ଆସନ୍ତାକାଲି ରତ୍ନସିଂହାସନରେ ବଣଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

The Sakala Picture
Published On

ପୁରୀ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରେ ପାରମ୍ପରିକ ରୀତିରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାର କଥାବସ୍ତୁ ଉପରେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି କ୍ରମରେ ନବମୀ ଦିନ ନନ୍ଦଉତ୍ସବ ପରେ ଦଶମୀ ତିଥିରେ ପ୍ରଭୁ ଭକ୍ତ ମାନଙ୍କୁ ବଣଭୋଜି ବେଶରେ ଦର୍ଶନ ଦେଇଥାନ୍ତି। ମହାପ୍ରଭୁଙ୍କ ବେଶ ମଧ୍ୟରେ ବଣଭୋଜି ବେଶ ଅନ୍ୟତମ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପର ଦିନ ମହାପ୍ରଭୁଙ୍କ ଏହି […]

ପୁରୀ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରେ ପାରମ୍ପରିକ ରୀତିରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାର କଥାବସ୍ତୁ ଉପରେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି କ୍ରମରେ ନବମୀ ଦିନ ନନ୍ଦଉତ୍ସବ ପରେ ଦଶମୀ ତିଥିରେ ପ୍ରଭୁ ଭକ୍ତ ମାନଙ୍କୁ ବଣଭୋଜି ବେଶରେ ଦର୍ଶନ ଦେଇଥାନ୍ତି। ମହାପ୍ରଭୁଙ୍କ ବେଶ ମଧ୍ୟରେ ବଣଭୋଜି ବେଶ ଅନ୍ୟତମ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପର ଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି (ସୋମବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଣଭୋଜି ବେଶ ଏବଂ କୋଳି ବିକା ନୀତି ଅନୁଷ୍ଠିତ ହେବ ।

ଆହୁରି ପଢ଼ନ୍ତୁ: ଜାମଖାନୀ ଏବଂ ଘୋଘରପଲ୍ଲୀରେ ଗ୍ରୀଷ୍ମ ଶିବିରରେ ୬୦୦ ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସାମିଲ କରିଛି ବେଦାନ୍ତ ଆଲୁମିନିୟମ

ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବଣଭୋଜି ବେଶ ସମ୍ପନ୍ନ ହୋଇଥାଏ । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି ମହାପ୍ରଭୁ । ମଧ୍ୟାହ୍ନ ଧୂପ ପରେ ବଣଭୋଜି ବେଶ ସଜ ପାଇଁ ଶ୍ରୀମନ୍ଦିରରେ ବେଶରେ ବଡଠାକୁର ଶ୍ରୀବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଅଜ୍ଞାମାଳ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳକୁ ଦକ୍ଷିଣ ଘରକୁ ବିଜେ କରାଯାଇଥାଏ । ଦକ୍ଷିଣ ଘରେ ରାମ ଓ କୃଷ୍ଣଙ୍କୁ ଏହି ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ ।

ଆହୁରି ପଢ଼ନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ମୟୂରଭଞ୍ଜରେ ୪୭,୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ହେବ ଶୁଭାରମ୍ଭ

ରାମକୃଷ୍ଣ ଏହି ଆଜ୍ଞାମାଳ ପାଇବା ପରେ ବଟଦ୍ଵାର ପାଖରେ ଥିବା ପାଲଙ୍କିରେ ଅଧିଷ୍ଠିତ ହୋଇଥାନ୍ତି । ଏହି ପାଲଙ୍କି ବିଜେ ଠାକୁରଙ୍କୁ ବିମାନ ବଡୁ ସେବକମାନେ ଘଣ୍ଟଛତା, କାହାଳୀ ସହ ପଟୁଆରରେ ନେଇ ଶ୍ରୀମନ୍ଦିର ସିଂହଦ୍ଵାର ପାର୍ଶ୍ବ ବଡଛତା ମଠ ସମ୍ମୁଖରେ ସଜା ଯାଇଥିବା କାଠ ସିଂହାସନରେ ବିଜେ କରାଇଥାନ୍ତି । ଏହିଠାରେ ଶ୍ରୀଜିଉଙ୍କ କୋଳିବିକା ନୀତି ହୋଇଥାଏ । କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜିଉମାନଙ୍କୁ ବଣଭୋଜି ବେଶରେ ଭୂଷିତ କରିଥାନ୍ତି । ଏହି ବେଶର ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ । ଶ୍ରୀବିଗ୍ରହଙ୍କୁ ସୋଲ, ବେତ, କନା, ଜରିରେ ନିର୍ମିତ ସ୍ବର୍ଣ କିଆ ଶ୍ରୀମସ୍ତକ ଚୂଳରେ ଖୋସା ଯାଇଥାଏ । ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ତିଆରି ଗାଈ ବାଛୁରୀ ଦଣ୍ଡାୟମାନ ରହିଥାନ୍ତି । ଏହି ବେଶ ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ ।

ଆହୁରି ପଢ଼ନ୍ତୁ: ମଣ୍ଡିରେ ପଡ଼ିଛି ଧାନ, ଟୋକନ ଥାଇ ମଧ୍ୟ ମିଲର ଉଠାଉନାହିଁ; କୀଟନାଶକ ପିଇ ଜୀବନ ହାରିଲେ ଚାଷୀ

ବଡ଼ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତର ଗୋଟିଏ ପାଖରେ ଚାରି ଫୁଟ ଲମ୍ବାର କନା ଓ ଜରିରେ ନିର୍ମିତ ଶିକା ତଳ ଭାଗରେ ଥିବା ରୂପା ପିଙ୍ଗଣରେ ‘ସର ଏବଂ ଅନ୍ୟ ହସ୍ତରେ ଏକ ବାଡ଼ି ଧରିଥାନ୍ତି । ଶ୍ରୀମନ୍ଦିର ମହାଭୋଇ ସେବକମାନେ ପରମ୍ପରା ମୁତାବକ ଏହି ସର ଯୋଗାଇଥାନ୍ତି ।ବେଶରେ ଠାକୁରମାନେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଖୁଆପେଡାର ମାଳି ଧାରଣ କରିବା ଶ୍ରୀମନ୍ଦିରର ଏକ ନିଆରା ପରମ୍ପରା ରହିଛି । ପାଟ ଯୋଶୀ ମହାପାତ୍ର ଘରୁ ଏହି ଖୁଆ ପେଡା ଯୋଗାଇ ଦିଆଯାଇଥାଏ । ପୁରାଣ ପରମ୍ପରା ମୁତାବକ ଶ୍ରୀକୃଷ୍ଣ ବଳରାମଙ୍କ ବାଲ୍ୟଲୀଳାରେ ଗାଈ ବାଛୁରୀଙ୍କୁ ନେଇ ବଣଭୋଜିକୁ ଯିବା ଘଟଣା ଆଧାରରେ ଶ୍ରୀମନ୍ଦିରରେ ଏହି ବଣଭୋଜି ବେଶ ପାଳନ ହେଉଥିବାର ଲୋକ ବିଶ୍ବାସ ରହିଛି । ଏହି ବେଶରେ ବିଶେଷ କରି ଶ୍ରୀଜିଉମାନେ ବଣଭୋଜି ଉଦ୍ଦେଶ୍ୟରେ ଗମନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ । ଏହି ଦିନ ପୁରୀ ସାହି ପରମ୍ପରାରେ ମଧ୍ୟ ବାଲିସାହି ଜାଗା ଆଖଡାର ବକାସୁର ବାହାରି ନଗର ପରିକ୍ରମା କରି ଶ୍ରୀମନ୍ଦିରକୁ ପରିଦର୍ଶନ କରିବା ପରେ ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ହେବାର ପରମ୍ପରା ମଧ୍ୟ ହୋଇଥାଏ ।

21 Aug 2022 By The Sakala

ଆସନ୍ତାକାଲି ରତ୍ନସିଂହାସନରେ ବଣଭୋଜି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ପୁରୀ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପରେ ପାରମ୍ପରିକ ରୀତିରେ ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା ଅନୁଷ୍ଠିତ ହୋଇଥାଏ। ଶ୍ରୀଜୀଉ ମାନେ ଭଗବାନ ଶ୍ରୀକୃଷ୍ଣଙ୍କ ବିଭିନ୍ନ ଲୀଳାର କଥାବସ୍ତୁ ଉପରେ ବିଭିନ୍ନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହି କ୍ରମରେ ନବମୀ ଦିନ ନନ୍ଦଉତ୍ସବ ପରେ ଦଶମୀ ତିଥିରେ ପ୍ରଭୁ ଭକ୍ତ ମାନଙ୍କୁ ବଣଭୋଜି ବେଶରେ ଦର୍ଶନ ଦେଇଥାନ୍ତି। ମହାପ୍ରଭୁଙ୍କ ବେଶ ମଧ୍ୟରେ ବଣଭୋଜି ବେଶ ଅନ୍ୟତମ । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପର ଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ । ଆସନ୍ତାକାଲି (ସୋମବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଣଭୋଜି ବେଶ ଏବଂ କୋଳି ବିକା ନୀତି ଅନୁଷ୍ଠିତ ହେବ ।

ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବଣଭୋଜି ବେଶ ସମ୍ପନ୍ନ ହୋଇଥାଏ । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି ମହାପ୍ରଭୁ । ମଧ୍ୟାହ୍ନ ଧୂପ ପରେ ବଣଭୋଜି ବେଶ ସଜ ପାଇଁ ଶ୍ରୀମନ୍ଦିରରେ ବେଶରେ ବଡଠାକୁର ଶ୍ରୀବଳଭଦ୍ର ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଅଜ୍ଞାମାଳ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳକୁ ଦକ୍ଷିଣ ଘରକୁ ବିଜେ କରାଯାଇଥାଏ । ଦକ୍ଷିଣ ଘରେ ରାମ ଓ କୃଷ୍ଣଙ୍କୁ ଏହି ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ ।

ରାମକୃଷ୍ଣ ଏହି ଆଜ୍ଞାମାଳ ପାଇବା ପରେ ବଟଦ୍ଵାର ପାଖରେ ଥିବା ପାଲଙ୍କିରେ ଅଧିଷ୍ଠିତ ହୋଇଥାନ୍ତି । ଏହି ପାଲଙ୍କି ବିଜେ ଠାକୁରଙ୍କୁ ବିମାନ ବଡୁ ସେବକମାନେ ଘଣ୍ଟଛତା, କାହାଳୀ ସହ ପଟୁଆରରେ ନେଇ ଶ୍ରୀମନ୍ଦିର ସିଂହଦ୍ଵାର ପାର୍ଶ୍ବ ବଡଛତା ମଠ ସମ୍ମୁଖରେ ସଜା ଯାଇଥିବା କାଠ ସିଂହାସନରେ ବିଜେ କରାଇଥାନ୍ତି । ଏହିଠାରେ ଶ୍ରୀଜିଉଙ୍କ କୋଳିବିକା ନୀତି ହୋଇଥାଏ । କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜିଉମାନଙ୍କୁ ବଣଭୋଜି ବେଶରେ ଭୂଷିତ କରିଥାନ୍ତି । ଏହି ବେଶର ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ । ଶ୍ରୀବିଗ୍ରହଙ୍କୁ ସୋଲ, ବେତ, କନା, ଜରିରେ ନିର୍ମିତ ସ୍ବର୍ଣ କିଆ ଶ୍ରୀମସ୍ତକ ଚୂଳରେ ଖୋସା ଯାଇଥାଏ । ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ କାଠ ତିଆରି ଗାଈ ବାଛୁରୀ ଦଣ୍ଡାୟମାନ ରହିଥାନ୍ତି । ଏହି ବେଶ ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ ।

ବଡ଼ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତର ଗୋଟିଏ ପାଖରେ ଚାରି ଫୁଟ ଲମ୍ବାର କନା ଓ ଜରିରେ ନିର୍ମିତ ଶିକା ତଳ ଭାଗରେ ଥିବା ରୂପା ପିଙ୍ଗଣରେ ‘ସର ଏବଂ ଅନ୍ୟ ହସ୍ତରେ ଏକ ବାଡ଼ି ଧରିଥାନ୍ତି । ଶ୍ରୀମନ୍ଦିର ମହାଭୋଇ ସେବକମାନେ ପରମ୍ପରା ମୁତାବକ ଏହି ସର ଯୋଗାଇଥାନ୍ତି ।ବେଶରେ ଠାକୁରମାନେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ଖୁଆପେଡାର ମାଳି ଧାରଣ କରିବା ଶ୍ରୀମନ୍ଦିରର ଏକ ନିଆରା ପରମ୍ପରା ରହିଛି । ପାଟ ଯୋଶୀ ମହାପାତ୍ର ଘରୁ ଏହି ଖୁଆ ପେଡା ଯୋଗାଇ ଦିଆଯାଇଥାଏ । ପୁରାଣ ପରମ୍ପରା ମୁତାବକ ଶ୍ରୀକୃଷ୍ଣ ବଳରାମଙ୍କ ବାଲ୍ୟଲୀଳାରେ ଗାଈ ବାଛୁରୀଙ୍କୁ ନେଇ ବଣଭୋଜିକୁ ଯିବା ଘଟଣା ଆଧାରରେ ଶ୍ରୀମନ୍ଦିରରେ ଏହି ବଣଭୋଜି ବେଶ ପାଳନ ହେଉଥିବାର ଲୋକ ବିଶ୍ବାସ ରହିଛି । ଏହି ବେଶରେ ବିଶେଷ କରି ଶ୍ରୀଜିଉମାନେ ବଣଭୋଜି ଉଦ୍ଦେଶ୍ୟରେ ଗମନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ । ଏହି ଦିନ ପୁରୀ ସାହି ପରମ୍ପରାରେ ମଧ୍ୟ ବାଲିସାହି ଜାଗା ଆଖଡାର ବକାସୁର ବାହାରି ନଗର ପରିକ୍ରମା କରି ଶ୍ରୀମନ୍ଦିରକୁ ପରିଦର୍ଶନ କରିବା ପରେ ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ହେବାର ପରମ୍ପରା ମଧ୍ୟ ହୋଇଥାଏ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର