ନବନିର୍ମାଣ ଚାଷୀ ସଂଗଠନର ଆନ୍ଦୋଳନ : ଆଲୋଚନା ପାଇଁ ସରକାର ପ୍ରସ୍ତୁତ, ଆସୁନାହିଁ ସଂଗଠନ

The Sakala Picture
Published On

ଭୁବନେଶ୍ୱର : ଚାଷୀଙ୍କ ସ୍ୱାର୍ଥ ସାଧନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଚାଷୀ ସଂଗଠନ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଚାଷୀଙ୍କ ପାଇଁ ଆନ୍ଦୋଳନ କରୁଥିବା ‘ନବନିର୍ମାଣ କୃଷକ ସଂଗଠନ’ ଓ ଏହାର ମୁଖ୍ୟ ବୋଲାଉଥିବା ଅକ୍ଷୟ କୁମାରଙ୍କ ଆଭିମୁଖ୍ୟକୁ ନେଇ ଏବେ ସୃଷ୍ଟି ହୋଇଛି ସନ୍ଦେହ। ଚାଷୀଙ୍କ ନାଁରେ ନିଜ ସ୍ୱାର୍ଥସାଧନ ପାଇଁ ଚାଷୀ ସଂଗଠନ ଓ ଏହାର ନେତା ଯେଉଁ ରାଜନୀତି ଆରମ୍ଭ […]

ଭୁବନେଶ୍ୱର : ଚାଷୀଙ୍କ ସ୍ୱାର୍ଥ ସାଧନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଚାଷୀ ସଂଗଠନ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ମାତ୍ର ଚାଷୀଙ୍କ ପାଇଁ ଆନ୍ଦୋଳନ କରୁଥିବା ‘ନବନିର୍ମାଣ କୃଷକ ସଂଗଠନ’ ଓ ଏହାର ମୁଖ୍ୟ ବୋଲାଉଥିବା ଅକ୍ଷୟ କୁମାରଙ୍କ ଆଭିମୁଖ୍ୟକୁ ନେଇ ଏବେ ସୃଷ୍ଟି ହୋଇଛି ସନ୍ଦେହ। ଚାଷୀଙ୍କ ନାଁରେ ନିଜ ସ୍ୱାର୍ଥସାଧନ ପାଇଁ ଚାଷୀ ସଂଗଠନ ଓ ଏହାର ନେତା ଯେଉଁ ରାଜନୀତି ଆରମ୍ଭ କରିଛନ୍ତି ତାହା କୌଣସି କ୍ଷେତ୍ରରେ ଗ୍ରହଣଯୋଗ୍ୟ ହୋଇନାହିଁ। ଅନୁରୂପ ଭାବରେ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ରାଜନୈତିକ ଆକାଂକ୍ଷା ପୂରଣ ନିମନ୍ତେ ନବନିର୍ମାଣ ଚାଷୀ ସଂଗଠନ ମାଧ୍ୟମ ହୋଇଛି ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତର ରୂପ ନେବ ଲଘୁଚାପ, ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିଭିନ୍ନ ସମୟରେ ହେଉଥିବା ଚାଷୀ ଆନ୍ଦୋଳନକୁ ନେଇ ପୂର୍ବରୁ ଚାଷୀମାନେ ସନ୍ଦେହ କରୁଥିଲେ; ଏବେ ସାଧାରଣରେ ଲୋକେ ବି ସନ୍ଦେହ କରିବା ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ଉଭୟ ଚାଷ ଏବଂ ଚାଷୀର ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାପରେ ବି ଯଦି ଚାଷୀକୁଳରେ କୌଣସି ଅସନ୍ତୋଷ କିମ୍ବା ଅସୁବିଧା ରହିଛି ତାହେଲେ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବାକୁ ରାଜ୍ୟ ସରକାର ସବୁବେଳେ ତତ୍ପର ଅଛନ୍ତି। ମାତ୍ର ଆଲୋଚନାକୁ ନ ଆସି ଆନ୍ଦୋଳନ କରି ସଂଗଠନ କ’ଣ ହାସଲ କରିବାକୁ ଚାହୁଁଛି ବୋଲି ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ଆନ୍ଦୋଳନ ନାମରେ ଲୋକଙ୍କୁ ହଇରାଣ, ହରକତ୍‌‌ କରିବାକୁ ନେଇ ଏବେ ସାଧାରଣରେ ଅସନ୍ତୋଷ ବଢ଼଼ିବାରେ ଲାଗିଛି। ଯଦି ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସଂଗଠନ ସଜାଗ ରହିଛି, ତା’ହେଲେ ସରକାରଙ୍କ ସହ ଆଲୋଚନାକୁ ଆସନ୍ତୁ ବୋଲି ସାଧାରଣ ଲୋକେ ଆହ୍ୱାନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ଝଡ଼ବର୍ଷାର ତାଣ୍ଡବ, ସତର୍କ ସୂଚନା ଜାରି

ବିଭିନ୍ନ ସମୟରେ ‘ଭୁବନେଶ୍ୱର ଚାଲ’ ଅଭିଯାନ ଚଳାଉଥିବା ସଂଗଠନର ନେତା ଅକ୍ଷୟ କୁମାର ମଙ୍ଗଳବାର ମଧ୍ୟ ସମାନ ଦାବି ନେଇ ରାଜଧାନୀ ଅଭିମୁଖେ ବାହାରିଥିଲେ। ସଂଗଠନର ବହୁଦଫା ଦାବି ମଧ୍ୟରେ ଅଧିକାଂଶ ଦାବି ପୂରଣ କରିବା ରାଜ୍ୟ ସରକାରଙ୍କ କ୍ଷମତା ପରିସରଭୁକ୍ତ ନୁହେଁ। ତଥାପି ରାଜ୍ୟ ସରକାର ସବୁବେଳେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଥିବା କହି ଆସିଛନ୍ତି। ତେବେ ଆଲୋଚନା ଟେବୁଲକୁ ନଯାଇ, କୌଣସି ପୂର୍ବ ସୂଚନା ନଦେଇ ଆନ୍ଦୋଳନାତ୍ମକ ପନ୍ଥା କ’ଣ ପାଇଁ ଗ୍ରହଣ କରୁଛନ୍ତି, ତାହାକୁ ନେଇ ସାଧାରଣ ଲୋକେ ପ୍ରଶ୍ନ ଉଠାଇଛନ୍ତି।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଆହୁରି ୧ ରୁ ୨ ଦିନ ବଢ଼ିପାରେ ସ୍କୁଲ ଛୁଟି: ମନ୍ତ୍ରୀ

ଚାଷୀଙ୍କ ହିତରେ ରାଜ୍ୟ ସରକାର ‘କାଳିଆ’, ‘ବଳରାମ’ ପରି ଯୋଜନା ପ୍ରଣୟନ କରିଥିବା ବେଳେ ବିକଳ୍ପ ଚାଷ ପାଇଁ ସବ୍‌ସିଡି ପ୍ରୋତ୍ସାହନ ସହ ବିଭିନ୍ନ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ଜଳସେଚନ ପାଇଁ ପାର୍ବତୀ ଗିରିଠାରୁ ଆରମ୍ଭ କରି ବହୁ ଯୋଜନା ଆପଣାଯାଇଥିବା ବେଳେ ଅନ୍ନଦାତଙ୍କ ଆୟ ଦ୍ୱିଗୁଣ ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରଣୟନ କରିଛନ୍ତି। ଏପରିକି ଚାଷ ଏବଂ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ନେଉଥିବା କେତେକ ପଦକ୍ଷେପକୁ ମଧ୍ୟ ଅନ୍ୟ ରାଜ୍ୟର ସରକାରମାନେ ଆପଣେଉଛନ୍ତି। ତଥାପି ଚାଷ ଏବଂ ଚାଷୀର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ଯେକୌଣସି ସକରାତ୍ମକ ଆଲୋଚନାକୁ ସ୍ୱାଗତ କରି ଆସିଛନ୍ତି। ମାତ୍ର ଆଲୋଚନାକୁ ପଛକରି ନବନିର୍ମାଣ କୃଷକ ସଂଗଠନ ଅକାରଣରେ ଆନ୍ଦୋଳନାତ୍ମକ ବାଟକୁ ବାଛି ନେଉଛି ତାହା ସଭିଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିଶେଷକରି ସଂଗଠନର ନେତୃତ୍ୱ ନେଉଥିବା ଅକ୍ଷୟ କୁମାରଙ୍କ ଭିତିରି ଉଦ୍ଦେଶ୍ୟ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଅକ୍ଷୟଙ୍କ ଏପରି ଅକାରଣେ ବିକ୍ଷୋଭ କୃଷକଙ୍କ ହିତ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ପତିଆରା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ବୋଲି ତାଙ୍କୁ ନିକଟରୁ ପରଖିଥିବା କେତେକ ଲୋକେ ମତବ୍ୟକ୍ତ କରିଛନ୍ତି। ମଙ୍ଗଳବାର ଭୁବନେଶ୍ୱରକୁ ଅକ୍ଷୟ ନିଜର ଦଳ ବଳ ନେଇ ଆସୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଆଜିର ଆନ୍ଦୋଳନର କାରଣ ସମ୍ପର୍କରେ କହି ପାରି ନ ଥିଲେ। ଅନେକ ଚାଷୀ ନିଜ ଅନିଚ୍ଛା ସତ୍ତ୍ବେ କୌଣସି ନା କୌଣସି କାରଣ ପାଇଁ ଅକ୍ଷୟଙ୍କ ସାଥ୍‌‌ ଦେଉଥିବା ନଜରକୁ ଆସିଥିଲା। ଅତଏବ ଚାଷୀଙ୍କୁ ଢାଲ କରି ଅକ୍ଷୟ ସରକାରଙ୍କୁ ବ୍ଲାକମେଲ କରିବାକୁ ଉଦ୍ୟମ କରୁଥିବା ବେଳେ ଏହାପଛରେ ତାଙ୍କର ନିଶ୍ଚିତ କିଛି ବ୍ୟକ୍ତିଗତ ସ୍ୱାର୍ଥ ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତପ୍ରକାଶ ପାଇଛି। ସମୟେ ସମୟେ ଏପରି ଅକାରଣ ଆନ୍ଦୋଳନ ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଏହାକୁ ବନ୍ଦ କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି। ସେହିପରି ନିଜ ସ୍ୱାର୍ଥ ପୂରଣ ପାଇଁ ଆମ ପରି ନିରୀହ ଚାଷୀଙ୍କୁ ବ୍ୟବହାର କରନାହିଁ ବୋଲି ରାଜ୍ୟବ୍ୟାପୀ ବହୁ ଚାଷୀ କ୍ଷୋଭର ସହ କହିଛନ୍ତି। ନବ ନିର୍ମାଣ ସଙ୍ଗଠନର ଏପରି ଛଳନାପୂର୍ଣ୍ଣ ବିକ୍ଷୋଭକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପାଇଥିବା ବେଳେ ତୁରନ୍ତ ଏଥିରୁ ବିରତ ରହିବାକୁ ସାଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର