ବିପର୍ଯ୍ୟୟ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲା ଜାତିସଂଘ

The Sakala Picture
Published On

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା ଚାଲିଥିବା ବେଳେ  ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ପ୍ରାକୃତିକ ବିପରର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁବେଳେ ଫୋକସରେ ଥାଏ ଜିରୋ-କାଜୁଆଲଟି। ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ ପରିଚାଳନରେ ସବୁ ବେଳେ ବିପଦ ଆସିବା ଆଗରୁ ପଦକ୍ଷେପ ନେଇ ଜୀବନ ବଞ୍ଚାଇଥାନ୍ତି ମୁଖ୍ୟମନ୍ତ୍ରୀ। ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ […]

ନୂଆଦିଲ୍ଲୀ: ସାରା ବିଶ୍ୱରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଓ ମୁକାବିଲା ରଣନୀତିର ଚର୍ଚ୍ଚା ଚାଲିଥିବା ବେଳେ  ପୁଣି ଥରେ ଓଡ଼ିଶାକୁ ତାରିଫ କରିଛି ଜାତିସଂଘ । ପ୍ରାକୃତିକ ବିପରର୍ଯ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇଥାନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁବେଳେ ଫୋକସରେ ଥାଏ ଜିରୋ-କାଜୁଆଲଟି। ବିପର୍ଯ୍ୟୟ ହେଉ କିମ୍ବା ମହାମାରୀ ପରିଚାଳନରେ ସବୁ ବେଳେ ବିପଦ ଆସିବା ଆଗରୁ ପଦକ୍ଷେପ ନେଇ ଜୀବନ ବଞ୍ଚାଇଥାନ୍ତି ମୁଖ୍ୟମନ୍ତ୍ରୀ। ପ୍ରାକୃତିକ ବିପର୍ୟ୍ୟୟ ସମୟରେ ଦୃଢ ପଦକ୍ଷେପ ନେଇ ଲକ୍ଷାଧିକ ଜୀବନ ବଞ୍ଚାଇ ଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଡିଜାଷ୍ଟର ରିସ୍କ ରିଡକସନ୍‌ ବା  UNDRR ମୁଖ୍ୟ ମାମି ମିଜୁତୋରି ।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: ଲୋକସେବା ଭବନରେ ପ୍ରସ୍ତୁତି ବୈଠକ

ଜାତିସଂଘ ମୁଖ୍ୟ ମାମି ମିଜୁଟୋରି କହିଛନ୍ତିଯେ, ବିପର୍ଯ୍ୟୟ ସମୟରେ ବିପଦକୁ ସାମ୍ନା କରିବା ପାଇଁ କିଭଳି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହିତ ପୂର୍ବ ପ୍ରସ୍ତୁତିକୁ ଅଧିକ ଗୁରୁତ୍ୱ ଦିଆଯିବ ସେହି କ୍ଷେତ୍ରରେ ଓଡ଼ିଶା ଏକ ଉଦାହରଣ ସୃଷ୍ଟି କରିଛି ।  କେବଳ ସେତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପରିଚାଳନା ପାଇଁ ଆବଶ୍ୟକୀୟ ରାଜନୈତିକ ପ୍ରତିବଦ୍ଧତା ପ୍ରଦାନ କରିଛନ୍ତି ବୋଲି କହିଛନ୍ତି ମାମି ମିଜୁଟୋରି । ୧୯୯୯ରେ ଓଡ଼ିଶାରେ ୯ ହଜାର ଲୋକଙ୍କ ଜୀବନ ଯାଇଥିଲା । କିନ୍ତୁ ସେହି ପରିସ୍ଥିତି ରାଜ୍ୟରେ ପୁନର୍ବାର ସୃଷ୍ଟି ହୋଇନାହିଁ ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ୨୮ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି, ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ

 

ଆହୁରି ପଢ଼ନ୍ତୁ: ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର