FIH Men’s Hockey World Cup 2023
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
‘୫-ଟି’ ସଚିବଙ୍କୁ ଏଫ୍ଆଇଏଚ୍ ପ୍ରେସିଡେଣ୍ଟ୍ ସମ୍ମାନ
Published On
By The Sakala
ଭୁବନେଶ୍ୱର: ‘୫-ଟି’ ସଚିବ ଭି କେ ପାଣ୍ଡାଆନଙ୍କୁ ହକି କ୍ଷେତ୍ରରେ ଅବଦାନ ପାଇଁ ଇଣ୍ଟରନ୍ୟାସନାଲ୍ ହକି ଫେଡେରେସନ୍ (ଏଫଆଇଏଚ୍) ପ୍ରେସିଡେଣ୍ଟ୍ ସମ୍ମାନରେ ସମ୍ମାନିତ କରାଯାଇଛି। ଏଫ୍ଆଇଏଚ୍ ସଭାପତି ତୟାବ ଇକ୍ରାମ ରବିବାର ଶ୍ରୀ ପାଣ୍ଡିଆନଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ‘୫-ଟି’ ସଚିବଙ୍କୁ ପ୍ରେସିଡେଣ୍ଟ୍ ଆୱାର୍ଡ ପ୍ରଦାନ କରି ଇକ୍ରାମ କହିଛନ୍ତି ଯେ, ବିଶ୍ୱସ୍ତରୀୟ ହକି ବିଶ୍ୱକପକୁ ସଫଳ ରୂପେ ଆୟୋଜନ କରିବା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଶ୍ରୀ ପାଣ୍ଡିଆନଙ୍କ ଯୋଗଦାନ ମଧ୍ୟ ଅତୁଳନୀୟ। […]
ହକି ବିଶ୍ବକପ୍ ୨୦୨୩ : ବେଲଜିୟମ୍କୁ ସୁଟ୍ଆଉଟ୍ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍ ହେଲା ଜର୍ମାନି
Published On
By The Sakala
ଭୁବନେଶ୍ବର : ବିଶ୍ବ ଚାମ୍ପିଅନ୍ ହେଲା ଜର୍ମାନି। ଓଡ଼ିଶାରେ ଖେଳାଯାଉଥିବା ୨୦୨୩ ହକି ପୁରୁଷ ବିଶ୍ବକପ୍ରେ ୨୦୧୮ ଚାମ୍ପିଅନ୍ ବେଲଜିୟମ୍କୁ ସୁଟ୍ଆଉଟ୍ରେ ପରାସ୍ତ କରି ବିଶ୍ବ ଚାମ୍ପିଅନ୍ ହୋଇଛି ଜର୍ମାନି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ବେଲଜିୟମ୍ ଓ ଜର୍ମାନି ମଧ୍ୟ କଡା ମୁକାବିଲା ହୋଇଥିଲା। ଉଭୟ ଦଳ ଜୋରଦାର ଲଢ଼େଇ କରି ୪ର୍ଥ କ୍ବାର୍ଟରେ ସୁଦ୍ଧା ୩-୩ ଗୋଲ୍ କରିଥିଲେ। ଶେଷରେ ମ୍ୟାଚର ଫଳାଫଳ ପାଇଁ ସୁଟ୍ଆଉଟ୍ର ସାହାରା ନିଆଯାଇଥିଲା। ଯେଉଁଥିରେ ଜର୍ମାନି […]
ହକି ବିଶ୍ବକପ୍ ୨୦୨୩: ଆଜି କଳିଙ୍ଗରେ ହେବ ସେମିଫାଇନାଲ ଟକ୍କର
Published On
By The Sakala
ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ଆଜି ସେମି ଟକ୍କର । କମ୍ପିବ କଳିଙ୍ଗ । ଫାଇନାଲ ଟିକେଟ ପାଇଁ ଟର୍ଫକୁ ଓହ୍ଲାଇବେ ୪ଟି ଟିମ୍ । ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ । ସାଢେ ୪ଟାରୁ କଳିଙ୍ଗରେ ହେବ ମୁକାବିଲା । ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ୍ । ଚଳିତ ବିଶ୍ୱକପରେ ଦଳ ଅପରାଜେୟ ରହିଛି । ସେହିପରି, ସନ୍ଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲରେ […]
ହକି ବିଶ୍ବକପ ୨୦୨୩: ସ୍ପେନକୁ ହରାଇ ସେମି ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ
Published On
By The Sakala
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ର ଅଷ୍ଟ୍ରେଲିଆ ପ୍ରଥମ ଦଳ ଭାବେ ସେମି ଫାଇନାଲ୍ରେ ପ୍ରବେଶ କରିଛି। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ଅଷ୍ଟ୍ରେଲିଆ ୪-୩ ଗୋଲ୍ରେ ସ୍ପେନ୍କୁ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲକୁ ପ୍ରବେଶ କରିଛି। ଅଷ୍ଟ୍ରେଲିଆ ଆସନ୍ତା ୨୭ ତାରିଖେ ସେମିଫାଇନାଲ ଖେଳିବ। ଆସନ୍ତାକାଲି ଇଂଲଣ୍ଡ ଓ ଜର୍ମାନି ମଧ୍ୟରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲର ବିଜେତା ଟିମ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।
ପୁରୁଷ ହକି ବିଶ୍ବକପ୍-୨୦୨୩: ପେନାଲ୍ଟି ସୁଟ ଆଉଟରେ ଆର୍ଜେଣ୍ଟିନାକୁ ହରାଇ କ୍ବାର୍ଟରରେ ପ୍ରବେଶ କଲା କୋରିଆ
Published On
By The Sakala
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ର ୪ର୍ଥ ତଥା ଶେଷ କ୍ରସ୍ ଓଭର ମ୍ୟାଚ୍ ଆର୍ଜେଣ୍ଟିନା ଓ କୋରିଆ ମଧ୍ଯରେ ଖେଳାଯାଇଥିଲା । ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ହୋଇଥିଲା । ୪ଟି କ୍ବାଟରରେ ଉଭୟଙ୍କ ଗୋଲ ୫ – ୫ରେ ବରାବର ହୋଇଥିଲା । ଏହାପରେ ପେନାଲ୍ଟି ସୁଟ ଆଉଟ ଖେଳାଯାଇଥିଲା। ଏହି ପେନାଲ୍ଟି ସୁଟ ଆଉଟରେ ଅର୍ଜେଟିନାକୁ ହରାଇଛି କୋରିଆ । ଏଥିସହ କୋରିଆ କ୍ବାଟରରେ ପହଞ୍ଚିଛି। ଆସନ୍ତା ୨୫ ତାରିଖରେ […]
ପୁରୁଷ ହକି ବିଶ୍ବକପ୍-୨୦୨୩: ୩ୟ କ୍ରସ୍ ଓଭର ମ୍ୟାଚ୍ରେ ଫ୍ରାନ୍ସକୁ ହରାଇ କ୍ବାଟରରେ ପ୍ରବେଶ କଲା ଜର୍ମାନୀ
Published On
By The Sakala
ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍-୨୦୨୩ର ୩ୟ କ୍ରସ୍ ଓଭର ମ୍ୟାଚ୍ରେ ଜର୍ମାନୀ ଦମଦାର ପ୍ରଦର୍ଶନ କରିଛି। ଫ୍ରାନ୍ସ ବିପକ୍ଷରେ ଜର୍ମାନୀ ବିଜୟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସୋମବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ଜର୍ମାନି ୫-୧ ଗୋଲ୍ରେ ଫ୍ରାନ୍ସକୁ ପରାସ୍ତ କରି କ୍ବାଟର ଫାଇନାଲ୍ରେ ପ୍ରବେଶ କରିଛି। ଜର୍ମାନୀ ଆସନ୍ତା ୨୫ ତାରିଖରେ ଇଂଲଣ୍ଡକୁ ମୁକାବିଲା କରିବ।
ହକି ବିଶ୍ବକପ୍ରେ ଭାରତର ଅଭିଯାନ ଶେଷ, କ୍ରସ୍ ଓଭର ମ୍ୟାଚର ପେନାଲ୍ଟି ସୁଟ୍ଆଉଟ୍ରେ ଜିତିଲା ନ୍ୟୁଜିଲାଣ୍ଡ
Published On
By The Sakala
ହକି ବିଶ୍ୱକପ: ପୁରୁଷ ହକି ବିଶ୍ବକପ୍-୨୦୨୩ରେ ଭାରତର ଅଭିଯାନ ଶେଷ ହୋଇଛି। ପେନାଲ୍ଟି ସୁଟ୍ଆଉଟ୍ରେ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆ ଏହି ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ କ୍ରସ ଓଭର ମ୍ୟାଚରେ ଉଭୟଙ୍କ ମଧ୍ଯରେ କଡା ଟକ୍କର ଦେଖିବାକୁ ମିଳିଥିଲା । ୪ର୍ଥ କ୍ବାର୍ଟର ଯାଏ ଦମଦାର ମ୍ୟାଚ ଦେଖିବାକୁ ମିଳିିଥିଲା । ଉଭୟ ଦଳ ୩ – ୩ ଗୋଲ ଦେଇ ମ୍ୟାଚକୁ ବରାବର କରିଥିଲେ। ପରେ ସୁଟଆଉଟ […]
ଆଜି ସୁପରସଣ୍ଡେର ହାଇଭୋଲଟେଜ ମ୍ୟାଚ୍ : କ୍ବାଟର ଫାଇନାଲ ଟିକଟ୍ ପାଇଁ କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ ଲଢେଇ
Published On
By The Sakala
ଭୁବନେଶ୍ୱର : ପ୍ଲେ ମେକର ହାର୍ଦ୍ଦିକ ସିଂ ଆହତ ଯୋଗୁ ଦଳରୁ ବାଦ୍। ପେନାଲ୍ଟି କର୍ଣ୍ଣରରୁ ଗୋଲ କରିବାରେ ଭାରତୀୟ ଖେଳାଳିଙ୍କ ଅସାମର୍ଥ୍ୟତା। ୱେଲ୍ସଠାରୁ ଶେଷ ଲିଗ୍ ମ୍ୟାଚ୍ରେ ଦୁଇଟି ଗୋଲ ବରଣ କରିବା ପରେ ରକ୍ଷଣଭାଗର ଦୁର୍ବଳତା ମଧ୍ୟରେ ଭାରତ କଳିଙ୍ଗ ଷ୍ଟାଡିୟମ୍ରେ ରବିବାର ନ୍ୟୁଜିଲାଣ୍ଡ ସହ ଚଳିତ ହକି ବିଶ୍ୱକପ୍ର ଦ୍ୱିତୀୟ କ୍ରସ୍ ଓଭର ମ୍ୟାଚ୍ ଖେଳିବାକୁ ଯାଉଛି। ଏହା ସତ୍ତ୍ବେ ଏହି ମ୍ୟାଚ୍ରେ ଭାରତକୁ ଫେବରିଟ୍ ବୋଲି ବିବେଚନା କରାଯାଇଛି। ଏହି ମ୍ୟାଚ୍ରେ […]
ହକି ବିଶ୍ବକପ୍ ୨୦୨୩ : ୭-୨ ଗୋଲ୍ରେ କୋରିଆକୁ ହରାଇଲା ଜର୍ମାନୀ
Published On
By The Sakala
ରାଉରକେଲା : ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚ୍ରେ କୋରିଆ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଜର୍ମାନୀ। ଆଜିର ମ୍ୟାଚରେ ପ୍ରଥମରୁ ଜର୍ମାନୀ କୋରିଆ ବିପକ୍ଷରେ ଆଟାକିଂ ଖେଳ ପଦର୍ଶନ କରିବା ସହ ୭-୨ ଗୋଲ୍ରେ ବିଜୟୀ ହୋଇଛି। ୱେଲେନ୍ ନିକଲାସ ଜର୍ମାନି ପକ୍ଷରୁ ସର୍ବାଧିକ ୩ଟି ଗୋଲ୍ ଦେଇଥିଲେ। ୱେଲେନ୍ ନିକଲାସ ୧, ୧୬ ଓ ୪୦ ମିନିଟରେ ଫିଲ୍ଡ ଗୋଲ୍ ଦେଇଥିଲେ। ସେହିପରି ଜର୍ମାନୀ ଦଳର […]
ବିଶ୍ୱକପ୍ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ
Published On
By The Sakala
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ FIH ସଭାପତି ତୟାବ ଇକ୍ରାମ । ରାଉରକେଲାରେ ଆୟୋଜିତ ପ୍ରେସମିଟରେ ପ୍ରଶଂସା କରିଛନ୍ତି । ହକି ବିଶ୍ୱକପ୍ ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି । ଏଥିପାଇଁ ଭାରତ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଶା ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଏଫଆଇଏଚ ସଭାପତି ତୟାବ ଇକ୍ରମ। ଓଡ଼ିଶାରେ ହକିର ଦୃଢ଼ ଭିତ୍ତିଭୂମି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକିର ପ୍ରଚାର […]
ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ହେବ କଡ଼ା ଟକ୍କର : ସନ୍ଧ୍ୟା ୭ଟାରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ମୁକାବିଲା
Published On
By The Sakala
ରାଉରକେଲା : ଘରୋଇ ସମର୍ଥକ ଓ ଘରୋଇ ଖେଳାଳିଙ୍କ ଦମ୍ ବଳରେ ଭାରତ ବିଜୟରୁ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ନବନିର୍ମିତ ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଭାରତ ୨-୦ ଗୋଲରେ ସ୍ପେନ୍କୁ ହରାଇ ୪୮ ବର୍ଷ ପରେ ପଦକ ଜିତିବାକୁ ଗୋଟିଏ ପାଦ ଅଗ୍ରସର ହୋଇଛି। ଏହି କ୍ରମରେ ରବିବାର ଏଠାରେ ଭାରତ ଅନ୍ୟତମ ଦାବିଦାର ଇଂଲଣ୍ଡ ସହ ଦ୍ୱିତୀୟ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍ରେ ଭାରତୀୟ ଦକ୍ଷତା ଓ ଆଶାର ଅସଲ ପରୀକ୍ଷା […]
ହକି ବିଶ୍ବକପ୍ ୨୦୨୩ : ଜାପାନକୁ ୩-୦ ଗୋଲରେ ହରାଇଲା ଜର୍ମାନୀ
Published On
By The Sakala
ଭୁବନେଶ୍ବର : ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ ୨୦୨୩ରେ ଆଜି ଖେଳା ଯାଇଥିବା ଅଷ୍ଟମ ମ୍ୟାଚ୍ରେ ଜାପାନ ବିପକ୍ଷରେ ଦମ୍ଦାର ବିଜୟ ହାସଲ କରି ଜର୍ମାନୀ ତାର ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜାପାନକୁ ୩-୦ ଗୋଲରେ ହରାଇଛି ଜର୍ମାନୀ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ମ୍ୟାଚରେ ଜର୍ମାନୀ ପ୍ରଥମରୁ ଭଲ ପଦର୍ଶନ କରିଆସୁଥିଲେ ମଧ୍ୟ ଗୋଲ କରିବାରେ ସକ୍ଷମ ହୋଇନଥିଲା। ଉଭୟ ଜର୍ମାନୀ ଓ ଜାପାନ ଦଳର ଖେଳାଳି ପ୍ରଥମ […]



