ସ୍ୱାବଲମ୍ବୀ ହେଉଛନ୍ତି ମହିଳା: ମିଶନ ଶକ୍ତିର ‘ମିଶନ ଏଣ୍ଡିପୋକ ଚାଷ’, ମାତ୍ର ୨୦ଦିନ ଭିତରେ ହୋଇପାରିବେ ଲାଭବାନ

The Sakala Picture
Published On

ଭୁବନେଶ୍ୱର: ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିସାରିଲେଣି। ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କେବଳ କିଛି କାମରେ ସୀମିତ ନ ରହି ଆଗକୁ ବଢ଼ିବାର ରାହା ପାଇପାରିଛନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ଏସ୍‍ଏଚ୍‍ଜି ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ଭୁବନେଶ୍ୱରର ବସ୍ତି ଅଞ୍ଚଳର ମହିଳାମାନେ ମିଶନ୍‍ ଶକ୍ତି ମାଧ୍ୟମରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ନିଆରା ପଦକ୍ଷେପ। ୱାର୍ଡ ନମ୍ବର ୨୮ ସାଇନ୍ସ ପାର୍କସ୍ଥିତ […]

ଭୁବନେଶ୍ୱର: ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିସାରିଲେଣି। ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କେବଳ କିଛି କାମରେ ସୀମିତ ନ ରହି ଆଗକୁ ବଢ଼ିବାର ରାହା ପାଇପାରିଛନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ଏସ୍‍ଏଚ୍‍ଜି ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ଭୁବନେଶ୍ୱରର ବସ୍ତି ଅଞ୍ଚଳର ମହିଳାମାନେ ମିଶନ୍‍ ଶକ୍ତି ମାଧ୍ୟମରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ନିଆରା ପଦକ୍ଷେପ।

ଆହୁରି ପଢ଼ନ୍ତୁ: ପୀଡିତା ସମସ୍ତ ପ୍ରମାଣ ଦେଇସାରିଥିଲେ ମଧ୍ୟ ଖଣ୍ଡପଡ଼ା ଏସ୍‌ଡିପିଓ ଗିରଫ ହେଉନାହାନ୍ତି କାହିଁକି: ବିଜେଡି

ୱାର୍ଡ ନମ୍ବର ୨୮ ସାଇନ୍ସ ପାର୍କସ୍ଥିତ ବିଜୁ ଆଦର୍ଶ କଲୋନୀର ଶ୍ରୀଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଆରମ୍ଭ ହୋଇଛି ଏଣ୍ଡିପୋକ ଚାଷ। ଏଥିପାଇଁ ସେମାନଙ୍କୁ ନିଜ ପଟୁ କୌଣସି ଅର୍ଥ ବିନିଯୋଗ କରିବାକୁ ପଡ଼ିନାହିଁ। ସେରିକଲଚର୍‍ ନିର୍ଦ୍ଦେଶାଳୟ ପକ୍ଷରୁ ସେମାନଙ୍କୁ ସମସ୍ତପ୍ରକାରର ସୁବିଧା ଯୋଗାଇଦିଆଯାଇଛି। ରାସ୍ତାକଡ଼ରୁ ଗବଗଛ ସଂଗ୍ରହ କରି ଏହି ଏଣ୍ଡି ପୋକମାନଙ୍କୁ ପୋଷୁଛନ୍ତି। ମାତ୍ର ୨୦ଦିନ ଭିତରେ ଲାଭ ପାଇବା ଆଶାରେ ସେମାନେ ଏଣ୍ଡି ପୋକ ଚାଷ କରୁଛନ୍ତି। ଏଥିପାଇଁ ସମୁଦାୟ ୬୭ଜଣ ମହିଳା ଏକାଠି ହୋଇଛନ୍ତି। ପ୍ରଥମକରି ଏହି ଏଣ୍ଡିପୋକ ଚାଷ କରୁଥିବାରୁ ସେମାନଙ୍କୁ ବୟନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ମାଲାବେରୀ, ଟସର, ଏରି ବା ଏଣ୍ଡି ପୋକ ଚାଷ କରାଯାଇଥାଏ। ଏଣ୍ଡି ପୋକ ଚାଷ ପାଇଁ ସେମାନଙ୍କୁ ସମସ୍ତ ପଦ୍ଧତି ଶିକ୍ଷା ଦିଆଯାଇଛି। ଏହି ଚାଷରୁ ପ୍ରସ୍ତୁତ ସୂତାର ଚାହିଦା ଅଧିକ ଥିବାରୁ ମହିଳାମାନଙ୍କୁ ଏହି ଚାଷ ପାଇଁ ପ୍ରଶିକ୍ଷଣ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

ମିଶନ୍‍ ଶକ୍ତି ଜରିଆରେ ଏସ୍‍ଏଚ୍‍ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରୋତ୍ସାହନ ଦିଆଯାଉଛି। ରେଶମ ମହାସଂଘ ପକ୍ଷରୁ ଆଗକୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସୂତାର ମାର୍କେଟିଂ ସୁବିଧା କରିବା ପାଇଁ ପ୍ରୋତ୍ସାହିତ କରାଯିବାର ଯୋଜନା କରାଯାଉଛି। ସହକାରୀ ନିର୍ଦ୍ଦେଶକ ଚନ୍ଦକା କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇଦେଉଛନ୍ତି। ଘରଧନ୍ଦା କାମ ସାରିବା ପରେ ମହିଳାମାନେ ଏହି ଏଣ୍ଡିପୋକ ଚାଷ କାମରେ ଲାଗିଛନ୍ତି। ଏସମ୍ପର୍କରେ ଏସ୍‍ଏଚ୍‍ଜିର ସମ୍ପାଦିକା ଗୋଲାପ ବଇରିଗଞ୍ଜନ କହିଛନ୍ତି, ପ୍ରଥମକରି ସରକାର ଆମ ଉପରେ ଭରସା କରି ଏହି ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇବା ସହ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ଏକାଠି ମହିଳାମାନେ ଆଗ୍ରହର ସହ ଏହି ନୂଆ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ପୂର୍ବରୁ ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ଏକ ହୋଟେଲ ପରିଚାଳିତ ହେଉଛି। ହୋଟେଲ ସାଙ୍ଗକୁ ମହିଳାମାନେ ଏବେ ଏଣ୍ଡିପୋକ ଚାଷରେ ନିୟୋଜିତ ହୋଇଛନ୍ତି। ଯାହା କି ଆମକୁ ନୂଆ ପରିଚୟ ଦେବ। ଏଥିପାଇଁ ଆମକୁ କୌଣସି ଦେୟ ଦେବାକୁ ପଡ଼ିନାହିଁ। କୋକନ୍‍ରୁ ରେଶମ ସୂତା ପ୍ରସ୍ତୁତ କରି ମାର୍କେଟିଂ କରିବେ ବୋଲି ଆଶା ରଖିଛନ୍ତି। ଏଥିପାଇଁ ମହିଳାମାନେ ନିଜେ ପତ୍ର ଯୋଗାଡ଼ କରି ଆଣୁଛନ୍ତି।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

21 Oct 2022 By The Sakala

ସ୍ୱାବଲମ୍ବୀ ହେଉଛନ୍ତି ମହିଳା: ମିଶନ ଶକ୍ତିର ‘ମିଶନ ଏଣ୍ଡିପୋକ ଚାଷ’, ମାତ୍ର ୨୦ଦିନ ଭିତରେ ହୋଇପାରିବେ ଲାଭବାନ

ଭୁବନେଶ୍ୱର: ମହିଳାମାନେ ଏବେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିସାରିଲେଣି। ମିଶନ୍‍ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କେବଳ କିଛି କାମରେ ସୀମିତ ନ ରହି ଆଗକୁ ବଢ଼ିବାର ରାହା ପାଇପାରିଛନ୍ତି। ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହରାଞ୍ଚଳର ମହିଳାମାନେ ଏସ୍‍ଏଚ୍‍ଜି ମାଧ୍ୟମରେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ଭୁବନେଶ୍ୱରର ବସ୍ତି ଅଞ୍ଚଳର ମହିଳାମାନେ ମିଶନ୍‍ ଶକ୍ତି ମାଧ୍ୟମରେ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ନିଆରା ପଦକ୍ଷେପ।

ୱାର୍ଡ ନମ୍ବର ୨୮ ସାଇନ୍ସ ପାର୍କସ୍ଥିତ ବିଜୁ ଆଦର୍ଶ କଲୋନୀର ଶ୍ରୀଜଗନ୍ନାଥ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଆରମ୍ଭ ହୋଇଛି ଏଣ୍ଡିପୋକ ଚାଷ। ଏଥିପାଇଁ ସେମାନଙ୍କୁ ନିଜ ପଟୁ କୌଣସି ଅର୍ଥ ବିନିଯୋଗ କରିବାକୁ ପଡ଼ିନାହିଁ। ସେରିକଲଚର୍‍ ନିର୍ଦ୍ଦେଶାଳୟ ପକ୍ଷରୁ ସେମାନଙ୍କୁ ସମସ୍ତପ୍ରକାରର ସୁବିଧା ଯୋଗାଇଦିଆଯାଇଛି। ରାସ୍ତାକଡ଼ରୁ ଗବଗଛ ସଂଗ୍ରହ କରି ଏହି ଏଣ୍ଡି ପୋକମାନଙ୍କୁ ପୋଷୁଛନ୍ତି। ମାତ୍ର ୨୦ଦିନ ଭିତରେ ଲାଭ ପାଇବା ଆଶାରେ ସେମାନେ ଏଣ୍ଡି ପୋକ ଚାଷ କରୁଛନ୍ତି। ଏଥିପାଇଁ ସମୁଦାୟ ୬୭ଜଣ ମହିଳା ଏକାଠି ହୋଇଛନ୍ତି। ପ୍ରଥମକରି ଏହି ଏଣ୍ଡିପୋକ ଚାଷ କରୁଥିବାରୁ ସେମାନଙ୍କୁ ବୟନ ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି। ମାଲାବେରୀ, ଟସର, ଏରି ବା ଏଣ୍ଡି ପୋକ ଚାଷ କରାଯାଇଥାଏ। ଏଣ୍ଡି ପୋକ ଚାଷ ପାଇଁ ସେମାନଙ୍କୁ ସମସ୍ତ ପଦ୍ଧତି ଶିକ୍ଷା ଦିଆଯାଇଛି। ଏହି ଚାଷରୁ ପ୍ରସ୍ତୁତ ସୂତାର ଚାହିଦା ଅଧିକ ଥିବାରୁ ମହିଳାମାନଙ୍କୁ ଏହି ଚାଷ ପାଇଁ ପ୍ରଶିକ୍ଷଣ ଦିଆଯାଇଛି।

ମିଶନ୍‍ ଶକ୍ତି ଜରିଆରେ ଏସ୍‍ଏଚ୍‍ଜିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରୋତ୍ସାହନ ଦିଆଯାଉଛି। ରେଶମ ମହାସଂଘ ପକ୍ଷରୁ ଆଗକୁ ସେମାନଙ୍କ ଦ୍ୱାରା ଉତ୍ପାଦିତ ସୂତାର ମାର୍କେଟିଂ ସୁବିଧା କରିବା ପାଇଁ ପ୍ରୋତ୍ସାହିତ କରାଯିବାର ଯୋଜନା କରାଯାଉଛି। ସହକାରୀ ନିର୍ଦ୍ଦେଶକ ଚନ୍ଦକା କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇଦେଉଛନ୍ତି। ଘରଧନ୍ଦା କାମ ସାରିବା ପରେ ମହିଳାମାନେ ଏହି ଏଣ୍ଡିପୋକ ଚାଷ କାମରେ ଲାଗିଛନ୍ତି। ଏସମ୍ପର୍କରେ ଏସ୍‍ଏଚ୍‍ଜିର ସମ୍ପାଦିକା ଗୋଲାପ ବଇରିଗଞ୍ଜନ କହିଛନ୍ତି, ପ୍ରଥମକରି ସରକାର ଆମ ଉପରେ ଭରସା କରି ଏହି ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇବା ସହ ପ୍ରଶିକ୍ଷଣ ମଧ୍ୟ ଦେଇଛନ୍ତି। ଏକାଠି ମହିଳାମାନେ ଆଗ୍ରହର ସହ ଏହି ନୂଆ କାର୍ଯ୍ୟରେ ଜଡ଼ିତ ଅଛନ୍ତି। ପୂର୍ବରୁ ମହିଳା ଏସ୍‍ଏଚ୍‍ଜିଙ୍କ ଦ୍ୱାରା ଏକ ହୋଟେଲ ପରିଚାଳିତ ହେଉଛି। ହୋଟେଲ ସାଙ୍ଗକୁ ମହିଳାମାନେ ଏବେ ଏଣ୍ଡିପୋକ ଚାଷରେ ନିୟୋଜିତ ହୋଇଛନ୍ତି। ଯାହା କି ଆମକୁ ନୂଆ ପରିଚୟ ଦେବ। ଏଥିପାଇଁ ଆମକୁ କୌଣସି ଦେୟ ଦେବାକୁ ପଡ଼ିନାହିଁ। କୋକନ୍‍ରୁ ରେଶମ ସୂତା ପ୍ରସ୍ତୁତ କରି ମାର୍କେଟିଂ କରିବେ ବୋଲି ଆଶା ରଖିଛନ୍ତି। ଏଥିପାଇଁ ମହିଳାମାନେ ନିଜେ ପତ୍ର ଯୋଗାଡ଼ କରି ଆଣୁଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର