କୁଢ କୁଢ ଶବ ଭିତରେ ଭେଣ୍ଡିଆ ପୁଅକୁ ଖୋଜୁଛି ବୁଢା ବାପ, ଭାଇରାଲ ହେଉଛି ଟ୍ରେନ୍‌ ଦୁର୍ଘଟଣା ପର’ର ଏହି ଭିଡିଓ….

The Sakala Picture
Published On

ଭୁବନେଶ୍ବର : କାଲିର ସେହି କାଳ ରାତି ଯେଉଁ ଦୁଃଖ ଦେଇଯାଇଛି, ତାହା କେବଳ ଓଡ଼ିଶା,ପଶ୍ଚିମବଙ୍ଗ କି ତାମିଲନାଡୁ ନୁହେଁ ଭାରତ ସମେତ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ବାଲେଶ୍ବର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଯିଏ କେହିବି ଦେଖୁଛି ନିଜ କୋହ ସମ୍ଭାଳିପାରୁନାହିଁ। ସବୁଠୁ ଶକ୍ତିଶାଳୀ ଧାତୁ ଲୁହାରେ ନିର୍ମିତ ଟ୍ରେନ୍‌ ଯେପରି ପ୍ଲାଷ୍ଟିକ ଭଳି ମୋଡି ଭାଙ୍ଗିରୁଜି ପଡିଛି, ଆଉ ଜୀବନ ନେଇ ରେଳରେ ଚଢିଥିବା ମଣିଷମାନେ ପଥର ଭଳି […]

ଭୁବନେଶ୍ବର : କାଲିର ସେହି କାଳ ରାତି ଯେଉଁ ଦୁଃଖ ଦେଇଯାଇଛି, ତାହା କେବଳ ଓଡ଼ିଶା,ପଶ୍ଚିମବଙ୍ଗ କି ତାମିଲନାଡୁ ନୁହେଁ ଭାରତ ସମେତ ସାରା ବିଶ୍ବକୁ ସ୍ତବ୍ଧ କରିଦେଇଛି। ବାଲେଶ୍ବର ବାହାନଗାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାର ଛାତିଥରା ଦୃଶ୍ୟ ଯିଏ କେହିବି ଦେଖୁଛି ନିଜ କୋହ ସମ୍ଭାଳିପାରୁନାହିଁ। ସବୁଠୁ ଶକ୍ତିଶାଳୀ ଧାତୁ ଲୁହାରେ ନିର୍ମିତ ଟ୍ରେନ୍‌ ଯେପରି ପ୍ଲାଷ୍ଟିକ ଭଳି ମୋଡି ଭାଙ୍ଗିରୁଜି ପଡିଛି, ଆଉ ଜୀବନ ନେଇ ରେଳରେ ଚଢିଥିବା ମଣିଷମାନେ ପଥର ଭଳି ନିସ୍ତେଜ ହୋଇ ଏଣେ ତେବେ ବିଛାଡି ହୋଇ ପଡିଛନ୍ତି। କାହା ଦେହରୁ ରକ୍ତର ଧାର ଛୁଟୁଛି, ତ ଆଉ କାହା ହାତ ଗୋଡ ଭାଙ୍ଗି ଏକାକାର ହୋଇଯାଇଛି। ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିଲେ ଯିଏ କେହିବି କହି ଦେବ କେତେ ଭୟଙ୍କର ଥିଲା ଏହି ଦୁର୍ଘଟଣା। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୦୦୦ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ, କାରଣ ମେଡିକାଲରେ ଏବେ କିଛି ଲୋକବି ମରଣ ସହ ଲଢେଇ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ତେବେ ଏହି ଭୟଙ୍କର ଦୁର୍ଘଟଣା ପରେ ଏବେ ବହୁ ହୃଦୟବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେଉଁଠି ଟ୍ରେନ୍‌ ଟ୍ରାକରେ ଶବ ସବୁ ବିଛାଡି ହୋଇ ପଡିଛି, ତ ଆଉ କେଉଁଠି କେଉଁ ଲୋକର ହାତ ଗୋଡ ଅଲଗା ହୋଇଯାଇଛି। ଦୁର୍ଘଟଣା ପରେ ୧୦୦୦ରୁ ଉର୍ଦ୍ଧ୍ବ ଆହତଙ୍କୁ ମେଡିକାଲରେ ଭର୍ତ୍ତିକରାଯାଇଥିବା ବେଳେ ଏବେ ମୃତକଙ୍କ ଶବ ଚିହ୍ନଟ ଚ୍ୟାଲେଞ୍ଜ ପାଲଟିଛି। ଏହାରି ମଧ୍ୟରେ ବାଲେଶ୍ବର ବାହାନଗା ହାଇସ୍କୁଲ ପରିସରରୁ ଏକ ଛାତିକୁ ଥରାଇ ଦେଲାଭଳି ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବୃଦ୍ଧ ଶବ ଗୁଡିକ ମୁହଁରୁ ଧଳା କପଡା କାଢି ନିଜ ପୁଅକୁ ଖୋଜୁଛନ୍ତି। ଯାହା ଦେଖିଲେ ଯେ କେହିବି କାନ୍ଦି ପକାଇବ।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍


ବାଲେଶ୍ବର ବାହାନଗା ହାଇସ୍କୁଲ ପରିସରାରେ ଲାଇନ୍‌ ହୋଇ ପଡ଼ିଛି ମାଳ ମାଳ ଶବ । ଧଳା ଚାଦର ତଳେ ସବୁ ଦିନ ପାଇଁ ଶୋଇ ଯାଇଛି ଅନେକ ଜୀବନ । ଆଉ ସେହି ଚାଦର ଉଠାଇ ନିଜ ପୁଅକୁ ଖୋଜୁଛନ୍ତି ବୁଢା ବାପା । ଏହି ଦୃଶ୍ୟ ଯିଏ ଦେଖୁଛି ଆଖି ଛଳଛଳ ହୋଇଯାଉଛି । ବାସୁଦେବପୁର ସୁଗୋ ପଞ୍ଚାୟତର ଜଣେ ବୃଦ୍ଧ ଏହି ଭଳି ଗୋଟି ଗୋଟି କରି ଅନେକ ମୃତଦେହ ଉପରୁ ଚାଦର ଉଠାଇ ଆଶା ଆଶଙ୍କାରେ ମୁହଁ ଚିହ୍ନୁଛନ୍ତି । ପ୍ରତି ଥର ଚାଦର ଉଠାଇ କହୁଛନ୍ତି ମୋ ପୁଅ କୁଆଡେ ଗଲୁ । ଏନେଇ କେହି ଜଣେ ତାଙ୍କୁ ପ୍ରଶ୍ନ କରିବାରୁ ଲୁହ ଝରାଇ କହୁଛନ୍ତି, ‘‘କରମଣ୍ଡଳ ଏକ୍ସପ୍ରେସରେ ବସି ମୋ ପୁଅ ଆସୁଥିଲା। ବାଟରେ ଟ୍ରେନ୍ ଦୁର୍ଘଟଣା ହେଲା, ମୁଁ ଟିଭିରୁ ଜାଣିଲି ବାବୁ, ମୋ ପୁଅ ମିଳୁନି କାହାକୁ କହିଦିଅ ମୋ ପୁଅକୁ ଖୋଜିଦେବେ। ମୁଁ ବେଶୀ ପାଠ ପଢ଼ିନି, ମୋ ପୁଅର ଖବର ପାଇଲେ ଜଣାଇବ।’’

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର