ରାଜ୍ଯରେ ଏବେ ଖୋଲିବନି ପ୍ରଥମରୁ ଅଷ୍ଟମ ଶ୍ରେଣୀ- ସମୀର ରଞ୍ଜନ ଦାଶ

The Sakala Picture
Published On

ଭୁବନେଶ୍ବର: ମହାରାଷ୍ଟ୍ର ଓ ଗୁଜୁରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଲକଡାଉନ୍ ମଧ୍ୟ ଫେରିଛି । କରୋନା ପୁଣି ଚିନ୍ତା ବଢେଇଥିବାରୁ ଏବେ ରାଜ୍ଯରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ ପଢା ପାଇଁ ବିଦ୍ଯାଳୟ  ଖୋଲିବନାହିଁ । ଏ ନେଇ ମଙ୍ଗଳବାର ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ସମ୍ପର୍କରେ ନୀତିଗତ ଭାବେ ନିଷ୍ପତ୍ତି ହୋଇନାହିଁ । […]

ଭୁବନେଶ୍ବର: ମହାରାଷ୍ଟ୍ର ଓ ଗୁଜୁରାଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଲକଡାଉନ୍ ମଧ୍ୟ ଫେରିଛି । କରୋନା ପୁଣି ଚିନ୍ତା ବଢେଇଥିବାରୁ ଏବେ ରାଜ୍ଯରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠ ପଢା ପାଇଁ ବିଦ୍ଯାଳୟ  ଖୋଲିବନାହିଁ । ଏ ନେଇ ମଙ୍ଗଳବାର ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ଯମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ସମ୍ପର୍କରେ ନୀତିଗତ ଭାବେ ନିଷ୍ପତ୍ତି ହୋଇନାହିଁ । ବଢୁଥିବା ସଂକ୍ରମଣକୁ ଦେଖି ପୁନର୍ବିଚାର କରାଯାଉଛି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ପ୍ରସ୍ତୁତ କରାଯାଉଛି । ଅଙ୍ଗନୱାଡି କେନ୍ଦ୍ର ଖୋଲିବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ଯନ୍ତ ସ୍କୁଲ ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ତେବେ କେତେ ତାରିଖରେ ସ୍କୁଲ ଖୋଲିବ ସେ ନେଇ କିଛି ଘୋଷଣା କରାଯାଇ ନ ଥିଲା । ପୂର୍ବରୁ ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିସାରିଛି । ଗତ ୧ ତାରିଖରୁ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟ ଖୋଲିଯାଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର