ଆଜି ରାଜଧାନୀରେ ହେବ ‘ସୂର୍ଯ୍ୟକିରଣ ଏୟାର ଶୋ’; ଦୁଃସାହସିକ ଜଲୱା ଦେଖାଇବ ଭାରତୀୟ ବାୟୂସେନା

The Sakala Picture
Published On

ନନ୍ଦନକାନନ/ଭୁବନେଶ୍ୱର: ଆଜି ରାଜଧାନୀରେ ଦମ୍ ଦେଖାଇବ ସୂର୍ଯ୍ୟକିରଣ । ଆୟୋଜିତ ହେବ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ । ବଳ ଦେଖାଇବ ବାୟୁସେନା । ସମରକଳା ପ୍ରଦର୍ଶନ କରିବେ ବାୟୁସେନା ଅଧିକାରୀ । କୁଆଖାଇ ନଦୀପଠାରେ ପୂର୍ବାହ୍ନ ୧୦ଟା ୧୫ରୁ ୧୧ଟା ୧୫ ମିନିଟ ଏକ ଘଣ୍ଟାର ଶୋ’ । ମାର୍କ-୧୨୩ ଲଢୁଆ ବିମାନ ଜରିଆରେ ପ୍ରଦର୍ଶିତ ହେବ କଳାକୌଶଳ । ୨ଟି ଟିମରେ ମୋଟ ୧୬ ଜଣ ବାୟୁସେନା ଅଧିକାରୀ ରହିବେ । ଏକା ସାଥିରେ […]

ନନ୍ଦନକାନନ/ଭୁବନେଶ୍ୱର: ଆଜି ରାଜଧାନୀରେ ଦମ୍ ଦେଖାଇବ ସୂର୍ଯ୍ୟକିରଣ । ଆୟୋଜିତ ହେବ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ । ବଳ ଦେଖାଇବ ବାୟୁସେନା । ସମରକଳା ପ୍ରଦର୍ଶନ କରିବେ ବାୟୁସେନା ଅଧିକାରୀ । କୁଆଖାଇ ନଦୀପଠାରେ ପୂର୍ବାହ୍ନ ୧୦ଟା ୧୫ରୁ ୧୧ଟା ୧୫ ମିନିଟ ଏକ ଘଣ୍ଟାର ଶୋ’ । ମାର୍କ-୧୨୩ ଲଢୁଆ ବିମାନ ଜରିଆରେ ପ୍ରଦର୍ଶିତ ହେବ କଳାକୌଶଳ । ୨ଟି ଟିମରେ ମୋଟ ୧୬ ଜଣ ବାୟୁସେନା ଅଧିକାରୀ ରହିବେ । ଏକା ସାଥିରେ ଉଡ଼ିବ ୯ଟି ବିମାନ ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ହେବାକୁ ଥିବା ବାୟୂସେନାର ‘ସୂର୍ଯ୍ୟକିରଣ ଏୟାର ଶୋ’ ପାଇଁ ଗତକାଲି ଫୁଲ୍‍ ଡ୍ରେସ୍‍ ରିହର୍ସାଲ ଶେଷ ହୋଇଥିଲା । ଏଥିପାଇଁ ଗୁରୁବାର କୂଆଖାଇ ନଦୀପଠା ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଭାରତୀୟ ବାୟୂସେନା ପକ୍ଷରୁ ଫୁଲ୍‍ ଡ୍ରେସ୍‍ ରିହର୍ସାଲ କରାଯାଇଥିଲା। ଏହି ରିହର୍ସାଲ ଦେଖିବାକୁ ସକାଳ ୧୦ଟାରୁ ପ୍ରବଳ ଜନଗହଳି ହୋଇଥିଲା। ଏଥିରେ ଭାରତୀୟ ବାୟୂସେନାର ୯ଟି ହକ୍‍ ବିମାନ ଆକାଶମାର୍ଗରେ ନିଜର ସାହସିକତା ପ୍ରଦର୍ଶନ କରିଥିଲେ। ଆଜି ସକାଳ ୧୦ଟା ୧୬ ମିନିଟ୍‍ରେ ଏହି ଶୋ’ ଅନୁଷ୍ଠିତ ହେବ। ଆଜି ହେବାକୁ ଥିବା ଏୟାର ଶୋ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

ପୂର୍ବରୁ ଏହି ଶୋ’ ଟିଭି ମାଧ୍ୟମରେ ଦେଖିବାକୁ ମିଳୁଥିବାବେଳେ ପ୍ରଥମଥର ନିଜ ଅଞ୍ଚଳରେ ଏଭଳି ଶୋ’ ଦେଖିବାର ସୁଯୋଗ ପାଇଥିବାରୁ ରାଜଧାନୀ ତଥା ରାଜଧାନୀ ଉପକଣ୍ଠବାସୀଙ୍କ ମଧ୍ୟରେ ବେଶ୍‍ ଉତ୍ସାହ ଦେଖିବାକୁ ମଳିଛି। ଏହି ଏୟାର ଶୋ’ କାର୍ଯ୍ୟକ୍ରମ ପାଇଁ କମିସନରେଟ୍‍ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି। ଏଥିରେ କମିସନରେଟ୍‍ ପୁଲିସ ପକ୍ଷରୁ ୨୦ ପ୍ଲାଟୁନ୍‍ ଫୋର୍ସ ମୁତୟନ କରାଯିବ। ୧୦୦ ଜଣ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବେ। ଟ୍ରାଫିକ୍‍ ସମସ୍ୟା ନ ଉପୁଜିବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଯେଉଁମାନେ ଏହି କାର୍ଯ୍ୟକ୍ରମସ୍ଥଳକୁ ଯିବେ ସେମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

ଏନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ, ବିମାନ ଶୋ’ ହେବା ସ୍ଥାନରେ ସାଧାରଣ ଲୋକଙ୍କ ସମେତ ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ପାର୍କିଂ ବ୍ୟବସ୍ଥା କରାଯାଇଛି। ଏହାସହ ସମସ୍ତ ଟ୍ରାଫିକ୍‍ ଛକରେ ପୁଲିସ କର୍ମଚାରୀ ଉପସ୍ଥିତ ରହି ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ରୁଟ୍‍ ସମ୍ପର୍କରେ ସୂଚନା ଦେବେ। ଲୋକମାନେ ଯେଭଳି ଯିବାଆସିବାରେ ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପ୍ରତି ଗୁରୁତ୍ୱ ଦିଆଯିବ ଏବଂ କେଉଁ କେଉଁ ସ୍ଥାନରେ ରୋଡ୍‍ ଡାଇଭର୍ସନ୍‍ କରାଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯିବ। ଏହାସହ ସାଧାରଣ ଲୋକମାନେ କିଭଳି ଭିଡ଼ରେ ନ ଫସିବେ ଏବଂ ରାସ୍ତା ଉପରେ ପାର୍କିଂ ନ କରିବାକୁ ପୁଲିସ କର୍ମଚାରୀମାନେ ବାଇକ୍‍ ଯୋଗେ ବୁଲି ତଦାରଖ କରିବେ। ଏହାସହିତ ଦର୍ଶକମାନେ ନଦୀରେ ପଡ଼ି କାହାର କ୍ଷତି ନ ହେବ ସେଥିପ୍ରତି ଗୁରୁତ୍ୱ ଦିଆଯାଇ ଓଡ୍ରାଫ୍‍ ଟିମ୍‍ ନିୟୋଜିତ କରାଯିବା ସହିତ ସ୍ପେସିଆଲ ଟେକ୍‍ନିକାଲ ୟୁନିଟ୍‍ର ଏକ ଟିମ୍‍ ମଧ୍ୟ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମରେ ୪୫ ସେକ୍ସନ୍‍ ଫୋର୍ସ, ୩ ଜଣ ଆଡିସ୍‍ନାଲ ଡିସିପି, ୯ ଜଣ ଡିସିପି, ୨୧ ଜଣ ଇନ୍ସପେକ୍ଟର, ସୁବେଦାର, ୫୦ ପାଖାପାଖି ସବ୍‍ଇନ୍ସପେକ୍ଟର, ଏଏସ୍‍ଆଇ, ୧୦୦ ହୋମ୍‍ଗାର୍ଡଙ୍କୁ ନିୟୋଜିତ କରାଯାଇଛି। ଏହି ଶୋ’କୁ ପ୍ରାୟ ୫୦ ହଜାର ଲୋକ ଦେଖିବାର ବ୍ୟବସ୍ଥା କରାଯାଇଥିବାବେଳେ ୧୨ ଶହ ଲୋକଙ୍କ ପାଇଁ ସିଟିଂ ବ୍ୟବସ୍ଥା କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର