା ଘରକୁ ଯାଇଥିବା ଯୁବକଙ୍କୁ ପିଟିପିଟି ଜିଅନ୍ତା ଜାଳିଦେଲେ ପରିବାର ଲୋକେ !

ତେବେ ଏହି ଦୁର୍ଘଟଣା ଯୋଗୁ ୪୫ ଟି ଟ୍ରେନ୍‌କୁ ବାତିଲ ବାତିଲ କରିଛି ରେଳ ବିଭାଗ। ଏଥିସହ ୨୨ଟିର ରୁଟ୍‌ ପରିବର୍ତ୍ତନ କରାଯାଇଥିବା ବେଳେ ୧୧ ଟ୍ରେନ୍‌କୁ ଆଶିଂକ ବାତିଲ କରାଯାଇଛି। ଦୁର୍ଘଟଣାରେ ୧୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଥିବା ଜଣାପଡ଼ିଛି। ଚିହ୍ନଟ ୧୧ ଜଣଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ୨ ମୃତକଙ୍କ ପରିଚୟ ମିଳିପାରିନାହିଁ । ଏଥିସହ ଲୋକୋ ପାଇଲଟ ଏସ୍‌ଏମ୍‌ଏସ୍ ରାଓ ଓ ଗାର୍ଡ ଏମ. ଶ୍ରୀନିବାସଙ୍କ ମୃତ ଘଟିଥିବା ଜଣାପଡ଼ିଛି। ଏ ନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି ହୋଇଛି। ମୋଟ୍ ୫୨ ଜଣ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୯ ଜଣ ଡିସଚାର୍ଜ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ରହିଛନ୍ତି। ୨୩ ଚିକିତ୍ସାଧୀନଙ୍କ ମଧ୍ୟରେ ୧୨ ପୁରୁଷ ଓ ୧୧ ମହିଳା ରହିଛନ୍ତି। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗ: ଲୋୟର ପିଏମ୍‌ଜିରେ ବିଜେଡିର ଜୋରଦାର ବିକ୍ଷୋଭ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର