କର୍ଲାପାଟ ହାତୀ ମୃତ୍ୟୁ ଘଟଣା, ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷକ

The Sakala Picture
Published On

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ ସୋମବାର କାର୍ଯ୍ଯରେ ଅବହେଳା ନେଇ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରିଙ୍କୁ ନିଲମ୍ବିତ କରିଛି ପ୍ରାଣୀ ସମ୍ପଦ ବିଭାଗ । ସେପଟେ ହାତୀମୃତ୍ୟୁର କାରଣ ଖୋଜି କେନ୍ଦ୍ରୀୟ ଟିମ୍ ଫେରିଛି। କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର କାରଣ ୩ ଜଣିଆ ଟିମ୍ ଅନୁଧ୍ୟାନ କରିଛନ୍ତି । ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ଟିମ୍ । ଗତକାଲି ୩ ଜଣିଆ ଟିମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି […]

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ ସୋମବାର କାର୍ଯ୍ଯରେ ଅବହେଳା ନେଇ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରିଙ୍କୁ ନିଲମ୍ବିତ କରିଛି ପ୍ରାଣୀ ସମ୍ପଦ ବିଭାଗ । ସେପଟେ ହାତୀମୃତ୍ୟୁର କାରଣ ଖୋଜି କେନ୍ଦ୍ରୀୟ ଟିମ୍ ଫେରିଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର କାରଣ ୩ ଜଣିଆ ଟିମ୍ ଅନୁଧ୍ୟାନ କରିଛନ୍ତି । ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ଟିମ୍ । ଗତକାଲି ୩ ଜଣିଆ ଟିମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର, ଜାଖମ, ଘୁଷୁରୀ ଭଳି ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଛନ୍ତି । ଆସନ୍ତା ମାସେ ଯାଏଁ ସ୍ଥିତି ଉପରେ ନଜର ରଖିବ ଟିମ୍ । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍, ୨୫୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ତେବେ ଏହା କିପରି ଅଭୟାରଣ୍ୟର ହାତୀଙ୍କୁ ସଂକ୍ରମିତ କାଲା ତାକୁ ନେଇ ଅନୁଧ୍ୟାନ ଜାରି ରହିଛି । ଦେଶର ଅନ୍ୟ ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପ ଆବଶ୍ୟକ, ସେନେଇ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ଓ୍ୱାଇଲଡ୍‌ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟକୁ ରିପୋର୍ଟ ପ୍ରଦାନ କରିବ । କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ନେବେ ।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ସୂଚନା ଅନୁଯୟୀ, ଗତ ୨୦ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ୭ ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି ।

22 Feb 2021 By The Sakala

କର୍ଲାପାଟ ହାତୀ ମୃତ୍ୟୁ ଘଟଣା, ନିଲମ୍ବିତ ହେଲେ ପ୍ରାଣୀଧନ ନିରୀକ୍ଷକ

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ହାତୀ ମୃତ୍ୟୁ ଘଟଣାରେ ସୋମବାର କାର୍ଯ୍ଯରେ ଅବହେଳା ନେଇ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରିଙ୍କୁ ନିଲମ୍ବିତ କରିଛି ପ୍ରାଣୀ ସମ୍ପଦ ବିଭାଗ । ସେପଟେ ହାତୀମୃତ୍ୟୁର କାରଣ ଖୋଜି କେନ୍ଦ୍ରୀୟ ଟିମ୍ ଫେରିଛି।

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର କାରଣ ୩ ଜଣିଆ ଟିମ୍ ଅନୁଧ୍ୟାନ କରିଛନ୍ତି । ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ଟିମ୍ । ଗତକାଲି ୩ ଜଣିଆ ଟିମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର, ଜାଖମ, ଘୁଷୁରୀ ଭଳି ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଛନ୍ତି । ଆସନ୍ତା ମାସେ ଯାଏଁ ସ୍ଥିତି ଉପରେ ନଜର ରଖିବ ଟିମ୍ । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି ।

ତେବେ ଏହା କିପରି ଅଭୟାରଣ୍ୟର ହାତୀଙ୍କୁ ସଂକ୍ରମିତ କାଲା ତାକୁ ନେଇ ଅନୁଧ୍ୟାନ ଜାରି ରହିଛି । ଦେଶର ଅନ୍ୟ ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପ ଆବଶ୍ୟକ, ସେନେଇ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ଓ୍ୱାଇଲଡ୍‌ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟକୁ ରିପୋର୍ଟ ପ୍ରଦାନ କରିବ । କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ନେବେ ।

ସୂଚନା ଅନୁଯୟୀ, ଗତ ୨୦ ଦିନ ମଧ୍ୟରେ କର୍ଲାପାଟ ଅଭୟାରଣ୍ୟରେ ୭ ହାତୀଙ୍କ ମୃତ୍ୟୁ ହୋଇ ସାରିଲାଣି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର