ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ମାର୍ଗଦର୍ଶିକା ଜାରି, ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

The Sakala Picture
Published On

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଭୁବନେଶ୍ୱରରେ ଚଳିତବର୍ଷ ଦୁର୍ଗାପୂଜାରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ । ଭସାଣ ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନ କରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା, ପୂଜା ସୁବ୍ୟବସ୍ଥିତ କିଭଳି […]

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଭୁବନେଶ୍ୱରରେ ଚଳିତବର୍ଷ ଦୁର୍ଗାପୂଜାରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ । ଭସାଣ ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନ କରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା, ପୂଜା ସୁବ୍ୟବସ୍ଥିତ କିଭଳି ହେବ ତାହାକୁ ନେଇ ଆଲୋଚନା ହୋଇଛି। ପୂଜାକୁ କିପରି କ୍ରାଇମ-ଫ୍ରି କରାଯିବ ସେ ନେଇ ମଧ୍ୟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି।

ଆହୁରି ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍‌ ପ୍ରସଙ୍ଗରେ ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ ହେଉଛି । କଟକରେ ପୂଜା ମଣ୍ଡପ ସଂଖ୍ୟା ୧୬୮। ସହରରେ ହେଉଥିବା ପୂଜା ଓ ଭସାଣ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଲାଇସେନ୍ସ ପାଇବାରେ ସମସ୍ୟା ହେବ ନାହିଁ । ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଭୁବନେଶ୍ୱରର ତିନି ବିଧାୟକ, ଅଗ୍ନିଶମ, ୱାଟ୍କୋ, ଟାଟା ପାୱାର ଓ ଟ୍ରାଫିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

05 Oct 2023 By The Sakala

ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସର ମାର୍ଗଦର୍ଶିକା ଜାରି, ରାତି ୧୨ଟା ଯାଏଁ ଚାଲିବ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଦୁର୍ଗାପୂଜା ପାଇଁ କମିସନରେଟ୍ ପୁଲିସର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ ଦୁର୍ଗାପୂଜା ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଭୁବନେଶ୍ୱରରେ ଚଳିତବର୍ଷ ଦୁର୍ଗାପୂଜାରେ ରାତି ୧୨ଟା ଯାଏଁ ଜାରି ରହିବ ମେଲୋଡ଼ି । ରାତି ୧୦ଟା ପରିବର୍ତ୍ତେ ରାତି ୧୨ଟା ପର୍ଯ୍ୟନ୍ତ ମେଲୋଡ଼ି ଚାଲିବ । ଭସାଣ ବେଳେ ଭାଇବ୍ରେଟ୍ ମ୍ୟୁଜିକ ବ୍ୟବହାର ନ କରିବାକୁ ଅନୁରୋଧ କରିଛନ୍ତି ପୋଲିସ କମିଶନର । ପୂଜା ସମୟରେ ଆଇନଶୃଙ୍ଖଳା ବ୍ୟବସ୍ଥା, ପୂଜା ସୁବ୍ୟବସ୍ଥିତ କିଭଳି ହେବ ତାହାକୁ ନେଇ ଆଲୋଚନା ହୋଇଛି। ପୂଜାକୁ କିପରି କ୍ରାଇମ-ଫ୍ରି କରାଯିବ ସେ ନେଇ ମଧ୍ୟ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଉଛି।

ଚଳିତବର୍ଷ ରାଜଧାନୀ ଭୁବନେଶ୍ୱରରେ ଦୁର୍ଗାପୂଜାରେ ୧୮୩ ପୂଜା ମଣ୍ଡପ ହେଉଛି । କଟକରେ ପୂଜା ମଣ୍ଡପ ସଂଖ୍ୟା ୧୬୮। ସହରରେ ହେଉଥିବା ପୂଜା ଓ ଭସାଣ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ଲାଇସେନ୍ସ ପାଇବାରେ ସମସ୍ୟା ହେବ ନାହିଁ । ବୈଠକରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଭୁବନେଶ୍ୱରର ତିନି ବିଧାୟକ, ଅଗ୍ନିଶମ, ୱାଟ୍କୋ, ଟାଟା ପାୱାର ଓ ଟ୍ରାଫିକର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର