ଆସୁଛି ବାତ୍ୟା ‘ୟଶ’: ହୋଇପାରେ ଭୀଷଣ ବା ଅତିଭୀଷଣ

The Sakala Picture
Published On

ଆଇଏମ୍‌ଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣିଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ତେବେ ବାତ୍ୟା ୟଶ କୁଆଡ଼େ ମୁହାଇଁଇବ ? ଓଡ଼ିଶା, ପଶ୍ଚିମବଙ୍ଗ ନା ବାଂଲାଦେଶ ? ବର୍ତ୍ତମାନ ସୁଦ୍ଧା ଆଇଏମଡି ପକ୍ଷରୁ ଗତିପଥ ଓ ଲ୍ୟାଣ୍ଡଫଲ ନେଇ କୌଣସି ସଠିକ୍ ପୂର୍ବାନୁମାନ କରାଯାଇନି । ୨୨ ତାରିଖରେ ଲଘୁଚାପ ବଳୟ ସୃଷ୍ଟି ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ […]

ଆଇଏମ୍‌ଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣିଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନରେ ଦୁଇ ଏସିଆଟିକ୍ ସିଂହ ଶାବକଙ୍କ ଜନ୍ମ: ମୋଟ ସିଂହ ସଂଖ୍ୟା ୨୪କୁ ବୃଦ୍ଧି

ତେବେ ବାତ୍ୟା ୟଶ କୁଆଡ଼େ ମୁହାଇଁଇବ ? ଓଡ଼ିଶା, ପଶ୍ଚିମବଙ୍ଗ ନା ବାଂଲାଦେଶ ? ବର୍ତ୍ତମାନ ସୁଦ୍ଧା ଆଇଏମଡି ପକ୍ଷରୁ ଗତିପଥ ଓ ଲ୍ୟାଣ୍ଡଫଲ ନେଇ କୌଣସି ସଠିକ୍ ପୂର୍ବାନୁମାନ କରାଯାଇନି । ୨୨ ତାରିଖରେ ଲଘୁଚାପ ବଳୟ ସୃଷ୍ଟି ପରେ ସ୍ପଷ୍ଟ ହେବ ବାତ୍ୟାର ଗତିପଥ ।

ଆହୁରି ପଢ଼ନ୍ତୁ: ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପିପିଲି ତହସିଲର ଦୁଇ ରାଜସ୍ୱ ଅଧିକାରୀ

ଶ୍ରୀ ଜେନାମଣି କହିଛନ୍ତି, ମେ’ ୨୨ରେ ସୃଷ୍ଟ ଲଘୁଚାପ ମେ’ ୨୪ରେ ବାତ୍ୟାରେ ରୂପାନ୍ତରିତ ହେବ। ଏହାର ପ୍ରଭାବରେ ମେ’ ୨୫ରେ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ। ବାତ୍ୟାର ପ୍ରଭାବ ଉତ୍ତର ଓଡ଼ିଶାର ଜିଲ୍ଲାମାନଙ୍କରେ ବେଶି ରହିବ। ୨୧ ତାରିଖରୁ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ଲଜ୍ଜା: ପଡ଼ୋଶୀ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ସମ୍ଭାବ୍ୟ ବାତ୍ୟା ‘ୟାସ’ର ମୁକାବିଲା କରିବା ପାଇଁ ଆଜି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଆଇଏମ୍‌ଡି ଡିଜି ଓ ବିଭିନ୍ନ ବିଭାଗର ସଚିବଙ୍କ ସହ ଏସ୍‌ଆର୍‌ସି ପ୍ରଦୀପ ଜେନା ଭିଡିଓ କନଫରେନ୍ସିଂ ଯୋଗେ ଆଲୋଚନା କରିଛନ୍ତି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଶ୍ରୀ ଜେନା ସୂଚନା ଦେଇଛନ୍ତି। ତା’ସହିତ ଏହି ସମ୍ଭାବ୍ୟ ବାତ୍ୟାକୁ ନେଇ ଆଗୁଆ ପଦକ୍ଷେପ ନେବାକୁ ସିଏମ୍‌ଓରୁ ନିର୍ଦ୍ଦେଶ ଆସିଥିବା ମଧ୍ୟ ଶ୍ରୀ ଜେନା ଟ୍ୱିଟ୍ କରି ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର