ବାରବାଟୀରେ ହକି ବିଶ୍ବକପ ଉଦ୍‌ଘାଟନୀ ଉତ୍ସବ ପାଇଁ ଆଜିଠୁ ଅନଲାଇନରେ ଟିକଟ ବିକ୍ରି, ଜାଣନ୍ତୁ କେତେ ରହିଛି ଟିକଟ୍‌ ଦାମ୍‌…..

The Sakala Picture
Published On

କଟକ : ମହାସମାରୋହରେ ପାଳନ କରାଯିବ ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବ। ବଲିଉଡ ତାରକା ରଣବୀର ସିଂହ, ଦିଶା ପଟାନୀ ଯୋଗଦେବେ। କୋରିଆନ୍‍ କେ-ପପ୍‍ ଗ୍ରୁପ ‘ବ୍ଲାକସ୍ୱାନ’ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ। ଜାନୁଆରୀ ୧୧ରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଠାରୁ ଟିକଟ ବିକ୍ରି କରାଯିବ। ଅନଲାଇନ୍‍ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ଟିକଟ ଉପଲବ୍ଧ ରହିବ। ଆଜି ଦିନ ୧୨ଟା ଠାରୁ ଦର୍ଶକମାନେ ଏହି ଟିକଟ କିଣିପାରିବେ। ଟିକଟ […]

କଟକ : ମହାସମାରୋହରେ ପାଳନ କରାଯିବ ହକି ବିଶ୍ୱକପ୍‍ର ଉଦ୍‍ଘାଟନୀ ଉତ୍ସବ। ବଲିଉଡ ତାରକା ରଣବୀର ସିଂହ, ଦିଶା ପଟାନୀ ଯୋଗଦେବେ। କୋରିଆନ୍‍ କେ-ପପ୍‍ ଗ୍ରୁପ ‘ବ୍ଲାକସ୍ୱାନ’ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ। ଜାନୁଆରୀ ୧୧ରେ କଟକର ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଆଜିଠୁ ଠାରୁ ଟିକଟ ବିକ୍ରି କରାଯିବ। ଅନଲାଇନ୍‍ ପ୍ଲାଟଫର୍ମ ପେଟିଏମ ଇନସାଇଡରରେ ଟିକଟ ଉପଲବ୍ଧ ରହିବ। ଆଜି ଦିନ ୧୨ଟା ଠାରୁ ଦର୍ଶକମାନେ ଏହି ଟିକଟ କିଣିପାରିବେ। ଟିକଟ ଦାମ୍ ୨୫୦ରୁ ୫୦୦ ଟଙ୍କା ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଲଗାତର ଦ୍ୱିତୀୟ ଥର ନିମନ୍ତେ ଓଡ଼ିଶାରେ ହକି ବିଶ୍ୱକପ୍‍ ଆୟୋଜନ ହେବାକୁ ଯାଉଛି। ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଦେଶର ଗୌରବ ଉଦ୍‍ଘାଟନୀ ଉତ୍ସବରେ ଦେଖିବାକୁ ମିଳିବ। ହକି ବିଶ୍ୱକପ୍‍ର ଖେଳ ଭୁବନେଶ୍ୱର ଓ ରାଉରକେଲାରେ ଜାନୁଆରୀ ୧୩ରୁ ଆରମ୍ଭ ହେବାକୁ ଥିଲାବେଳେ ଏହାର ଦୁଇ ଦିନ ଆଗରୁ ଅର୍ଥାତ୍‍ ଜାନୁଆରୀ ୧୧ରେ ଉଦ୍‍ଘାଟନୀ ଉତ୍ସବ କଟକର ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ। ଏହି ଉତ୍ସବରେ ନୃତ୍ୟ, ସଙ୍ଗୀତ, ସଂସ୍କୃତି ଓ ବୈଷୟିକ ଜ୍ଞାନ କୌଶଳର ମିଶ୍ରଣରେ ଏହା ପ୍ରତିଫଳିତ ହେବ। ଓଡ଼ିଆ କଳାକାରଙ୍କ ସମେତ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ସେଲିବ୍ରିଟି ଯୋଗ ଦେବେ। ଭାରତୀୟ ଏବଂ ୧୫ଟି ଦେଶରୁ ଆସିଥିବା ବିଦେଶୀ ଅତିଥିମାନେ ଉଦ୍‍ଘାଟନୀ ଉତ୍ସବରେ ହକି ଖେଳର ଉତ୍ସାହକୁ ମିଳିମିଶି ପାଳନ କରିବେ’ ବୋଲି ହକି ଇଣ୍ଡିଆ ସଭାପତି ତଥା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ପ୍ରେସବିବୃତ୍ତି ମାଧ୍ୟମରେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'


ହକି ବିଶ୍ୱକପ୍‍-୨୦୨୩ର ଗୀତ ପ୍ରସ୍ତୁତ କରିଥିବା ବଲିଉଡ୍‍ର ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଉତ୍ସବରେ ସାମିଲ ହେବେ। କଣ୍ଠଶିଳ୍ପୀ ବେନି ଦୟାଲ, ନୀତି ମୋହନ, ଲିସା ମିଶ୍ର, ଅମିତ ମିଶ୍ର, ଅନ୍ତରା ମିଶ୍ର, ଶ୍ରୀରାମଚନ୍ଦ୍ର, ନକ୍ସ ଅଜିଜ, ଶଲମାଲି ଖୋଲଗାଡେ, ଗାୟିକା ନମିତା ମେଲେକା ପ୍ରମୁଖ ଯୋଗଦେବେ। ବ୍ଲାକସ୍ୱାନ ଗ୍ରୁପରେ ଦେଖିବାକୁ ମିଳିବ ଓଡ଼ିଆ ଝିଅ ଶ୍ରୀୟା ଲେଙ୍କାଙ୍କୁ। ଏତଦ୍‍ବ୍ୟତୀତ ଉଦ୍‍ଘାଟନୀ ଉତ୍ସବରେ ଗୁରୁ ଅରୁଣା ମହାନ୍ତି, ଶିଆମକ ଦାଭର ନୃତ୍ୟ ପରିବେଷଣ କରିବେ। ଉଦଘାଟନୀ ଉତ୍ସବର କାର୍ଯ୍ୟକ୍ରମକୁ ‘ସେଲିବ୍ରେସନ’ର ଆଖ୍ୟା ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର