ପଦ୍ମପୁର ଉପନିର୍ବାଚନ: ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି- ନବୀନ

The Sakala Picture
Published On

ପଦମପୁର: ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରଚାର ପାଇଁ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଲେ ନବୀନ । ଖାଲି ଏତିକି ନୁହେଁ ପଦମପୁରବାସୀଙ୍କୁ ଜୁହାର ଜଣାଇବା ସହ ଆପଣଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ସାମିଲ ହୋଇଛି ବୋଲି କହିଛନ୍ତି। କେନ୍ଦୁପତ୍ର ବୋନସ ଦେବାରେ ଆମ ରାଜ୍ୟ ସାରା ଭାରତ ବର୍ଷରେ ପ୍ରଥମ । ବିଜେଡି […]

ପଦମପୁର: ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରଚାର ପାଇଁ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଲେ ନବୀନ । ଖାଲି ଏତିକି ନୁହେଁ ପଦମପୁରବାସୀଙ୍କୁ ଜୁହାର ଜଣାଇବା ସହ ଆପଣଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ସାମିଲ ହୋଇଛି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

କେନ୍ଦୁପତ୍ର ବୋନସ ଦେବାରେ ଆମ ରାଜ୍ୟ ସାରା ଭାରତ ବର୍ଷରେ ପ୍ରଥମ । ବିଜେଡି ସରକାର ସବୁବେଳେ ଆପଣଙ୍କ ମଙ୍ଗଳପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ୟ୍ୟାୟରେ ୧ହଜାର ଓ ୧୫୦୦ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର, ପିଲାଙ୍କ ପାଠପଢାରେ ବିଜେଡି ସରକାର ସୁବିଧା ଯୋଗଇ ଦେଇଛି ଆଗକୁ ଆହୁରୀ ଅଧିକ ଦେବ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ । ଦୁଃଖର କଥା କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮% ଜିଏସଟି ଲଗାଉଛନ୍ତି ହେଲେ ସୁନା ଉପରେ ମାତ୍ର ୩ ପ୍ରତିଶତ ଜିଏସଟି ଲଗାଇଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଁ ଆପଣଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି, ଆପଣଙ୍କ ହକ୍ ପାଇଁ ଲଢିବି ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ବିଜେପି ନେତାମାନେ ଏହି ଅନ୍ୟାୟ ଉପରେ ମୁହଁ ଖୋଲିବେ ନାହିଁ । ଫସଲବୀମା ଯୋଜନା କେନ୍ଦ୍ରର ଯୋଜନା, ଏଥିରେ ରାଜ୍ୟ ସରକାର ୫୦ ପ୍ରତିଶତ ପ୍ରିମିୟମ ୬୩୦କୋଟି ଦେଉଛନ୍ତି । ପଦମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡି ରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନିଦ୍ରା ଭାଙ୍ଗିଲା ବୋଲି ପ୍ରକାଶ କରିଛନ୍ତି ନବୀନ ।

02 Dec 2022 By The Sakala

ପଦ୍ମପୁର ଉପନିର୍ବାଚନ: ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି- ନବୀନ

ପଦମପୁର: ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରଚାର ପାଇଁ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଲେ ନବୀନ । ଖାଲି ଏତିକି ନୁହେଁ ପଦମପୁରବାସୀଙ୍କୁ ଜୁହାର ଜଣାଇବା ସହ ଆପଣଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ସାମିଲ ହୋଇଛି ବୋଲି କହିଛନ୍ତି।

କେନ୍ଦୁପତ୍ର ବୋନସ ଦେବାରେ ଆମ ରାଜ୍ୟ ସାରା ଭାରତ ବର୍ଷରେ ପ୍ରଥମ । ବିଜେଡି ସରକାର ସବୁବେଳେ ଆପଣଙ୍କ ମଙ୍ଗଳପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ୟ୍ୟାୟରେ ୧ହଜାର ଓ ୧୫୦୦ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର, ପିଲାଙ୍କ ପାଠପଢାରେ ବିଜେଡି ସରକାର ସୁବିଧା ଯୋଗଇ ଦେଇଛି ଆଗକୁ ଆହୁରୀ ଅଧିକ ଦେବ ।

କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ । ଦୁଃଖର କଥା କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮% ଜିଏସଟି ଲଗାଉଛନ୍ତି ହେଲେ ସୁନା ଉପରେ ମାତ୍ର ୩ ପ୍ରତିଶତ ଜିଏସଟି ଲଗାଇଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଁ ଆପଣଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି, ଆପଣଙ୍କ ହକ୍ ପାଇଁ ଲଢିବି ।

ବିଜେପି ନେତାମାନେ ଏହି ଅନ୍ୟାୟ ଉପରେ ମୁହଁ ଖୋଲିବେ ନାହିଁ । ଫସଲବୀମା ଯୋଜନା କେନ୍ଦ୍ରର ଯୋଜନା, ଏଥିରେ ରାଜ୍ୟ ସରକାର ୫୦ ପ୍ରତିଶତ ପ୍ରିମିୟମ ୬୩୦କୋଟି ଦେଉଛନ୍ତି । ପଦମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡି ରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନିଦ୍ରା ଭାଙ୍ଗିଲା ବୋଲି ପ୍ରକାଶ କରିଛନ୍ତି ନବୀନ ।

https://www.thesakala.in/latest-odisha-news/naveen-targete-center-during-padmapur-bypoll-campaign/article-17010
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର