ଶିକ୍ଷାନୁଷ୍ଠାନଗୁଡ଼ିକୁ ୟୁଜିସିର ପରାମର୍ଶ: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ସମସ୍ୟା ହେବନି ସିଏଲ୍‌‌ସି

The Sakala Picture
Published On

ଭୁବନେଶ୍ୱର: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ନାମଲେଖା ନେଇ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପୁନଶ୍ଚ ମାର୍ଗଦର୍ଶିକା ଜାରି କରିଛି। ନାମଲେଖା ସମୟରେ ପିଲାମାନେ ବିଭିନ୍ନ ସମସ୍ୟାକୁ ସାମ୍ନା କରୁଥିବା ୟୁଜିସି ଦର୍ଶାଇ ଏହି ମାର୍ଗଦର୍ଶିକା ଜାରି କରିଛି। ୟୁଜିସି ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ଛାତ୍ରଛାତ୍ରୀ ନାମଲେଖାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷତଃ କଲେଜ ଲିଭିଂ ସାର୍ଟିଫିକେଟ୍‌‌ (ସିଏଲ୍‌‌ସି) ଓ ଚରିତ୍ର ପ୍ରମାଣପତ୍ର ଆଦି ପାଇଁ ପିଲାମାନେ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ଏକକାଳୀନ […]

ଭୁବନେଶ୍ୱର: ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ନାମଲେଖା ନେଇ ୟୁଜିସି (ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ପୁନଶ୍ଚ ମାର୍ଗଦର୍ଶିକା ଜାରି କରିଛି। ନାମଲେଖା ସମୟରେ ପିଲାମାନେ ବିଭିନ୍ନ ସମସ୍ୟାକୁ ସାମ୍ନା କରୁଥିବା ୟୁଜିସି ଦର୍ଶାଇ ଏହି ମାର୍ଗଦର୍ଶିକା ଜାରି କରିଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ୟୁଜିସି ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ବ୍ୟବସ୍ଥାରେ ଛାତ୍ରଛାତ୍ରୀ ନାମଲେଖାରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷତଃ କଲେଜ ଲିଭିଂ ସାର୍ଟିଫିକେଟ୍‌‌ (ସିଏଲ୍‌‌ସି) ଓ ଚରିତ୍ର ପ୍ରମାଣପତ୍ର ଆଦି ପାଇଁ ପିଲାମାନେ ନାମଲେଖାରୁ ବଞ୍ଚିତ ହେଉଛନ୍ତି। ବିଶ୍ୱବିଦ୍ୟାଳୟଗୁଡ଼ିକ ଏକକାଳୀନ ଦ୍ୱୈତ ଡିଗ୍ରି ପାଇଁ ପିଲାଙ୍କଠାରୁ ନାନା ଡକ୍ୟୁମେଣ୍ଟ ଆଦାୟ କରୁଥିବାବେଳେ ପିଲାଙ୍କୁ ବିଭିନ୍ନ ସମସ୍ୟାରେ ସମ୍ମୁଖୀନ ହେବାକୁ ପଡ଼ୁଛି। ୟୁଜିସି ଆହୁରି ମଧ୍ୟ ଦର୍ଶାଇଛି ଯେ, ଦ୍ୱୈତ ଡିଗ୍ରି ଅଧ୍ୟୟନ ବ୍ୟବସ୍ଥା ପାଇଁ ୟୁଜିସି ପକ୍ଷରୁ ବିଗତ ବର୍ଷ ଏପ୍ରିଲ୍‌‌ ୧୩ ତାରିଖରେ ଏକ ମାର୍ଗଦର୍ଶିକା ଜାରି ହୋଇଛି। ଉକ୍ତ ମାର୍ଗଦର୍ଶିକାକୁ ଅନୁକରଣ କରିବା ତଥା ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ତ୍ୱରିତ ଆରମ୍ଭ କରିବା ଦିଗରେ ପଦକ୍ଷେପ ପାଇଁ ପରାମର୍ଶ ଦେଇଛି। ଏନେଇ ୟୁଜିସି ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛି।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ନୂଆ ଶିକ୍ଷାନୀତି ଅନୁଯାୟୀ ଛାତ୍ରଛାତ୍ରୀ ଏକକାଳୀନ ଦୁଇଟି ଡିଗ୍ରି ହାସଲ କରି ପାରିବେ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ଏକ ସମୟରେ ଅଧ୍ୟୟନ କରିପାରିବେ। ତେବେ ଦୁଇଟି ରେଗୁଲାର୍‌‌ ପାଠ୍ୟକ୍ରମ ପାଇଁ ଅଲଗା ଅଲଗା କ୍ଲାସ ସମୟ ରହିବା ଆବଶ୍ୟକ। ଅର୍ଥାତ ଗୋଟିଏ କୋର୍ସ ପାଇଁ ସକାଳ ସମୟରେ କ୍ଲାସ ହେଉଥିଲେ ଅନ୍ୟଟି ସଂଧ୍ୟା ସମୟରେ ହେବା ଜରୁରୀ। ଅନ୍‌‌ଲାଇନ୍‌‌ ଓ ଦୂର ନିରନ୍ତର ପାଇଁ ସମୟର ପ୍ରତିବନ୍ଧକ ରହିବ ନାହିଁ। ଡିପ୍ଲୋମା, ୟୁଜି ଓ ପିଜି ଆଦି ଡିଗ୍ରି ସ୍ତରରେ ଏହି ବ୍ୟବସ୍ଥା ଲାଗୁ ହେବାକୁ ଥିବାବେଳେ ଏମଫିଲ୍‌‌ ଓ ପିଏଚ୍‌‌ଡିରେ ଦ୍ୱୈତ ଡିଗ୍ରି ବ୍ୟବସ୍ଥା ଲାଗୁ ହେବ ନାହିଁ ବୋଲି ୟୁଜିସି କହିଛି।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର