ଆଜି ଆସିବ ମାଟ୍ରିକ ରେଜଲ୍ଟ : ଜାଣନ୍ତୁ କେମିତି ୱେବସାଇଟରେ କିମ୍ବା ଏସଏମଏସ୍ କରି ଜାଣିହେବ ପରୀକ୍ଷା ଫଳ

The Sakala Picture
Published On

ଭୁବନେଶ୍ବର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ସକାଳ ୭ ଟା ୩୦ ମିନିଟରେ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯାଇଛି । ଏହା ପରେ […]

ଭୁବନେଶ୍ବର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ସକାଳ ୭ ଟା ୩୦ ମିନିଟରେ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯାଇଛି । ଏହା ପରେ ପୂର୍ବାହ୍ନ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ ।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ଦିନ ୧୨ ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ (www.bseodisha.ac.in) ଏବଂ (bseodisha.nic.in)ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଇଣ୍ଟନନେଟ ସୁବିଧା ନଥିବ, ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ନିଜର ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ଏଥିନିମନ୍ତେ ମୋବାଇଲରୁ ଓଆର୧୦ ସହ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମସ କଲେ ଫଳାଫଳ ଜାଣିହେବ । ପରୀକ୍ଷା ଫଳ ବାହାରିବା ପରେ କିଛି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମ ନମ୍ବର ୦୬୭୧୨୪୧୫୪୬୦ ସହ ଛାତ୍ରଛାତ୍ରୀମାନେ ଯୋଗଯୋଗ କରିପାରିବେ ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ସୂଚନା ଦେଇଥିଲେ । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

18 May 2023 By The Sakala

ଆଜି ଆସିବ ମାଟ୍ରିକ ରେଜଲ୍ଟ : ଜାଣନ୍ତୁ କେମିତି ୱେବସାଇଟରେ କିମ୍ବା ଏସଏମଏସ୍ କରି ଜାଣିହେବ ପରୀକ୍ଷା ଫଳ

ଭୁବନେଶ୍ବର : ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ । ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସଚିବ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । ପ୍ରଥମେ ପରୀକ୍ଷା ପରିଚାଳନା କମିଟିର ଏକ ବୈଠକ ସକାଳ ୭ ଟା ୩୦ ମିନିଟରେ ଅନୁଷ୍ଠିତ ହୋଇ ପରୀକ୍ଷା ଫଳକୁ ଅନୁମୋଦନ କରାଯାଇଛି । ଏହା ପରେ ପୂର୍ବାହ୍ନ ୧୦ଟାରେ ରେଜଲ୍ଟ ପ୍ରକାଶ ପାଇବ ।

ଦିନ ୧୨ ଟା ଠାରୁ ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟରୁ ପରୀକ୍ଷା ଫଳ ଜାଣିପାରିବେ । ବୋର୍ଡର ଦୁଇଟି ୱେବସାଇଟ୍ (www.bseodisha.ac.in) ଏବଂ (bseodisha.nic.in)ରେ ଏହି ପରୀକ୍ଷା ଫଳ ଉପଲବ୍ଧ ହେବ । ଏହାବ୍ୟତୀତ ଯେଉଁ ଅଞ୍ଚଳରେ ଇଣ୍ଟନନେଟ ସୁବିଧା ନଥିବ, ସମ୍ପୃକ୍ତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଏସଏମଏସ ମାଧ୍ୟମରେ ନିଜର ପରୀକ୍ଷା ଫଳାଫଳ ବିଷୟରେ ଜାଣିପାରିବେ । ଏଥିନିମନ୍ତେ ମୋବାଇଲରୁ ଓଆର୧୦ ସହ ନିଜର ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମସ କଲେ ଫଳାଫଳ ଜାଣିହେବ । ପରୀକ୍ଷା ଫଳ ବାହାରିବା ପରେ କିଛି ଅସୁବିଧା ଥିଲେ କଣ୍ଟ୍ରୋଲ ରୁମ ନମ୍ବର ୦୬୭୧୨୪୧୫୪୬୦ ସହ ଛାତ୍ରଛାତ୍ରୀମାନେ ଯୋଗଯୋଗ କରିପାରିବେ ।

ଷ୍ଟେଟ ଓପନ ସ୍କୁଲ ଓ ମଧ୍ୟମା ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ସୂଚନା ଦେଇଥିଲେ । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୭୧୨ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି । ୩ ହଜାର ୨୧୮ଟି କେନ୍ଦ୍ରରେ ମାଟ୍ରିକ୍ ପରୀକ୍ଷା ହୋଇଥିଲା । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ପର୍ଯ୍ୟନ୍ତ ଚାଲିଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର