କଟକଣା ସତ୍ତ୍ବେ ଟ୍ରଲର୍‌ରେ ଚାଲିଛି ମାଛଧରା, ପ୍ରଭାବିତ ହୋଇପାରେ କଇଁଛଙ୍କ ଗଣଅଣ୍ଡାଦାନ

The Sakala Picture
Published On

ଭୁବନେଶ୍ୱର : ଉପକୂଳ ସମୁଦ୍ରରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ମଧ୍ୟରେ ଆନ୍ତରିକତା ଓ ସମନ୍ୱୟର ଅଭାବ ଯୋଗୁଁ ଏହି ସାମୁଦ୍ରିକ ଜଳଜୀବଙ୍କ ଜୀବନ ଓ ସଂସାର ଏବେ ସଙ୍କଟରେ। ଅଲିଭ୍‍ରିଡ୍‍ଲେଙ୍କ ଗଣଅଣ୍ଡାଦାନକୁ ସଫଳ କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଚଳିତ ନଭେମ୍ବର ପହିଲାରୁ ଆସନ୍ତାବର୍ଷ ମାର୍ଚ୍ଚ (୭ ମାସ ପାଇଁ) ପର୍ଯ୍ୟନ୍ତ ଉପକୂଳ ସମୁଦ୍ରରେ ମାଛଧରା ଉପରେ ନିଷେଧାଦେଶ ସତ୍ତ୍ବେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରେ ନିଧଡ଼କ ରାଜ୍‍ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ […]

ଭୁବନେଶ୍ୱର : ଉପକୂଳ ସମୁଦ୍ରରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ମଧ୍ୟରେ ଆନ୍ତରିକତା ଓ ସମନ୍ୱୟର ଅଭାବ ଯୋଗୁଁ ଏହି ସାମୁଦ୍ରିକ ଜଳଜୀବଙ୍କ ଜୀବନ ଓ ସଂସାର ଏବେ ସଙ୍କଟରେ। ଅଲିଭ୍‍ରିଡ୍‍ଲେଙ୍କ ଗଣଅଣ୍ଡାଦାନକୁ ସଫଳ କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଚଳିତ ନଭେମ୍ବର ପହିଲାରୁ ଆସନ୍ତାବର୍ଷ ମାର୍ଚ୍ଚ (୭ ମାସ ପାଇଁ) ପର୍ଯ୍ୟନ୍ତ ଉପକୂଳ ସମୁଦ୍ରରେ ମାଛଧରା ଉପରେ ନିଷେଧାଦେଶ ସତ୍ତ୍ବେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରେ ନିଧଡ଼କ ରାଜ୍‍ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ବେଆଇନ୍‍ ଟ୍ରଲର ଚାଳନାରେ ରୋକ୍‍ ଲାଗୁନି। ଫଳରେ ବିରଳ ଅଲିଭ୍‍ରିଡ୍‍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟତଃ କୋଷ୍ଟଗାର୍ଡଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଦଶମ ଶ୍ରେଣୀ ଛାତ୍ର ଥାନାରେ ଅଟକ

ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ସହିତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଓ କୋଷ୍ଟଗାର୍ଡର ଉତ୍ତର ଦାୟିତ୍ୱ ରହିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାଙ୍କୁ ନେଇ ପ୍ରତିବର୍ଷ ଉଚ୍ଚସ୍ତରୀୟ ବୈଠକ ବସିବା ସହ ଏଠାରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ସମ୍ପର୍କରେ ଖସଡ଼ା ପ୍ରସ୍ତୁତ ହୋଇଥାଏ। ମାତ୍ର ଚଳିତ ବର୍ଷ ଅଲିଭ୍‍ରିଡ୍‍ଲେଙ୍କ ଗଣଅଣ୍ଡାଦାନ ପାଇଁ ଲାଗୁଥିବା କଟକଣା ଅବଧି ଆରମ୍ଭ ହୋଇସାରିଥିଲେ ମଧ୍ୟ କୋଷ୍ଟଗାର୍ଡ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହୋଇଛି। ଯାହାର ଫାଇଦା ନେଇ ବେଆଇନ୍‍ ଟ୍ରଲର ମାଲିକମାନେ ସମୁଦ୍ରରୁ ମାଛଧରା ଜାରି ରଖିଛନ୍ତି। ଗତକାଲି (ଶନିବାର) ଦେବୀ ମୁହାଣରେ ପ୍ରାୟ ୫୦୦ ଊର୍ଦ୍ଧ୍ବ ଦେଶୀ ଡଙ୍ଗା ସହିତ ୧୫୦ରୁ ଊର୍ଦ୍ଧ୍ବ ଟ୍ରଲର ମାଛ ମାରିବା ପାଇଁ ସମୁଦ୍ର ମଧ୍ୟରେ ଥିବା ନଜରକୁ ଆସିଛି। ସରକାରୀ କଟକଣା ଅନୁଯାୟୀ ସମୁଦ୍ର ଉପକୂଳରୁ୨୦ କିମି. ମଧ୍ୟରେ ଟ୍ରଲର ପ୍ରବେଶ ନିଷେଧ ଥିଲେ ମଧ୍ୟ ଶନିବାରେ ଏହି ପରିଧି ମଧ୍ୟରେ ମାଛଧରା ଜାରି ରହିଥିଲା। ଏହି ସମୟରେ ପୁରୀ ଡିଏଫ୍‍ଓଙ୍କ ଏକ୍‍ ଟିମ୍‍ ଦେବୀ ମୁହାଣରୁ ଗୋଟିଏ ଟ୍ରଲରକୁ ଧରିବାରେ ସକ୍ଷମ ହୋଇଛି। ଏହି ଟ୍ରଲରକୁ ଜବତ କରାଯାଇଥିବା ବେଳେ ଟ୍ରଲରରୁ ୨୦ ଟ୍ରେ’ରୁ ଅଧିକ ମାଛ ଜବତ କରାଯାଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ଋଷିକୂଲ୍ୟା ମୁହାଣରେ ହେଉଥିବା ଗଣଅଣ୍ଡାଦାନସ୍ଥଳୀ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା ବ୍ୟତୀତ ଗୋପାଳପୁର କୋଷ୍ଟଗାର୍ଡ ୟୁନିଟ୍‍କୁ ଆବଶ୍ୟକ ହେଲେ ଖବର ଦିଆଯାଉଛି ଓ ସେମାନେ ପାଟ୍ରୋଲିଂ କରୁଥିବା ସୂଚନା ମିଳିଛି। ସମାନ ଭାବେ ଗହୀରମଥା ଅଣ୍ଡାଦାନସ୍ଥଳୀ ପାଇଁ ବନ ବିଭାଗୀୟ ଅଧିକାରୀଙ୍କ ହାତରେ ଅଭୟାରଣ୍ୟ ନିୟମ (ସାଙ୍କ୍‍ଚୁଆରୀ ଆକ୍ଟ) ଅଧୀନରେ କ୍ଷମତା ରହୁଛି। ଯାହାଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଭୟରେ ଏହି ଦୁଇ ସ୍ଥାନରେ ବିଶେଷ ନିୟମ ଉଲ୍ଲଙ୍ଘନ ହୋଇପାରୁ ନ ଥିବା ସୂଚନା ମିଳିଛି। ମାତ୍ର ଦେବୀ ମୁହାଁଣରେ ନିୟମ କାନୁନ୍‍କୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଉଛି। କୋଷ୍ଟଗାର୍ଡ଼ର ସହାୟତା ମିଳୁ ନ ଥିବାରୁ ବନ ବିଭାଗ ଏ ସବୁ ଦେଖି ମଧ୍ୟ ଅସହାୟ ଅବସ୍ଥାରେ ରହିଛି।

ଆହୁରି ପଢ଼ନ୍ତୁ: ବାର୍ଷିକ ରିଭିଜନରେ ଓଡ଼ିଶାର ୧୦ ଲକ୍ଷ ଭୋଟରଙ୍କ ନାମ ବାଦ୍‌; ନିର୍ବାଚନ କମିସନଙ୍କ କାର୍ଯ୍ୟକୁ ନେଇ ବିଜେଡିର ସନ୍ଦେହ

ଦେବୀ ମୁହାଣରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଯୁବ ପରିବେଶବିତ୍‍ ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି ଯେ କୋଷ୍ଟଗାର୍ଡ ଯଦି ମାସକୁ ୩ ଥର ପାଟ୍ରୋଲିଂ କରେ, ତା’ହେଲେ ବେଆଇନ୍‍ ଟ୍ରଲର ଚାଳନାରେ ରୋକ୍‍ ଲାଗିପାରନ୍ତା। ବନ ବିଭାଗର ପାଟ୍ରୋଲିଂକୁ ମତ୍ସ୍ୟଜୀବୀମାନେ ଖାତିର କରୁ ନାହାନ୍ତି। ସମୁଦ୍ର ମଧ୍ୟରେ ବନ ବିଭାଗ ତୁଳନାରେ କୋଷ୍ଟଗାର୍ଡ ଯଥେଷ୍ଟ ଅଧିକ ପ୍ରଭାବୀ। ମତ୍ସ୍ୟଜୀବୀଙ୍କ ସଙ୍ଘବଦ୍ଧ ଆକ୍ରମଣ ଭୟରେ ମଧ୍ୟ ସ୍ୱେଚ୍ଛାସେବୀମାନେ କଇଁଛଙ୍କ ସୁରକ୍ଷା ପାଇଁ ଯିବାକୁ ଡରୁଛନ୍ତି। ଅପରପକ୍ଷରେ ସାମୁଦ୍ରିକ ଜୀବଙ୍କୁ ଧରୁଥିବା ମତ୍ସ୍ୟଜୀବୀଙ୍କ ବିରୋଧରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହେଉ ନ ଥିବାରୁ ଏହି କାର୍ଯ୍ୟରେ ରୋକ୍‍ ଲାଗି ପାରୁନି। ତେଣୁ କଟକଣା ଅବଧିରେ ସବୁ ଅଣ୍ଡାଦାନସ୍ଥଳୀ ପାଇଁ ‘ସାଙ୍କ୍‍ଚୁଆରୀ ଆକ୍ଟ’ ଲାଗୁ କରାଯିବା ଉଚିତ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

21 Nov 2022 By The Sakala

କଟକଣା ସତ୍ତ୍ବେ ଟ୍ରଲର୍‌ରେ ଚାଲିଛି ମାଛଧରା, ପ୍ରଭାବିତ ହୋଇପାରେ କଇଁଛଙ୍କ ଗଣଅଣ୍ଡାଦାନ

ଭୁବନେଶ୍ୱର : ଉପକୂଳ ସମୁଦ୍ରରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ ମଧ୍ୟରେ ଆନ୍ତରିକତା ଓ ସମନ୍ୱୟର ଅଭାବ ଯୋଗୁଁ ଏହି ସାମୁଦ୍ରିକ ଜଳଜୀବଙ୍କ ଜୀବନ ଓ ସଂସାର ଏବେ ସଙ୍କଟରେ। ଅଲିଭ୍‍ରିଡ୍‍ଲେଙ୍କ ଗଣଅଣ୍ଡାଦାନକୁ ସଫଳ କରିବା ଓ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଚଳିତ ନଭେମ୍ବର ପହିଲାରୁ ଆସନ୍ତାବର୍ଷ ମାର୍ଚ୍ଚ (୭ ମାସ ପାଇଁ) ପର୍ଯ୍ୟନ୍ତ ଉପକୂଳ ସମୁଦ୍ରରେ ମାଛଧରା ଉପରେ ନିଷେଧାଦେଶ ସତ୍ତ୍ବେ ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରେ ନିଧଡ଼କ ରାଜ୍‍ କରୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ବେଆଇନ୍‍ ଟ୍ରଲର ଚାଳନାରେ ରୋକ୍‍ ଲାଗୁନି। ଫଳରେ ବିରଳ ଅଲିଭ୍‍ରିଡ୍‍ଲେ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଗୁରୁତର ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ମୁଖ୍ୟତଃ କୋଷ୍ଟଗାର୍ଡଙ୍କ ଭୂମିକାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ପାଇଁ ବନ ବିଭାଗ ସହିତ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଓ କୋଷ୍ଟଗାର୍ଡର ଉତ୍ତର ଦାୟିତ୍ୱ ରହିଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଏହି ସଂସ୍ଥାଙ୍କୁ ନେଇ ପ୍ରତିବର୍ଷ ଉଚ୍ଚସ୍ତରୀୟ ବୈଠକ ବସିବା ସହ ଏଠାରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ସମ୍ପର୍କରେ ଖସଡ଼ା ପ୍ରସ୍ତୁତ ହୋଇଥାଏ। ମାତ୍ର ଚଳିତ ବର୍ଷ ଅଲିଭ୍‍ରିଡ୍‍ଲେଙ୍କ ଗଣଅଣ୍ଡାଦାନ ପାଇଁ ଲାଗୁଥିବା କଟକଣା ଅବଧି ଆରମ୍ଭ ହୋଇସାରିଥିଲେ ମଧ୍ୟ କୋଷ୍ଟଗାର୍ଡ ପକ୍ଷରୁ ତତ୍ପରତା ପ୍ରକାଶ ପାଉ ନ ଥିବା ଅଭିଯୋଗ ହୋଇଛି। ଯାହାର ଫାଇଦା ନେଇ ବେଆଇନ୍‍ ଟ୍ରଲର ମାଲିକମାନେ ସମୁଦ୍ରରୁ ମାଛଧରା ଜାରି ରଖିଛନ୍ତି। ଗତକାଲି (ଶନିବାର) ଦେବୀ ମୁହାଣରେ ପ୍ରାୟ ୫୦୦ ଊର୍ଦ୍ଧ୍ବ ଦେଶୀ ଡଙ୍ଗା ସହିତ ୧୫୦ରୁ ଊର୍ଦ୍ଧ୍ବ ଟ୍ରଲର ମାଛ ମାରିବା ପାଇଁ ସମୁଦ୍ର ମଧ୍ୟରେ ଥିବା ନଜରକୁ ଆସିଛି। ସରକାରୀ କଟକଣା ଅନୁଯାୟୀ ସମୁଦ୍ର ଉପକୂଳରୁ୨୦ କିମି. ମଧ୍ୟରେ ଟ୍ରଲର ପ୍ରବେଶ ନିଷେଧ ଥିଲେ ମଧ୍ୟ ଶନିବାରେ ଏହି ପରିଧି ମଧ୍ୟରେ ମାଛଧରା ଜାରି ରହିଥିଲା। ଏହି ସମୟରେ ପୁରୀ ଡିଏଫ୍‍ଓଙ୍କ ଏକ୍‍ ଟିମ୍‍ ଦେବୀ ମୁହାଣରୁ ଗୋଟିଏ ଟ୍ରଲରକୁ ଧରିବାରେ ସକ୍ଷମ ହୋଇଛି। ଏହି ଟ୍ରଲରକୁ ଜବତ କରାଯାଇଥିବା ବେଳେ ଟ୍ରଲରରୁ ୨୦ ଟ୍ରେ’ରୁ ଅଧିକ ମାଛ ଜବତ କରାଯାଇଥିବା ସୂଚନା ମିଳିଛି।

ଋଷିକୂଲ୍ୟା ମୁହାଣରେ ହେଉଥିବା ଗଣଅଣ୍ଡାଦାନସ୍ଥଳୀ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଏହା ବ୍ୟତୀତ ଗୋପାଳପୁର କୋଷ୍ଟଗାର୍ଡ ୟୁନିଟ୍‍କୁ ଆବଶ୍ୟକ ହେଲେ ଖବର ଦିଆଯାଉଛି ଓ ସେମାନେ ପାଟ୍ରୋଲିଂ କରୁଥିବା ସୂଚନା ମିଳିଛି। ସମାନ ଭାବେ ଗହୀରମଥା ଅଣ୍ଡାଦାନସ୍ଥଳୀ ପାଇଁ ବନ ବିଭାଗୀୟ ଅଧିକାରୀଙ୍କ ହାତରେ ଅଭୟାରଣ୍ୟ ନିୟମ (ସାଙ୍କ୍‍ଚୁଆରୀ ଆକ୍ଟ) ଅଧୀନରେ କ୍ଷମତା ରହୁଛି। ଯାହାଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନ ଭୟରେ ଏହି ଦୁଇ ସ୍ଥାନରେ ବିଶେଷ ନିୟମ ଉଲ୍ଲଙ୍ଘନ ହୋଇପାରୁ ନ ଥିବା ସୂଚନା ମିଳିଛି। ମାତ୍ର ଦେବୀ ମୁହାଁଣରେ ନିୟମ କାନୁନ୍‍କୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦିଆଯାଉଛି। କୋଷ୍ଟଗାର୍ଡ଼ର ସହାୟତା ମିଳୁ ନ ଥିବାରୁ ବନ ବିଭାଗ ଏ ସବୁ ଦେଖି ମଧ୍ୟ ଅସହାୟ ଅବସ୍ଥାରେ ରହିଛି।

ଦେବୀ ମୁହାଣରେ ଅଲିଭ୍‍ରିଡ୍‍ଲେଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଯୁବ ପରିବେଶବିତ୍‍ ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି ଯେ କୋଷ୍ଟଗାର୍ଡ ଯଦି ମାସକୁ ୩ ଥର ପାଟ୍ରୋଲିଂ କରେ, ତା’ହେଲେ ବେଆଇନ୍‍ ଟ୍ରଲର ଚାଳନାରେ ରୋକ୍‍ ଲାଗିପାରନ୍ତା। ବନ ବିଭାଗର ପାଟ୍ରୋଲିଂକୁ ମତ୍ସ୍ୟଜୀବୀମାନେ ଖାତିର କରୁ ନାହାନ୍ତି। ସମୁଦ୍ର ମଧ୍ୟରେ ବନ ବିଭାଗ ତୁଳନାରେ କୋଷ୍ଟଗାର୍ଡ ଯଥେଷ୍ଟ ଅଧିକ ପ୍ରଭାବୀ। ମତ୍ସ୍ୟଜୀବୀଙ୍କ ସଙ୍ଘବଦ୍ଧ ଆକ୍ରମଣ ଭୟରେ ମଧ୍ୟ ସ୍ୱେଚ୍ଛାସେବୀମାନେ କଇଁଛଙ୍କ ସୁରକ୍ଷା ପାଇଁ ଯିବାକୁ ଡରୁଛନ୍ତି। ଅପରପକ୍ଷରେ ସାମୁଦ୍ରିକ ଜୀବଙ୍କୁ ଧରୁଥିବା ମତ୍ସ୍ୟଜୀବୀଙ୍କ ବିରୋଧରେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ ଆଖିଦୃଶିଆ ହେଉ ନ ଥିବାରୁ ଏହି କାର୍ଯ୍ୟରେ ରୋକ୍‍ ଲାଗି ପାରୁନି। ତେଣୁ କଟକଣା ଅବଧିରେ ସବୁ ଅଣ୍ଡାଦାନସ୍ଥଳୀ ପାଇଁ ‘ସାଙ୍କ୍‍ଚୁଆରୀ ଆକ୍ଟ’ ଲାଗୁ କରାଯିବା ଉଚିତ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର