ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ପତ୍ନୀଙ୍କ ଆତ୍ମହତ୍ୟା
ରାଜକନିକା : ରାଜକନିକା ଚେରଂଟପଡା ଗାଁର ଜଣେ ଯୁବକ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇ ଗତକାଲି ରାତିରେ ମୃତ୍ୟୁବରଣ କରିବାର ଖବର ପାଇଥିବା ସ୍ତ୍ରୀ ସ୍ୱାମୀର ଶବ ଆସିବା ଆଗରୁ ରଶି ଲଗାଇ ଆତ୍ମହତ୍ୟା କରିବା ଖବର ରାଜକନିକାରେ ଶୋକର ଛାୟା ଖେଳାଇ ଦେଇଛି । ବିବାହକୁ ବର୍ଷେ ପୂରିନି,ଜୀବନ ଭଲଭାବେ ଆରମ୍ବ ବି କରି ନ ଥିବା ନବଦମ୍ପତିଙ୍କ ଏଭଳି ଜୀବନହାନି ଖବର ଶୁଣି ଦେଖି କେହି ବି କୋହ ସମ୍ବରଣ କରି ପାରିବେ […]
ରାଜକନିକା : ରାଜକନିକା ଚେରଂଟପଡା ଗାଁର ଜଣେ ଯୁବକ ଏକ ସଡକ ଦୁର୍ଘଟଣାରେ ଶିକାର ହୋଇ ଗତକାଲି ରାତିରେ ମୃତ୍ୟୁବରଣ କରିବାର ଖବର ପାଇଥିବା ସ୍ତ୍ରୀ ସ୍ୱାମୀର ଶବ ଆସିବା ଆଗରୁ ରଶି ଲଗାଇ ଆତ୍ମହତ୍ୟା କରିବା ଖବର ରାଜକନିକାରେ ଶୋକର ଛାୟା ଖେଳାଇ ଦେଇଛି । ବିବାହକୁ ବର୍ଷେ ପୂରିନି,ଜୀବନ ଭଲଭାବେ ଆରମ୍ବ ବି କରି ନ ଥିବା ନବଦମ୍ପତିଙ୍କ ଏଭଳି ଜୀବନହାନି ଖବର ଶୁଣି ଦେଖି କେହି ବି କୋହ ସମ୍ବରଣ କରି ପାରିବେ ନାହିଁ । ଘଟଣାରୁ ପ୍ରକାଶ ଯେ, ରାଜକନିକା ଥାନା ଅନ୍ତର୍ଗତ ଚେରଂଟପଡା ଗାଁର ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ମଦନମୋହନ ତରାଇଙ୍କ ଏକମାତ୍ର ପୁଅ ମନୋଜ ତରାଇ ଦୈନିକ ନିଜ ଘରୁ ବାଇକରେ କର୍ମକ୍ଷେତ୍ର ଭଦ୍ରକକୁ ଯିବା ଆସିବା କରୁଥିଲେ । ଗତ ୨୫ ତାରିଖ ସଂଧ୍ୟାରେ ଭଦ୍ରକରୁ ଘରକୁ ଫେରୁଥିବା ବେଳେ ମନୋଜ ଚାନ୍ଦବାଲିର ମହୁଲିଆ ଛକରେ ବାଇକ ଧକ୍କାରେ ଗୁରୁତର ହୋଇ ପ୍ରଥମେ ରାଜକନିକା ଓ ପରେ କଟକ ସ୍ଥାନାନ୍ତର ହେବା ଏବଂ ଅତି ଗୁରୁତର ହେବାରୁ ସମ ଅଲଟିମେଟ କେୟାରରେ ଚିକିତ୍ସିତ ଥାଇ ଗତକାଲି ରାତିରେ ମୃତ୍ୟୁବରଣ କରିଥିଲେ । ଘରେ ଥିବା ନବବିବାହିତା ସ୍ତ୍ରୀ ସ୍ୱପ୍ନାରାଣୀ ତରାଇ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇ ଆଜି ସକାଳ ୧୧.୪୦ ବେଳେ ନିଜ ଶଶୁର ଘରେ ଆତ୍ମହତ୍ୟା କରିବା ଖବର ରାଜକନିକାକୁ ସ୍ତମ୍ଭୀଭୂତ କରି ଦେଇଛି । ଗତବର୍ଷ ଜାନୁଆରୀ ମାସରେ ବିବାହ ସଂପନ୍ନ ହୋଇଥିବା ଦମ୍ପତିଙ୍କ ମୃତ୍ୟୁରେ ବାପା ମଦନମୋହନ ଓ ତାଙ୍କ ପରିବାର ସଂପୂର୍ଣ୍ଣ ଭାଙ୍ଗିପଡିଥିବା ବେଳେ ଏଭଳି ଘଟଣା ସାରା ରାଜକନିକାକୁ ଶୋକରେ ବୁଡାଇ ଦେଇଛି । ପୁଅର ଶବ ଘରେ ପହଂଚିବା ପୁର୍ବରୁ ବୋହୁ ଶବ ପାଲଟିବା ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ନବଦମ୍ପତିଙ୍କ ଶବକୁ ଗୋଟିଏ ଜୁଇରେ ଚିତା ଲଗାଇଯିବାକୁ ପ୍ରକ୍ରିୟା ଜାରି ରହିଥିବା ବେଳେ ଘଟଣାଟି ସ୍ଥାନୀୟ ଅଂଚଳର ପରିବେଶକୁ ଗମ୍ଭୀର କରି ଦେଇଛି ।