ଆଜିଠାରୁ ପୁରୁଷ ହକି ମହାକୁମ୍ଭ: ରାଉରକେଲାରେ ଆଜି ମ୍ୟାଚ୍‌ ଦେଖିବେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେବ ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ। କଟକର ବାରବାଟୀ ଷ୍ଟାଡିୟମ୍‌‌ରେ ବୁଧବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦ୍‌‌ଘାଟନ ପରେ ଏବେ ହକି ଷ୍ଟାଡିୟମ୍‌‌କୁ ଫେରିଛି ସମସ୍ତଙ୍କ ନଜର। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଓ ଅଷ୍ଟ୍ରେଲିଆ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ଅପରାହ୍ଣ […]

ଭୁବନେଶ୍ୱର: ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେବ ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ। କଟକର ବାରବାଟୀ ଷ୍ଟାଡିୟମ୍‌‌ରେ ବୁଧବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦ୍‌‌ଘାଟନ ପରେ ଏବେ ହକି ଷ୍ଟାଡିୟମ୍‌‌କୁ ଫେରିଛି ସମସ୍ତଙ୍କ ନଜର। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଓ ଅଷ୍ଟ୍ରେଲିଆ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚ୍‌‌ ଖେଳିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଭାରତ ଓ ସ୍ପେନ୍‌‌ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ। ମ୍ୟାଚ୍‌‌ ପରେ ସେ ଖେଳାଳିଙ୍କ ଲାଗି ନିର୍ମାଣ କରାଯାଇଥିବା କ୍ରୀଡ଼ାଗ୍ରାମ୍‌‌ (ଗେମ୍ସ ଭିଲେଜ) ରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ ଓ ରାଉରକେଲାର ନବନିର୍ମିତ ତଥା ଅତ୍ୟାଧୁନିକ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌‌ରେ ଏକସଙ୍ଗେ ଖେଳ ଅନୁଷ୍ଠିତ ହେବ। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ହେବାକୁ ଥିବା ଏହି ହକି ମହାସମରରେ ସେମାନଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଏଥିରେ ମୋଟ ୪୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିଲାବେଳେ କଳିଙ୍ଗରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ୍‌‌ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ରେ ଅତ୍ୟନ୍ତ ସଫଳତାର ସହ ୨୦୧୮ରେ ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜିତ ହେବା ପରେ ଦ୍ୱିତୀୟ ଥର ଏହାକୁ ଆୟୋଜନ କରିବାର ଅଧିକାର ହାସଲ କରିଛି। ଏଥିଲାଗି ଭୁବନେଶ୍ୱର ବ୍ୟତୀତ ରାଉରକେଲାରେ ଆଉ ଏକ ଅତ୍ୟାଧୁନିକ ତଥା ଏଫ୍‌‌ଆଇଏଚ୍‌‌ ଲେଭଲ-୧ ମାନ୍ୟତାପ୍ରାପ୍ତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌ ନିର୍ମାଣ କରାଯାଇଛି। ହକି ଖେଳକୁ ଏବଂ ଚଳିତ ବିଶ୍ୱକପ୍‌‌କୁ ଲୋକପ୍ରିୟ କରାଇବାକୁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ବିଶ୍ୱକପ୍‌‌ ଟ୍ରଫି ଭ୍ରମଣ, ବିଶ୍ୱ ତଥା ଭାରତୀୟ କିମ୍ବଦନ୍ତୀ ଖେଳାଳିଙ୍କୁ ବିଶ୍ୱକପ୍‌‌ ଦେଖିବା ଲାଗି ଆମନ୍ତ୍ରଣ, ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ (ଡଟ୍‌‌ଫେଷ୍ଟ ଆଦି) ଆୟୋଜନ କରାଯାଇ ଏହି ଟୁର୍ଣ୍ଣାମେଣ୍ଟକୁ ଏକ ମହୋତ୍ସବରେ ପରିଣତ କରିଛନ୍ତି। ଏହା ଫଳରେ ଓଡ଼ିଶା ବିଶ୍ୱରେ ଅନ୍ୟ ଦେଶମାନଙ୍କ ଲାଗି ଏକ ଉଦାହରଣ ସୃଷ୍ଟି କରିବାରେ ସମର୍ଥ ହୋଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

13 Jan 2023 By The Sakala

ଆଜିଠାରୁ ପୁରୁଷ ହକି ମହାକୁମ୍ଭ: ରାଉରକେଲାରେ ଆଜି ମ୍ୟାଚ୍‌ ଦେଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେବ ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ। କଟକର ବାରବାଟୀ ଷ୍ଟାଡିୟମ୍‌‌ରେ ବୁଧବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହି ମେଗା ଟୁର୍ଣ୍ଣାମେଣ୍ଟର ଉଦ୍‌‌ଘାଟନ ପରେ ଏବେ ହକି ଷ୍ଟାଡିୟମ୍‌‌କୁ ଫେରିଛି ସମସ୍ତଙ୍କ ନଜର। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମ୍‌‌ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍‌‌ ଦିନ ୧ଟାରେ ଓ ଅଷ୍ଟ୍ରେଲିଆ ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌‌ ଅପରାହ୍ଣ ୩ଟାରେ ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚ୍‌‌ ଖେଳିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଭାରତ ଓ ସ୍ପେନ୍‌‌ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ। ମ୍ୟାଚ୍‌‌ ପରେ ସେ ଖେଳାଳିଙ୍କ ଲାଗି ନିର୍ମାଣ କରାଯାଇଥିବା କ୍ରୀଡ଼ାଗ୍ରାମ୍‌‌ (ଗେମ୍ସ ଭିଲେଜ) ରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ ଓ ରାଉରକେଲାର ନବନିର୍ମିତ ତଥା ଅତ୍ୟାଧୁନିକ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍‌‌ରେ ଏକସଙ୍ଗେ ଖେଳ ଅନୁଷ୍ଠିତ ହେବ। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ହେବାକୁ ଥିବା ଏହି ହକି ମହାସମରରେ ସେମାନଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଏଥିରେ ମୋଟ ୪୪ଟି ମ୍ୟାଚ୍‌‌ ଖେଳାଯିବାକୁ ଥିଲାବେଳେ କଳିଙ୍ଗରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ୍‌‌ ଅନୁଷ୍ଠିତ ହେବ।

ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌‌ରେ ଅତ୍ୟନ୍ତ ସଫଳତାର ସହ ୨୦୧୮ରେ ଏଫ୍‌‌ଆଇଏଚ୍‌‌ ପୁରୁଷ ହକି ବିଶ୍ୱକପ୍‌‌ ଆୟୋଜିତ ହେବା ପରେ ଦ୍ୱିତୀୟ ଥର ଏହାକୁ ଆୟୋଜନ କରିବାର ଅଧିକାର ହାସଲ କରିଛି। ଏଥିଲାଗି ଭୁବନେଶ୍ୱର ବ୍ୟତୀତ ରାଉରକେଲାରେ ଆଉ ଏକ ଅତ୍ୟାଧୁନିକ ତଥା ଏଫ୍‌‌ଆଇଏଚ୍‌‌ ଲେଭଲ-୧ ମାନ୍ୟତାପ୍ରାପ୍ତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌ ନିର୍ମାଣ କରାଯାଇଛି। ହକି ଖେଳକୁ ଏବଂ ଚଳିତ ବିଶ୍ୱକପ୍‌‌କୁ ଲୋକପ୍ରିୟ କରାଇବାକୁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିଛନ୍ତି। ବିଶ୍ୱକପ୍‌‌ ଟ୍ରଫି ଭ୍ରମଣ, ବିଶ୍ୱ ତଥା ଭାରତୀୟ କିମ୍ବଦନ୍ତୀ ଖେଳାଳିଙ୍କୁ ବିଶ୍ୱକପ୍‌‌ ଦେଖିବା ଲାଗି ଆମନ୍ତ୍ରଣ, ବିଭିନ୍ନ ପ୍ରକାର ସାସ୍କୃତିକ କାର୍ଯ୍ୟକ୍ରମ (ଡଟ୍‌‌ଫେଷ୍ଟ ଆଦି) ଆୟୋଜନ କରାଯାଇ ଏହି ଟୁର୍ଣ୍ଣାମେଣ୍ଟକୁ ଏକ ମହୋତ୍ସବରେ ପରିଣତ କରିଛନ୍ତି। ଏହା ଫଳରେ ଓଡ଼ିଶା ବିଶ୍ୱରେ ଅନ୍ୟ ଦେଶମାନଙ୍କ ଲାଗି ଏକ ଉଦାହରଣ ସୃଷ୍ଟି କରିବାରେ ସମର୍ଥ ହୋଇଛି।

https://www.thesakala.in/latest-odisha-news/hockey-worldcup-starts-from-today/article-18090
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର