ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀକୁ ମିଳିତ ଜାତିସଙ୍ଘର ଉଚ୍ଚ ପ୍ରଶଂସା

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଙ୍ଘ ଉଚ୍ଚ ପ୍ରଶଂସା କରିଛନ୍ତି । ଆସନ୍ନ ବାତ୍ୟା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବ୍ୟାପକ ସ୍ଥାନାନ୍ତର କରିବା ତଥା ଶୂନ୍ୟ ପ୍ରାଣହାନି ସହିତ ସରକାରୀ ବିଭାଗ ଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷାକରି ସଫଳତାର ସହ ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆମ […]

ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଙ୍ଘ ଉଚ୍ଚ ପ୍ରଶଂସା କରିଛନ୍ତି । ଆସନ୍ନ ବାତ୍ୟା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବ୍ୟାପକ ସ୍ଥାନାନ୍ତର କରିବା ତଥା ଶୂନ୍ୟ ପ୍ରାଣହାନି ସହିତ ସରକାରୀ ବିଭାଗ ଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷାକରି ସଫଳତାର ସହ ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆମ ରାଜ୍ୟ ସମ୍ମାନଜନକ ” ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ” ୨୦୨୩ ପୁରସ୍କାର ପାଇଛି । ନାଗରିକମାନଙ୍କୁ ବିପର୍ଯ୍ୟୟ ଗୁଡିକ ବିଷୟରେ ଆଗରୁ ସଜାଗ କରିବା ତଥା SMS ଦ୍ବାରା ସତର୍କ ବାର୍ତ୍ତା ପଠାଇବା ପାଇଁ ଉପକୂଳବର୍ତୀ ୧୨୨ ଟି ସ୍ଥାନରେ ଆଲର୍ଟ ସାଇରନ୍ ଟାୱାର ଗୁଡିକ ସ୍ଥାପିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟ ଙ୍କୁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ DAMPS ପୋର୍ଟାଲ ଦ୍ବାରା DBT ମାଧ୍ୟମରେ ଖୁବଶୀଘ୍ର ପ୍ରଦାନ କରାଯାଇପାରୁଛି । ଅଦ୍ୟାବଧୂ ଏହା ମାଧ୍ୟମରେ ୯ , ୮୧୬ ପରିବାରଙ୍କୁ ୩୮୭ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁ ମଲ୍ଲିକ ଆହତ, ୩ ପୋଲିସ କର୍ମଚାରୀ ବି ଆହତ

ଓଡ଼ିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ( ODRP ) ଅଧୀନରେ ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୧୬,୪୪୨ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ CSR ପାଣ୍ଠି ଅଧୀନରେ ୫୯ଟି ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ସାତଭାୟା ( ରାଜନଗର ତହସିଲ ) ଅଞ୍ଚଳର ବିସ୍ଥାପିତ ୫୭୧ ପରିବାରଙ୍କୁ ବଗାପାଟିଆ ଗ୍ରାମଠାରେ ଥଇଥାନ ନିମନ୍ତେ ୩୩ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଗୃହ ସହିତ ୨୦ ଟି ODRAF ୟୁନିଟକୁ ସଶକ୍ତ କରାଯାଇଛି । ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସାରେ ସହାୟତା ପାଇଁ ୩୨, ୬୩୩ ସଂଖ୍ୟକ ସ୍ଵେଚ୍ଛାସେବୀ ତାଲିମପ୍ରାପ୍ତ ହୋଇଛନ୍ତି । ବିପର୍ଯ୍ୟୟ ସମ୍ବନ୍ଧୀୟ ସତର୍କତା ପାଇଁ ‘ SATARK ‘ ମୋବାଇଲ୍ ଆପ୍ ବିକଶିତ ହୋଇଛି । ୧୦,୦୦୦ ଗ୍ରାମରେ ଗୋଷ୍ଠୀ ନେତୃତ୍ବାଧୀନ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି । ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ତାଲିମ ଦେବା ଏବଂ ଅନ୍ତର୍ଭୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ‘ ସ୍ବୟଂସିଦ୍ଧା ‘ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ମିଶନ୍ ଶକ୍ତି ବିଭାଗର ସହଯୋଗରେ ଏହା ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ କରାଯିବ ।

ଆହୁରି ପଢ଼ନ୍ତୁ: ସବୁ ରାତିରେ ଜଳୁଛି ବିଦ୍ୟୁତ୍‌ ଖୁଣ୍ଟ, ଘର ଭିତରେ ପଡୁଛି ନିଆଁ ଝୁଲ; ଭୟରେ କଲୋନୀ ବାସିନ୍ଦା

30 May 2023 By The Sakala

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପ୍ରଣାଳୀକୁ ମିଳିତ ଜାତିସଙ୍ଘର ଉଚ୍ଚ ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଙ୍ଘ ଉଚ୍ଚ ପ୍ରଶଂସା କରିଛନ୍ତି । ଆସନ୍ନ ବାତ୍ୟା ପୂର୍ବରୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବ୍ୟାପକ ସ୍ଥାନାନ୍ତର କରିବା ତଥା ଶୂନ୍ୟ ପ୍ରାଣହାନି ସହିତ ସରକାରୀ ବିଭାଗ ଗୁଡିକ ମଧ୍ୟରେ ସମନ୍ଵୟ ରକ୍ଷାକରି ସଫଳତାର ସହ ବିପର୍ଯ୍ୟୟ ପରିଚାଳନା କରିବା ପ୍ରଣାଳୀକୁ ମିଳିତ ଜାତିସଂଘ ଉଚ୍ଚ ପ୍ରଶଂସା କରିଛନ୍ତି । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆମ ରାଜ୍ୟ ସମ୍ମାନଜନକ ” ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ” ୨୦୨୩ ପୁରସ୍କାର ପାଇଛି । ନାଗରିକମାନଙ୍କୁ ବିପର୍ଯ୍ୟୟ ଗୁଡିକ ବିଷୟରେ ଆଗରୁ ସଜାଗ କରିବା ତଥା SMS ଦ୍ବାରା ସତର୍କ ବାର୍ତ୍ତା ପଠାଇବା ପାଇଁ ଉପକୂଳବର୍ତୀ ୧୨୨ ଟି ସ୍ଥାନରେ ଆଲର୍ଟ ସାଇରନ୍ ଟାୱାର ଗୁଡିକ ସ୍ଥାପିତ ହୋଇଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟ ଙ୍କୁ ଦିଆଯାଉଥିବା ଅନୁକମ୍ପାମୂଳକ ସହାୟତା ରାଶିକୁ DAMPS ପୋର୍ଟାଲ ଦ୍ବାରା DBT ମାଧ୍ୟମରେ ଖୁବଶୀଘ୍ର ପ୍ରଦାନ କରାଯାଇପାରୁଛି । ଅଦ୍ୟାବଧୂ ଏହା ମାଧ୍ୟମରେ ୯ , ୮୧୬ ପରିବାରଙ୍କୁ ୩୮୭ କୋଟି ୧୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

ଓଡ଼ିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ( ODRP ) ଅଧୀନରେ ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୧୬,୪୪୨ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ CSR ପାଣ୍ଠି ଅଧୀନରେ ୫୯ଟି ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ସାତଭାୟା ( ରାଜନଗର ତହସିଲ ) ଅଞ୍ଚଳର ବିସ୍ଥାପିତ ୫୭୧ ପରିବାରଙ୍କୁ ବଗାପାଟିଆ ଗ୍ରାମଠାରେ ଥଇଥାନ ନିମନ୍ତେ ୩୩ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଗୃହ ସହିତ ୨୦ ଟି ODRAF ୟୁନିଟକୁ ସଶକ୍ତ କରାଯାଇଛି । ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସାରେ ସହାୟତା ପାଇଁ ୩୨, ୬୩୩ ସଂଖ୍ୟକ ସ୍ଵେଚ୍ଛାସେବୀ ତାଲିମପ୍ରାପ୍ତ ହୋଇଛନ୍ତି । ବିପର୍ଯ୍ୟୟ ସମ୍ବନ୍ଧୀୟ ସତର୍କତା ପାଇଁ ‘ SATARK ‘ ମୋବାଇଲ୍ ଆପ୍ ବିକଶିତ ହୋଇଛି । ୧୦,୦୦୦ ଗ୍ରାମରେ ଗୋଷ୍ଠୀ ନେତୃତ୍ବାଧୀନ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯାଇଛି । ବିପର୍ଯ୍ୟୟ ପରିଚାଳନାକୁ ଶିକ୍ଷା ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ବିପର୍ଯ୍ୟୟ ପରିଚାଳନାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ ତାଲିମ ଦେବା ଏବଂ ଅନ୍ତର୍ଭୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ‘ ସ୍ବୟଂସିଦ୍ଧା ‘ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ମିଶନ୍ ଶକ୍ତି ବିଭାଗର ସହଯୋଗରେ ଏହା ଅନ୍ୟ ଜିଲ୍ଲାମାନଙ୍କରେ କାର୍ଯ୍ୟକାରୀ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର