ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲା ଜାତିସଂଘ

The Sakala Picture
Published On

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା ଚାଲିଥିବା ବେଳେ  ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ପ୍ରାକୃତିକ ବିପରର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁବେଳେ ଫୋକସରେ ଥାଏ ଜିରୋ-କାଜୁଆଲଟି। ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ ପରିଚାଳନରେ ସବୁ ବେଳେ ବିପଦ ଆସିବା ଆଗରୁ ପଦକ୍ଷେପ ନେଇ ଜୀବନ ବଞ୍ଚାଇଥାନ୍ତି ମୁଖ୍ୟମନ୍ତ୍ରୀ। ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ […]

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା ଚାଲିଥିବା ବେଳେ  ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ପ୍ରାକୃତିକ ବିପରର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁବେଳେ ଫୋକସରେ ଥାଏ ଜିରୋ-କାଜୁଆଲଟି। ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ ପରିଚାଳନରେ ସବୁ ବେଳେ ବିପଦ ଆସିବା ଆଗରୁ ପଦକ୍ଷେପ ନେଇ ଜୀବନ ବଞ୍ଚାଇଥାନ୍ତି ମୁଖ୍ୟମନ୍ତ୍ରୀ। ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ ଜୀବନ ବଞ୍ଚାଇ ଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଡିଜାଷ୍ଟର ରିସ୍କ ରିଡକସନ୍‌ ବା  UNDRR ମୁଖ୍ୟ ମାମି ମିଜୁତୋରି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତିଯେ, ବିପର୍ଯ୍ୟୟ ସମୟରେ ବିପଦକୁ ସାମ୍ନା କରିବା ପାଇଁ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୂର୍ବ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯିବ ସେହି କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି ।  କେବଳ ସେତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ରାଜନୈତିକ ପ୍ରତିବଦ୍ଧତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ମାମି ମିଜୁଟୋରି । ୧୯୯୯ରେ ଓଡ଼ିଶାରେ ୯ ହଜାର ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ସେହି ପରିସ୍ଥିତି ରାଜ୍ୟରେ ପୁନର୍ବାର ସୃଷ୍ଟି ହୋଇନାହିଁ ।

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

 

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର