ଜଳବାୟୁ କାର୍ଯ୍ୟକ୍ରମ ‘ରୂପାୟଣ’ : ‘ନିତି’ ଆୟୋଗର ନିରନ୍ତର ବିକାଶ ସୂଚକାଙ୍କରେ ଓଡ଼ିଶା ଦେଶରେ ଶ୍ରେଷ୍ଠ

The Sakala Picture
Published On

ନୂଆଦିଲ୍ଲୀ : ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମଡେଲ ଦେଶରେ ଉଦାହରଣୀୟ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଜାତିସଂଘଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ଓ ବିଶିଷ୍ଟ ଶିଳ୍ପପତିମାନେ ‘ୟସ୍‍’ ମୁକାବିଲାରେ ସଫଳତା ପାଇଁ ଓଡ଼ିଶଶକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ‘ନିତି’ ଆୟୋଗ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ଓ ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟକ୍ରମ ଉପରେ ଆଉ ଏକ ସ୍ୱୀକୃତିର ମୋହର ଲଗାଇଛି। ଗୁରୁବାର ‘ନିତି’ ଆୟୋଗ ପକ୍ଷରୁ ଜାରି ହୋଇଥିବା ତୃତୀୟ ସଂସ୍କରଣ […]

ନୂଆଦିଲ୍ଲୀ : ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମଡେଲ ଦେଶରେ ଉଦାହରଣୀୟ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଜାତିସଂଘଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ଓ ବିଶିଷ୍ଟ ଶିଳ୍ପପତିମାନେ ‘ୟସ୍‍’ ମୁକାବିଲାରେ ସଫଳତା ପାଇଁ ଓଡ଼ିଶଶକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ‘ନିତି’ ଆୟୋଗ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ଓ ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟକ୍ରମ ଉପରେ ଆଉ ଏକ ସ୍ୱୀକୃତିର ମୋହର ଲଗାଇଛି। ଗୁରୁବାର ‘ନିତି’ ଆୟୋଗ ପକ୍ଷରୁ ଜାରି ହୋଇଥିବା ତୃତୀୟ ସଂସ୍କରଣ ନିରନ୍ତର ବିକାଶ ଇଣ୍ଡେକ୍ସରେ ଓଡ଼ିଶା ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟକ୍ରମ ରୂପାୟଣରେ ଦେଶରେ ଶୀର୍ଷସ୍ଥାନ ଅଧିକାର କରିଛି। ୭୦ ପଏଣ୍ଟ ସହ ଓଡ଼ିଶା ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ଥିବାବେଳେ ଏହା ପଛକୁ କେରଳ (୬୯), ନାଗାଲାଣ୍ଡ (୬୯), ଗୁଜରାଟ (୬୭), ମିଜୋରାମ (୬୬) ଓ ସିକିମ୍‍ (୬୫) ଭଳି ରାଜ୍ୟ ରହିଛନ୍ତି। ଏ କ୍ଷେତ୍ରରେ ବିହାର ସବୁଠୁ ତଳେ ରହି ମାତ୍ର ୧୬ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୭୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି।

ଆହୁରି ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଆସୁଥିବା ବେଳେ ହେଲା ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ଗୁରୁତର

ବିଶେଷ ଭାବରେ ୫ଟି ପ୍ରମୁଖ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡ଼ିକୁ ପଏଣ୍ଟ ପ୍ରଦାନ କରାଯାଇଥାଏ। ପ୍ରଥମ ହେଉଛି ଜଳବାୟୁ ସଂକ୍ରାନ୍ତ ବିପତ୍ତିରେ ପ୍ରତି ୧ କୋଟି ଲୋକସଂଖ୍ୟା ଅନୁପାତରେ ପ୍ରାଣ ହରାଉଥିବା ଲୋକସଂଖ୍ୟା। ବିପର୍ଯ୍ୟୟ ସ୍ଥିରତା ସୂଚକାଙ୍କ ଅନୁସାରେ ମୁକାବିଲା ନିମନ୍ତେ ପଦକ୍ଷେପ, ମୋଟ ସ୍ଥାପିତ କ୍ଷମତା ମଧ୍ୟରୁ ଅକ୍ଷୟ ଶକ୍ତିର ଅନୁପାତ, ପ୍ରତି ୧୦୦୦ ଜନସଂଖ୍ୟାରେ ଏଲ୍‍ଇଡି ବଲ୍‍ବ ବ୍ୟବହାର କରି ଅଙ୍ଗାରକାମ୍ଳ ଗ୍ୟାସ୍‍ ସଞ୍ଚୟ ଓ ପ୍ରତି ୧୦୦୦୦ ଜନସଂଖ୍ୟାରେ ବାୟୁ ପ୍ରଦୂଷଣ ଆଦିକୁ ମାନକ ରୂପେ ଗ୍ରହଣ କରାଯାଇଥାଏ। ଏହି ମାନକରେ ଓଡ଼ିଶା ସବୁଠାରୁ ଶୀର୍ଷସ୍ଥାନ ଅଧିକାର କରିଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

୨୦୨୦ ସୁଦ୍ଧା ସାରା ଦେଶରେ ଏଲ୍‍ଇଡି ବଲ୍‍ବ ବଦଳାଯାଇଛି ଏବଂ ୩୮.୬ ନିୟୁତ ଟନ୍‍ କାର୍ବନ ଡାଇଅକ୍ସାଇଡ୍‍(ଅଙ୍ଗାରକାମ୍ଳ) ଉତ୍ପନ୍ନ ହେବାକୁ ରୋଗାଯାଇ ପାରିଛି। ଏହି ସାରଣୀରେ ମଧ୍ୟ ଓଡ଼ିଶା ସାରା ଦେଶରେ ଶୀର୍ଷସ୍ଥାନରେ ରହିଛି। ଓଡ଼ିଶା ସର୍ବାଧିକ ୫.୫ ନିୟୁତ ଟନ୍‍ ଅଙ୍ଗାରକାମ୍ଳକୁ ରୋକାଯାଇପାରିଛି। ଓଡ଼ିଶା ପଛକୁ ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରି ରାଜ୍ୟ ରହିଛି। ଅନ୍ୟପକ୍ଷରେ ୧ କୋଟି ଜନସଂଖ୍ୟା ତୁଳନାରେ ପାଣିପାଗ ସଂକ୍ରାନ୍ତ ବିପର୍ଯ୍ୟୟରେ ଜୀବନହାନି ସଂଖ୍ୟା ଓଡ଼ିଶାରେ ମାତ୍ର ୨୨.୭୮। ସେହିପରି ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ୫୦ରୁ ୨୨ ଓ ଅକ୍ଷୟ ଶକ୍ତି ପରିଚାଳନାରେ ଓଡ଼ିଶାକୁ ମୋଟ ୪୦ ନମ୍ବରରୁ ୩୧.୪୦ ନମ୍ବର ମିଳିଛି। ବାୟୁ ପ୍ରଦୂଷଣ ରୋକିବା କ୍ଷେତ୍ରରେ ମଧ୍ୟ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ୧୬ଟି ପ୍ରସଙ୍ଗରେ ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହି ସଂସ୍କରଣରେ ୧୭ଟି ଉଦ୍ଦେଶ୍ୟ, ୭୦ଟି ଲକ୍ଷ୍ୟ ଓ ୧୧୫ଟି ମାନକକୁ ଅନୁଧ୍ୟାନ କରାଯାଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଜାତିସଂଘ ସହଯୋଗରେ ଏହାକୁ ବିକଶିତ କରାଯାଇଛି ଓ ୨୦୧୮ ମସିହାରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଉଛି। ତେବେ ୨୦୨୦-୨୧ରେ ସବୁ ବିଷୟକୁ ନେଇ ପ୍ରସ୍ତୁତ ସାମଗ୍ରିକ ରିପୋର୍ଟରେ କେରଳ ୭୫ ପଏଣ୍ଟ ସହ ଦେଶରେ ଶୀର୍ଷସ୍ଥାନ ଅଧିକାର କରିଛି। ତାମିଲନାଡ଼ୁ ଓ ହିମାଚଳ ପ୍ରଦେଶ ଦ୍ୱିତୀୟ (୭୪ ପଏଣ୍ଟ), ଆନ୍ଧ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ଗୋଆ (୭୨ ପଏଣ୍ଟ) ସହ ତୃତୀୟ ସ୍ଥାନରେ ରହିଛନ୍ତି। ସାମଗ୍ରିକ ରିପୋର୍ଟରେ ଓଡ଼ିଶା ୬୧ ନମ୍ବର ପାଇଛି। ଓଡ଼ିଶା ତଳକୁ ଉତ୍ତରପ୍ରଦେଶ, ରାଜସ୍ଥାନ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଆସାମ, ଝାଡ଼ଖଣ୍ଡ ଓ ବିହାର ପରି ରାଜ୍ୟ ରହିଛନ୍ତି। ରିପୋର୍ଟ ଜାରି କରି ‘ନିତି’ ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର କହିଛନ୍ତି ଯେ ଏସ୍‍ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡ୍ୟାସ୍‍ବୋର୍ଡ଼ ମାଧ୍ୟମରେ ରାଜ୍ୟଗୁଡ଼ିକର ନିରନ୍ତର ବିକାଶକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି।

04 Jun 2021 By The Sakala

ଜଳବାୟୁ କାର୍ଯ୍ୟକ୍ରମ ‘ରୂପାୟଣ’ : ‘ନିତି’ ଆୟୋଗର ନିରନ୍ତର ବିକାଶ ସୂଚକାଙ୍କରେ ଓଡ଼ିଶା ଦେଶରେ ଶ୍ରେଷ୍ଠ

ନୂଆଦିଲ୍ଲୀ : ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ମଡେଲ ଦେଶରେ ଉଦାହରଣୀୟ ହୋଇଛି। ଆନ୍ତର୍ଜାତିକ ସ୍ତରରେ ଜାତିସଂଘଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ଓ ବିଶିଷ୍ଟ ଶିଳ୍ପପତିମାନେ ‘ୟସ୍‍’ ମୁକାବିଲାରେ ସଫଳତା ପାଇଁ ଓଡ଼ିଶଶକୁ ପ୍ରଶଂସା କରିଛନ୍ତି। ଏହି କ୍ରମରେ କେନ୍ଦ୍ର ସରକାରଙ୍କ ‘ନିତି’ ଆୟୋଗ ମଧ୍ୟ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ଓ ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟକ୍ରମ ଉପରେ ଆଉ ଏକ ସ୍ୱୀକୃତିର ମୋହର ଲଗାଇଛି। ଗୁରୁବାର ‘ନିତି’ ଆୟୋଗ ପକ୍ଷରୁ ଜାରି ହୋଇଥିବା ତୃତୀୟ ସଂସ୍କରଣ ନିରନ୍ତର ବିକାଶ ଇଣ୍ଡେକ୍ସରେ ଓଡ଼ିଶା ଜଳବାୟୁ ସଂକ୍ରାନ୍ତ କାର୍ଯ୍ୟକ୍ରମ ରୂପାୟଣରେ ଦେଶରେ ଶୀର୍ଷସ୍ଥାନ ଅଧିକାର କରିଛି। ୭୦ ପଏଣ୍ଟ ସହ ଓଡ଼ିଶା ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ସ୍ଥାନରେ ଥିବାବେଳେ ଏହା ପଛକୁ କେରଳ (୬୯), ନାଗାଲାଣ୍ଡ (୬୯), ଗୁଜରାଟ (୬୭), ମିଜୋରାମ (୬୬) ଓ ସିକିମ୍‍ (୬୫) ଭଳି ରାଜ୍ୟ ରହିଛନ୍ତି। ଏ କ୍ଷେତ୍ରରେ ବିହାର ସବୁଠୁ ତଳେ ରହି ମାତ୍ର ୧୬ ପଏଣ୍ଟ ପାଇଛି। ଅନ୍ୟପକ୍ଷରେ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୭୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି।

ବିଶେଷ ଭାବରେ ୫ଟି ପ୍ରମୁଖ ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡ଼ିକୁ ପଏଣ୍ଟ ପ୍ରଦାନ କରାଯାଇଥାଏ। ପ୍ରଥମ ହେଉଛି ଜଳବାୟୁ ସଂକ୍ରାନ୍ତ ବିପତ୍ତିରେ ପ୍ରତି ୧ କୋଟି ଲୋକସଂଖ୍ୟା ଅନୁପାତରେ ପ୍ରାଣ ହରାଉଥିବା ଲୋକସଂଖ୍ୟା। ବିପର୍ଯ୍ୟୟ ସ୍ଥିରତା ସୂଚକାଙ୍କ ଅନୁସାରେ ମୁକାବିଲା ନିମନ୍ତେ ପଦକ୍ଷେପ, ମୋଟ ସ୍ଥାପିତ କ୍ଷମତା ମଧ୍ୟରୁ ଅକ୍ଷୟ ଶକ୍ତିର ଅନୁପାତ, ପ୍ରତି ୧୦୦୦ ଜନସଂଖ୍ୟାରେ ଏଲ୍‍ଇଡି ବଲ୍‍ବ ବ୍ୟବହାର କରି ଅଙ୍ଗାରକାମ୍ଳ ଗ୍ୟାସ୍‍ ସଞ୍ଚୟ ଓ ପ୍ରତି ୧୦୦୦୦ ଜନସଂଖ୍ୟାରେ ବାୟୁ ପ୍ରଦୂଷଣ ଆଦିକୁ ମାନକ ରୂପେ ଗ୍ରହଣ କରାଯାଇଥାଏ। ଏହି ମାନକରେ ଓଡ଼ିଶା ସବୁଠାରୁ ଶୀର୍ଷସ୍ଥାନ ଅଧିକାର କରିଛି।

୨୦୨୦ ସୁଦ୍ଧା ସାରା ଦେଶରେ ଏଲ୍‍ଇଡି ବଲ୍‍ବ ବଦଳାଯାଇଛି ଏବଂ ୩୮.୬ ନିୟୁତ ଟନ୍‍ କାର୍ବନ ଡାଇଅକ୍ସାଇଡ୍‍(ଅଙ୍ଗାରକାମ୍ଳ) ଉତ୍ପନ୍ନ ହେବାକୁ ରୋଗାଯାଇ ପାରିଛି। ଏହି ସାରଣୀରେ ମଧ୍ୟ ଓଡ଼ିଶା ସାରା ଦେଶରେ ଶୀର୍ଷସ୍ଥାନରେ ରହିଛି। ଓଡ଼ିଶା ସର୍ବାଧିକ ୫.୫ ନିୟୁତ ଟନ୍‍ ଅଙ୍ଗାରକାମ୍ଳକୁ ରୋକାଯାଇପାରିଛି। ଓଡ଼ିଶା ପଛକୁ ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ପରି ରାଜ୍ୟ ରହିଛି। ଅନ୍ୟପକ୍ଷରେ ୧ କୋଟି ଜନସଂଖ୍ୟା ତୁଳନାରେ ପାଣିପାଗ ସଂକ୍ରାନ୍ତ ବିପର୍ଯ୍ୟୟରେ ଜୀବନହାନି ସଂଖ୍ୟା ଓଡ଼ିଶାରେ ମାତ୍ର ୨୨.୭୮। ସେହିପରି ବିପର୍ଯ୍ୟୟ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶା ୫୦ରୁ ୨୨ ଓ ଅକ୍ଷୟ ଶକ୍ତି ପରିଚାଳନାରେ ଓଡ଼ିଶାକୁ ମୋଟ ୪୦ ନମ୍ବରରୁ ୩୧.୪୦ ନମ୍ବର ମିଳିଛି। ବାୟୁ ପ୍ରଦୂଷଣ ରୋକିବା କ୍ଷେତ୍ରରେ ମଧ୍ୟ ଓଡ଼ିଶାର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି।

ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ୧୬ଟି ପ୍ରସଙ୍ଗରେ ଅନୁଧ୍ୟାନ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ। ଏହି ସଂସ୍କରଣରେ ୧୭ଟି ଉଦ୍ଦେଶ୍ୟ, ୭୦ଟି ଲକ୍ଷ୍ୟ ଓ ୧୧୫ଟି ମାନକକୁ ଅନୁଧ୍ୟାନ କରାଯାଇ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି। ଜାତିସଂଘ ସହଯୋଗରେ ଏହାକୁ ବିକଶିତ କରାଯାଇଛି ଓ ୨୦୧୮ ମସିହାରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଉଛି। ତେବେ ୨୦୨୦-୨୧ରେ ସବୁ ବିଷୟକୁ ନେଇ ପ୍ରସ୍ତୁତ ସାମଗ୍ରିକ ରିପୋର୍ଟରେ କେରଳ ୭୫ ପଏଣ୍ଟ ସହ ଦେଶରେ ଶୀର୍ଷସ୍ଥାନ ଅଧିକାର କରିଛି। ତାମିଲନାଡ଼ୁ ଓ ହିମାଚଳ ପ୍ରଦେଶ ଦ୍ୱିତୀୟ (୭୪ ପଏଣ୍ଟ), ଆନ୍ଧ୍ର, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ଗୋଆ (୭୨ ପଏଣ୍ଟ) ସହ ତୃତୀୟ ସ୍ଥାନରେ ରହିଛନ୍ତି। ସାମଗ୍ରିକ ରିପୋର୍ଟରେ ଓଡ଼ିଶା ୬୧ ନମ୍ବର ପାଇଛି। ଓଡ଼ିଶା ତଳକୁ ଉତ୍ତରପ୍ରଦେଶ, ରାଜସ୍ଥାନ, ଅରୁଣାଚଳ ପ୍ରଦେଶ, ମେଘାଳୟ, ଆସାମ, ଝାଡ଼ଖଣ୍ଡ ଓ ବିହାର ପରି ରାଜ୍ୟ ରହିଛନ୍ତି। ରିପୋର୍ଟ ଜାରି କରି ‘ନିତି’ ଆୟୋଗ ଉପାଧ୍ୟକ୍ଷ ଡଃ ରାଜୀବ କୁମାର କହିଛନ୍ତି ଯେ ଏସ୍‍ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡ୍ୟାସ୍‍ବୋର୍ଡ଼ ମାଧ୍ୟମରେ ରାଜ୍ୟଗୁଡ଼ିକର ନିରନ୍ତର ବିକାଶକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ଏହାକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର