ଭୋକିଲା ରୋଗୀଙ୍କ ବନ୍ଧୁ : ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କ ଘରେ ମାଗଣାରେ ପହଞ୍ଚିବ ଖାଦ୍ୟ

The Sakala Picture
Published On

କୋଭିଡ୍‍ ଆକ୍ରାନ୍ତ ହୋଇ ଗୃହ ସଂଗରୋଧରେ ଥିବା ରୋଗୀଙ୍କ ପାଖରେ ସେବା ଯୋଗାଇଦେବା ପାଇଁ ଆଗକୁ ଆସିଛନ୍ତି କିଛି ଯୁବକ। ଏମିତି କିଛି ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଗୃହ ସଙ୍ଗରୋଧରେ ଥିବା କରୋନା ରୋଗୀଙ୍କ ପାଖରେ ପହଞ୍ଚାଉଛନ୍ତି ମାଗଣା ଖାଦ୍ୟ। ବିଶେଷକରି କରୋନାରେ ଆକ୍ରାନ୍ତ ହେବାପରେ ନିଜେ ରୋଷଇ କରି ଖାଇପାରୁ ନ ଥିବା ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସେମାନେ। ମନରେ ରୋଗକୁ ନେଇ ଭୟ ଆଶଙ୍କା ଥିଲେ ସୁଦ୍ଧା ସାଜିଛନ୍ତି ବିପଦ ବେଳର […]

କୋଭିଡ୍‍ ଆକ୍ରାନ୍ତ ହୋଇ ଗୃହ ସଂଗରୋଧରେ ଥିବା ରୋଗୀଙ୍କ ପାଖରେ ସେବା ଯୋଗାଇଦେବା ପାଇଁ ଆଗକୁ ଆସିଛନ୍ତି କିଛି ଯୁବକ। ଏମିତି କିଛି ସଙ୍ଗଠନ ଓ ବ୍ୟକ୍ତି ବିଶେଷ ଗୃହ ସଙ୍ଗରୋଧରେ ଥିବା କରୋନା ରୋଗୀଙ୍କ ପାଖରେ ପହଞ୍ଚାଉଛନ୍ତି ମାଗଣା ଖାଦ୍ୟ। ବିଶେଷକରି କରୋନାରେ ଆକ୍ରାନ୍ତ ହେବାପରେ ନିଜେ ରୋଷଇ କରି ଖାଇପାରୁ ନ ଥିବା ରୋଗୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ସେମାନେ। ମନରେ ରୋଗକୁ ନେଇ ଭୟ ଆଶଙ୍କା ଥିଲେ ସୁଦ୍ଧା ସାଜିଛନ୍ତି ବିପଦ ବେଳର ବନ୍ଧୁ। ଗୋଟିଏ ଫୋନ୍‍ କଲ୍‍ରେ ଗୃହ ସଂଗରୋଧ ରୋଗୀଙ୍କ ଘରେ ଯାଇ ପହଞ୍ଚୁଛି ଖାଦ୍ୟ। ଫିକି ଫ୍ଲୋ ଭୁବନେଶ୍ୱର ଏବଂ ସୋ ଆଇ ଫାଉଣ୍ଡେସନ୍‍ ଏବଂ ହଙ୍ଗର ଫ୍ରି ଓଡ଼ିଶା ପକ୍ଷରୁ ଏହି ନିଆରା ପଦକ୍ଷେପ ନିଆଯାଇଛି। ବିଶୁଦ୍ଧ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇଦିଆଯାଉଛି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

ଏକ ମୋବାଇଲ୍‍ ଆପ୍‍ ମାଧ୍ୟମରେ ଅର୍ଡର ନିଆଯାଇ ଖାଦ୍ୟ ଘରେ ପହଞ୍ଚାଇଦିଆଯାଉଛି। ଏକ ପ୍ୟାକେଟ୍‍ରେ ଭାତ, ଡାଲି, ପନିର୍‍, ତରକାରୀ, ରୁଟି, ସୋୟାବିନ୍‍ ଆଦି ଭଳି ସୁସ୍ୱାଦୁ ଖାଦ୍ୟ ରହୁଛି। ମଧ୍ୟାହ୍ନ ଭୋଜନ ସାଙ୍ଗକୁ ରାତ୍ରି ଭୋଜନ ପାଇଁ ମଧ୍ୟ ଖାଦ୍ୟର ବ୍ୟବସ୍ଥା କରି ଘରେ ପହଞ୍ଚାଇଦିଆଯାଉଛି। ମଧ୍ୟାହ୍ନ ସାଢେ ୧ଟା ଏବଂ ସନ୍ଧ୍ୟା ସାଢେ ୭ଟା ମଧ୍ୟରେ ଘର ବାହାରେ ନେଇ ଦେଇ ଆସୁଥିବା କ୍ଷୁଧାମୁକ୍ତ ଓଡ଼ିଶାର ପ୍ରତିଷ୍ଠାତା ପିନାକୀ ମହାନ୍ତି ସୂଚନା ଦେଇଛନ୍ତି। ଦିନକୁ କଟକ ଏବଂ ଭୁବନେଶ୍ୱରରେ ୨ଶହରୁ ଊର୍ଦ୍ଧ୍ବ ଲୋକଙ୍କ ଅର୍ଡର ଆସୁଛି। ଓଡ଼ିଶା ସୋସାଇଟି ଅଫ୍‍ ଆମେରିକାର ପୂର୍ବତନ ଅଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତି ଏବଂ ଉଦ୍ୟୋଗପତି ଧୀରେନ୍ଦ୍ର କରଙ୍କ ସହଯୋଗ ମଧ୍ୟ ରହିଛି। ପରିବାରର ସମସ୍ତ ସଦସ୍ୟ କରୋନା ଆକ୍ରାନ୍ତ ହୋଇ ରୋଷେଇ କରିପାରୁ ନ ଥିବାବେଳେ ସେମାନଙ୍କୁ ସାହାଯ୍ୟ କରିବା ଆମର ଦାୟିତ୍ୱ ବୋଲି କହିଛନ୍ତି ଏହାର ପ୍ରତିଷ୍ଠାତା ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

କରୋନାର ଏହି ଭୟାବହତା ସମୟରେ ବିଶେଷକରି ଯୁବଗୋଷ୍ଠୀ ହୁଅନ୍ତୁ ଅବା ଏକା ଏକା କୌଣସି ଯୁବକ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। କିଏ ନିଜ କମ୍ୟୁନିଟି ଲୋକଙ୍କୁ କରୋନା ସମ୍ପର୍କରେ ସଚେତନତା କରୁଥିବାବେଳେ କେହି କେହି କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ ସହଯୋଗ ଯୋଗାଇ ଦେବା ପାଇଁ ଅଣ୍ଟାଭିଡ଼ିଛନ୍ତି। ଏମିତି ଜଣେ ଯୁବକ ହେଉଛନ୍ତି ପ୍ରୟାସରଞ୍ଜନ ମିଶ୍ର। ପ୍ରୟାସ ୨ଦିନ ହେବ ୠୃହ ସଙ୍ଗରୋଧରେ ଥିବା ରୋଗୀଙ୍କ ଘରେ ଖାଦ୍ୟ ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସେ ନିଜେ ଖାଦ୍ୟ ପ୍ରସ୍ତୁତ କରି ଲୋକଙ୍କୁ ଯୋଗାଇବା ପାଇଁ ଦାୟିତ୍ୱ ନେଇଛନ୍ତି। କାହାକୁ ସମ୍ପୂର୍ଣ୍ଣ ସହଯୋଗର ହାତ ବଢ଼଼ାଇ ନ ପାରିଲେ ବି ଗୁଣ୍ଡୁଚି ମୂଷା ସାଜିବାର ମନୋବୃତ୍ତି ଆପଣାଇଛନ୍ତି।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ ଅନେକ ଲୋକ ଗୃହ ସଂଗରୋଧରେ ରହିଛନ୍ତି। କିଏ ରାନ୍ଧିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ ଆଉ କେହି ଦରକାରୀ ସାମଗ୍ରୀ ବାହାରୁ ଆଣିବାରେ ସମର୍ଥ ହୋଇପାରୁନାହାନ୍ତି। ସଙ୍ଗରୋଧରେ ଥିବାବେଳେ ଭୋକ ଉପାସରେ ଦିନ ନ କାଟିବା ପାଇଁ ଲୋକଙ୍କୁ ସହଯୋଗର ହାତ ବଢ଼଼ାଇଛନ୍ତି ପ୍ରୟାସ। ଏଥିପାଇଁ ତାଙ୍କର କାଫେ ‘ବଜି ଫ୍ଲେବର୍ସ’ ଓ ‘ଭଏସ୍‍ ଅଫ୍‍ ଭିକ୍‍ଟିମ୍‍’ର ମିଳିତ ସହଯୋଗରେ ଏହି ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। କେବଳ ଭୁବନେଶ୍ୱରରେ ସଙ୍ଗରୋଧରେ ଥିବା ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇବା ଆରମ୍ଭ କରିଛନ୍ତି ପ୍ରୟାସ ।

ସଙ୍ଗରୋଧରେ ଥିବା କୋଭିଡ୍‍ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଉଛି ନରୁଲା। ଭୁବନେଶ୍ୱର ୟୁନିଟ୍‍-୩ସ୍ଥିତ ରାମମନ୍ଦିର ପଛ ପାଖରେ ଥିବା ନରୁଲା ମିଠା ଦୋକାନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଏହି ମହାମାରୀ ସମୟରେ ଲୋକଙ୍କୁ ସହାୟତାର ହାତ ବଢ଼ାଇଛି ନରୁଲା। ଭୁବନେଶ୍ୱରରେ ଥିବା କରୋନାରେ ଆକ୍ରାନ୍ତ ହୋଇ କ୍ୱାରେଣ୍ଟାଇନ୍‍ରେ ଥିବା ଲୋକଙ୍କୁ ଖାଦ୍ୟ ଯୋଗାଇଦିଆଯାଉଛି।

ମଧ୍ୟାହ୍ନଭୋଜନ ଏବଂ ରାତ୍ରିଭୋଜନ ପାଇଁ ବ୍ୟବସ୍ଥା କରାଯାଉଛି। ଗୋଟିଏ କଲ୍‍ରେ ଘରେ ପହଞ୍ଚାଯାଉଛି ଖାଦ୍ୟ। ୯୭୭୬୦୪୪୪୨୮ ଏବଂ ୯୭୭୬୩୪୯୬୮୨ ନମ୍ବରରେ କଲ୍‍ କରି ଅର୍ଡର୍‍ କଲେ ସକାଳ ୧୧ଟା ଏବଂ ସନ୍ଧ୍ୟା ୬ଟା ସୁଦ୍ଧା ଶୁଦ୍ଧ ଶାକାହାରୀ ହାଇଜିକ୍‍ ଖାଦ୍ୟ ମାଗଣାରେ ଦିଆଯାଉଛି।

29 Apr 2021 By The Sakala

https://www.thesakala.in/latest-odisha-news/friend-of-hungry-patient/article-1883
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର