ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଜ୍ଞାନ କୌଶଳ ଉପଯୋଗରେ ରାଜସ୍ୱ ବିଭାଗ ଆଗୁଆ: ଦିନକରେ ସରୁଛି ମାସ ମାସର କାମ

The Sakala Picture
Published On

ଭୁବନେଶ୍ୱର: ‘୫-ଟି’ ଉପକ୍ରମକୁ ଅନୁସରଣ କରି ସରକାରୀ ସେବାରେ ରୂପାନ୍ତରଣ ଆଣିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରୁଛନ୍ତି। ବିଭିନ୍ନ ବିଭାଗର କାର୍ଯ୍ୟଧାରାରେ ୫-ଟି ଉପକ୍ରମର ଆଭିମୁଖ୍ୟ ପ୍ରତିଫଳିତ ହେଉଛି। ଏହା ଦ୍ୱାରା ନା କେବଳ ତ୍ୱରୀତ ସେବା ମିଳୁଛି ବରଂ ପାରଦର୍ଶିତା ସୁନିଶ୍ଚତ କରାଯାଇ ପାରିଛି। ତେବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିରେ ଆଗୁଆ ରହିଛି। ବହୁ ଜଟିଳ ପ୍ରକ୍ରିୟାର ସରଳ ସମାଧାନ ହୋଇ ପାରୁଥିବା ବେଳେ ସେବା ପାଇବା […]

ଭୁବନେଶ୍ୱର: ‘୫-ଟି’ ଉପକ୍ରମକୁ ଅନୁସରଣ କରି ସରକାରୀ ସେବାରେ ରୂପାନ୍ତରଣ ଆଣିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରୁଛନ୍ତି। ବିଭିନ୍ନ ବିଭାଗର କାର୍ଯ୍ୟଧାରାରେ ୫-ଟି ଉପକ୍ରମର ଆଭିମୁଖ୍ୟ ପ୍ରତିଫଳିତ ହେଉଛି। ଏହା ଦ୍ୱାରା ନା କେବଳ ତ୍ୱରୀତ ସେବା ମିଳୁଛି ବରଂ ପାରଦର୍ଶିତା ସୁନିଶ୍ଚତ କରାଯାଇ ପାରିଛି। ତେବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିରେ ଆଗୁଆ ରହିଛି। ବହୁ ଜଟିଳ ପ୍ରକ୍ରିୟାର ସରଳ ସମାଧାନ ହୋଇ ପାରୁଥିବା ବେଳେ ସେବା ପାଇବା ପାଇଁ ନାଗରିକଙ୍କୁ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁ ନାହିଁ। ଯେଉଁଠି ଗୋଟିଏ ସାଧାରଣ ସେବା ପାଇବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ହେଉଥିଲା ଆଜି ସେହି କାମ କିଛି ଘଣ୍ଟା ମଧ୍ୟରେ ସମ୍ପାଦିତ ହୋଇପାରୁଛି। ଦାଖଲ ଖାରଜ ମାମଲା, ଜାତିଗତ ପ୍ରମାଣପତ୍ର ହେଉ ଅବା ଜମି ଅଧିଗ୍ରହଣ, ସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ ସୁନିଶ୍ଚିତ କରାଯାଇଛି।

ଆହୁରି ପଢ଼ନ୍ତୁ: 'ଏ ଡାଏରୀ ସେ ଡାଏରୀ ନୁହେଁ', ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ଭଉଣୀଙ୍କ ବିସ୍ଫୋରକ ତଥ୍ୟ

ସାଧାରଣତଃ ଜମି ଅଧିଗ୍ରହଣ ଏକ ବିଳମ୍ବିତ ପ୍ରକ୍ରିୟା। ଜମି ଚିହ୍ନଟ, ଅଧିଗ୍ରହଣ, ମାମଲାର ଫଇସାଲା, ପ୍ରକଳ୍ପ ପାଇଁ ସାମାଜିକ ପ୍ରଭାବ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତି, କ୍ଷତିପୂରଣ ପ୍ରଦାନ ଆଦି କାର୍ଯ୍ୟରେ ବହୁ ସମୟ ଲାଗୁଥିଲା। ଏଥିପାଇଁ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାରମ୍ଭ ମଧ୍ୟ ବିଳମ୍ବିତ ହେଉଥିଲା। ହେଲେ ଆଜି ସେ ଦିନ ଆଉ ନାହିଁ। ଚଳିତ ବର୍ଷ ଜାନୁଆରୀ ମାସରୁ ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ଜମି ଜମା ସମ୍ପର୍କିତ ଦାଖଲ ଖାରଚ ମାମଲା ପାଇଁ ମାସ ମାସ ଧରି ସମୟ ଲାଗୁ ଥିବା ବେଳେ ଏବେ ସପ୍ତାହେ ମଧ୍ୟରେ ଲୋକଙ୍କୁ ଜମି ପଟ୍ଟା ମିଳିପାରୁଛି। ପୂର୍ବରୁ ବିଭିନ୍ନ କାମ ପାଇଁ ଲୋକେ ତହସିଲ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ସିଂହଭାଗ କାର୍ଯ୍ୟ ଏବେ ଅନ୍‍ଲାଇନ୍‍ରେ ହୋଇପାରୁଛି। ପୂର୍ବରୁ ଘରବାଡ଼ି ପଟ୍ଟା ପାଇବାକୁ ହେଲେ ୭/୮ ମାସ ଅପେକ୍ଷା କରିବାକୁ ହେଉଥିଲା। ଏବେ ୯୦% କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ହେଉଛି। ସେହିପରି ଅନେକ ସେବାକୁ ସରକାର ଦେୟମୁକ୍ତ କରିଛନ୍ତି। ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ ମାଧ୍ୟମରେ ଅଧିକାଂଶ ସେବା ସୁନିଶ୍ଚିତ କରାଯାଇଛି। ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ଆଦି ପାଇଁ ହାତଗୁଞ୍ଜା ଦେବାକୁ ହେଉ ନାହିଁ କିମ୍ବା ବହୁତ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁନାହିଁ। ନିବନ୍ଧନ କାର୍ଯ୍ୟାଳୟର ସେବା ମଧ୍ୟ ଅନ୍‍ଲାଇନ୍‍ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି। ଅପରପକ୍ଷେ ରେଳବାଇ, ଏୟାରଷ୍ଟ୍ରିପ୍‍, ବନ୍ଦର, ଜାତୀୟ ରାଜପଥ, ଜଳସେଚନ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ହାଇଟେକ୍‍ ସର୍ଭେ ବେଶ୍‍ ଉପାଦେୟ ହୋଇଛି। ପ୍ରକଳ୍ପ ହେଉ ଅବା ନୂତନ ରାଜସ୍ୱ ଗ୍ରାମ ଚିହ୍ନଟ ସବୁଠି ବୈଷୟିକ କୌଶଳର ଭରପୂର ଉପଯୋଗ ହୋଇପାରିଛି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ସ୍ଥିତ ଦୁଧିଆଣି ଜଙ୍ଗଲରୁ ମୃତ ହାତୀଛୁଆ ଉଦ୍ଧାର

11 Sep 2022 By The Sakala

ଜ୍ଞାନ କୌଶଳ ଉପଯୋଗରେ ରାଜସ୍ୱ ବିଭାଗ ଆଗୁଆ: ଦିନକରେ ସରୁଛି ମାସ ମାସର କାମ

ଭୁବନେଶ୍ୱର: ‘୫-ଟି’ ଉପକ୍ରମକୁ ଅନୁସରଣ କରି ସରକାରୀ ସେବାରେ ରୂପାନ୍ତରଣ ଆଣିବା ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱାରୋପ କରୁଛନ୍ତି। ବିଭିନ୍ନ ବିଭାଗର କାର୍ଯ୍ୟଧାରାରେ ୫-ଟି ଉପକ୍ରମର ଆଭିମୁଖ୍ୟ ପ୍ରତିଫଳିତ ହେଉଛି। ଏହା ଦ୍ୱାରା ନା କେବଳ ତ୍ୱରୀତ ସେବା ମିଳୁଛି ବରଂ ପାରଦର୍ଶିତା ସୁନିଶ୍ଚତ କରାଯାଇ ପାରିଛି। ତେବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିରେ ଆଗୁଆ ରହିଛି। ବହୁ ଜଟିଳ ପ୍ରକ୍ରିୟାର ସରଳ ସମାଧାନ ହୋଇ ପାରୁଥିବା ବେଳେ ସେବା ପାଇବା ପାଇଁ ନାଗରିକଙ୍କୁ ଆଉ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁ ନାହିଁ। ଯେଉଁଠି ଗୋଟିଏ ସାଧାରଣ ସେବା ପାଇବା ପାଇଁ ଦୀର୍ଘ ଦିନ ଅପେକ୍ଷା କରିବାକୁ ହେଉଥିଲା ଆଜି ସେହି କାମ କିଛି ଘଣ୍ଟା ମଧ୍ୟରେ ସମ୍ପାଦିତ ହୋଇପାରୁଛି। ଦାଖଲ ଖାରଜ ମାମଲା, ଜାତିଗତ ପ୍ରମାଣପତ୍ର ହେଉ ଅବା ଜମି ଅଧିଗ୍ରହଣ, ସବୁ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପାଦନ ସୁନିଶ୍ଚିତ କରାଯାଇଛି।

ସାଧାରଣତଃ ଜମି ଅଧିଗ୍ରହଣ ଏକ ବିଳମ୍ବିତ ପ୍ରକ୍ରିୟା। ଜମି ଚିହ୍ନଟ, ଅଧିଗ୍ରହଣ, ମାମଲାର ଫଇସାଲା, ପ୍ରକଳ୍ପ ପାଇଁ ସାମାଜିକ ପ୍ରଭାବ ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତି, କ୍ଷତିପୂରଣ ପ୍ରଦାନ ଆଦି କାର୍ଯ୍ୟରେ ବହୁ ସମୟ ଲାଗୁଥିଲା। ଏଥିପାଇଁ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାରମ୍ଭ ମଧ୍ୟ ବିଳମ୍ବିତ ହେଉଥିଲା। ହେଲେ ଆଜି ସେ ଦିନ ଆଉ ନାହିଁ। ଚଳିତ ବର୍ଷ ଜାନୁଆରୀ ମାସରୁ ବିଭାଗ ଅଧୀନରେ ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି।

ଜମି ଜମା ସମ୍ପର୍କିତ ଦାଖଲ ଖାରଚ ମାମଲା ପାଇଁ ମାସ ମାସ ଧରି ସମୟ ଲାଗୁ ଥିବା ବେଳେ ଏବେ ସପ୍ତାହେ ମଧ୍ୟରେ ଲୋକଙ୍କୁ ଜମି ପଟ୍ଟା ମିଳିପାରୁଛି। ପୂର୍ବରୁ ବିଭିନ୍ନ କାମ ପାଇଁ ଲୋକେ ତହସିଲ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ସିଂହଭାଗ କାର୍ଯ୍ୟ ଏବେ ଅନ୍‍ଲାଇନ୍‍ରେ ହୋଇପାରୁଛି। ପୂର୍ବରୁ ଘରବାଡ଼ି ପଟ୍ଟା ପାଇବାକୁ ହେଲେ ୭/୮ ମାସ ଅପେକ୍ଷା କରିବାକୁ ହେଉଥିଲା। ଏବେ ୯୦% କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ହେଉଛି। ସେହିପରି ଅନେକ ସେବାକୁ ସରକାର ଦେୟମୁକ୍ତ କରିଛନ୍ତି। ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ ମାଧ୍ୟମରେ ଅଧିକାଂଶ ସେବା ସୁନିଶ୍ଚିତ କରାଯାଇଛି। ଜାତିଗତ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ଆଦି ପାଇଁ ହାତଗୁଞ୍ଜା ଦେବାକୁ ହେଉ ନାହିଁ କିମ୍ବା ବହୁତ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁନାହିଁ। ନିବନ୍ଧନ କାର୍ଯ୍ୟାଳୟର ସେବା ମଧ୍ୟ ଅନ୍‍ଲାଇନ୍‍ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛି। ଅପରପକ୍ଷେ ରେଳବାଇ, ଏୟାରଷ୍ଟ୍ରିପ୍‍, ବନ୍ଦର, ଜାତୀୟ ରାଜପଥ, ଜଳସେଚନ ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜମି ଅଧିଗ୍ରହଣ ପ୍ରକ୍ରିୟାରେ ହାଇଟେକ୍‍ ସର୍ଭେ ବେଶ୍‍ ଉପାଦେୟ ହୋଇଛି। ପ୍ରକଳ୍ପ ହେଉ ଅବା ନୂତନ ରାଜସ୍ୱ ଗ୍ରାମ ଚିହ୍ନଟ ସବୁଠି ବୈଷୟିକ କୌଶଳର ଭରପୂର ଉପଯୋଗ ହୋଇପାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର