ରାସ୍ତା ଉପରେ ୧୦ ଫୁଟ୍‌ର ପାଣି : ସାତକୋଶିଆର ଟିକରପଡା ବାହ୍ୟଜଗତରୁ ବିଚ୍ଛିନ୍ନ

The Sakala Picture
Published On

ଅନୁଗୁଳ : ଉଛୁଳୁଛି ମହାନଦୀ , ଆଠମଲ୍ଲିକ , ଟିକରପଡାରେ ଜଳସ୍ତର ବିପଦ ସଂକେତ ଟପିଛି । ଅନୁଗୁଳ ଟିକରପଡା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ। ପାଣି ଘେରରେ ରହିଛି ଆଠମଲ୍ଲିକ ବ୍ଲକର କୁଦଗାଁ ବିନକେଇ ଓ ଦେଉଳଝରି ମନ୍ଦିର । ସେହିପରି ଜାମୁଡୋଲି ପଂଚାୟତ କୁ ସଂଯୋଗ କରୁଥିବା ରାସ୍ତାର ଏକ ନାଳ ଉପରେ ପାଞ୍ଚ ଫୁଟ ଉଚ୍ଚ ର ପାଣି ପ୍ରବାହିତ ହେଉଥିବାରୁ ସେହି ପଂଚାୟତ ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇଯାଇଛି। । […]

ଅନୁଗୁଳ : ଉଛୁଳୁଛି ମହାନଦୀ , ଆଠମଲ୍ଲିକ , ଟିକରପଡାରେ ଜଳସ୍ତର ବିପଦ ସଂକେତ ଟପିଛି । ଅନୁଗୁଳ ଟିକରପଡା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ। ପାଣି ଘେରରେ ରହିଛି ଆଠମଲ୍ଲିକ ବ୍ଲକର କୁଦଗାଁ ବିନକେଇ ଓ ଦେଉଳଝରି ମନ୍ଦିର । ସେହିପରି ଜାମୁଡୋଲି ପଂଚାୟତ କୁ ସଂଯୋଗ କରୁଥିବା ରାସ୍ତାର ଏକ ନାଳ ଉପରେ ପାଞ୍ଚ ଫୁଟ ଉଚ୍ଚ ର ପାଣି ପ୍ରବାହିତ ହେଉଥିବାରୁ ସେହି ପଂଚାୟତ ବାହ୍ୟ ଜଗତ ରୁ ବିଚ୍ଛିନ୍ନ ହୋଇଯାଇଛି। । ଜଳ ବନ୍ଦି ହୋଇ ରହିଛନ୍ତି ହଜାର ହଜାର ଲୋକ । ପାଣି ଘେରରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରଭାବିତ ହୋଇଛି ଟିକରପଡା ପର୍ଯ୍ୟଟନ କେନ୍ଦ୍ର ଓ ବିନିକେଇ ପୀଠ । ଏପଟେ ମହାନଦୀରେ ପାଣି ବଢୁଥିବାରୁ ଆଗକୁ ସ୍ଥିତି ଅଧିକ ବିଗିଡିବା ଆଶଙ୍କା କରାଯାଉଛି । ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଉପର ମୁଣ୍ଡରେ ଲଗାଣ ବର୍ଷା ଫଳରେ ହୀରାକୁଦର ୩୬ ଟି ଗେଟ୍ ଖୋଲାଯାଇଛି । ଗେଟ୍ ଖୋଲାଯିବା ପରେ ସିଧାସଳଖ ପ୍ରଭାବ ପଡିଛି ମହାନଦୀ ଉପରେ । ମହାନଦୀ ଯେତେବେଳେ ଉଛୁଳିଲା ଏହାର ପ୍ରଭାବ ପଡିଛି ସାତକୋଶିଆ ଅଭୟାରଣ୍ୟ , ଟିକରପଡା ଗଣ୍ଡ ଉପରେ । ମୋଟାମୋଟି ଭାବେ ଟିକରପଡା ପଞ୍ଚାୟତର ଚାରୋଟି ଗାଁ ମଝିପଡା , ଗଇଁଦି , ବେହେରା ସାହି ଓ ଘାଟସାହି । ଏହି ଚାରୋଟି ଗାଁର ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗତକାଲି ପାଖାପାଖି ୧୦୦ ପରିବାରଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି ଏବଂ ଗତକାଲି ଠାରୁ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଟିମ ମଧ୍ୟ ଅନୁଧ୍ୟାନ କରିଥିଲେ । ଉପଜିଲ୍ଲାପାଳ ବୈତୁରା ଦୀପ ଏବଂ ଆଠମଲ୍ଲିକ ବିଧାୟକ ରମେଶ ସାଏ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ । କିଭଳି ଭାବେ ରବର ବୋଟ ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରାଯିବ । କିନ୍ତୁ କିଛି ଲୋକ ନିଜସ୍ୱ ପ୍ରଚେଷ୍ଟାରେ ଉଚ୍ଚ ସ୍ଥାନକୁ ଚାଲି ଆସିଥିଲେ । ସେମାନଙ୍କୁ ୨ ଦିନ ହେଲା ରନ୍ଧା ଖାଦ୍ୟ ମଧ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଟିକରପଡା ପର୍ଯ୍ୟଟନ କ୍ଷେତ୍ର ଏବଂ ବିନିକେଇ ପୀଠ ସମ୍ପୁର୍ଣ୍ଣ ଭାବେ ବୁଡ଼ିରହିଛି । ପାଖାପାଖି ଟିକରପଡା ପଞ୍ଚାୟତର ଚାରୋଟି ଗାଁ ଏବଂ ଆଠମଲ୍ଲିକର ଯଦି ବିନିକେଇ କଥା କୁହାଯାଏ ତେବେ ପାଖାପାଖି ୨୬ ଟି ଗାଁ ବର୍ତମାନ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଓଡ୍ରାଫ ଟିମ ପହଁଚିଛି । ଅଗ୍ନିଶମ ବିଭାଗ ପହଂଚିଛି । କିଛିବି ଅପ୍ରିତିକର ପରିସ୍ଥିତି ନଉପୁଜିବା ନେଇ ସେମାନେ ସଜାଗ ଅଛନ୍ତି । ଟିକରପଡା ସ୍କୁଲ, ପ୍ରାଥମିକ ସ୍ୱାସ୍ତ୍ୟ କେନ୍ଦ୍ର ,ବନବିଭାଗ ଅଫିସ, ବନ ବିଭାଗ କର୍ମଚାରୀଙ୍କ ବାସଗୃହ, ପଂଚାୟତ ଅଫିସ, ପାଖରେ ପାଖାପାଖି ୧୦ଫୁଟ ଉଚ୍ଚରେ ପାଣି ଚାଲିଛି। ଟିକରପଡା ର ଘାଟ ସାହି ପାଣିରେ ସମ୍ପୂର୍ଣ ବୁଡି ଯାଇଛି।ଯୁଆଡେ ଦେଖିବ ଖାଲି ପାଣି ହି ପାଣି ।ମହାନଦୀ ର ସାତକୋଶିଆ ଗଣ୍ଡ ଏବଂ ଆଖ ପାଖ ଗାଁ ପାଣିରେ ବୁଡି ଏକା କାର ହୋଇଯାଇଛି। ମହାନଦୀର ବନ୍ୟା ବିଭୀଷିକା ମଧ୍ୟରେ ଉବୁଟୁବୁ ହେଉଛନ୍ତି ସାତକୋଶିଆ ଅବବାହିକାରେ ଥିବା ସମସ୍ତ ଗାଁ ।ଦୀର୍ଘ ଚାରି ଦିନ ହେବ ସମ୍ପୂର୍ଣ ଜଳ ବନ୍ଦୀ ଅବସ୍ଥାରେ ରହିଛନ୍ତି ଏହି ସବୁ ଗାଁ ର ହଜାର ହଜାର ଲୋକ। ସେମାନେ ନା ଗାଁ ରୁ କୁଆଡେ ବାହାରକୁ ଆସିପାରୁଛନ୍ତି ନା ବାହାରୁ ଗାଁକୁ ଯାଇପାରୁଛନ୍ତି।ଗାଁ ଗୁଡିକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୧୫ଫୁଟ ପାଣି ଜମିରହିଛି।ପ୍ରଶାସନ ତରଫରୁ ଡଙ୍ଗା ଯୋଗେ ସେମାନଙ୍କ ପାଖରେ ଖାଦ୍ୟ ,ଔଷଧ ଓ ଅନ୍ୟାନ୍ୟ ଆବସକିୟ ଜିନିଷ ପଠା ଯାଉଛି।

ଆହୁରି ପଢ଼ନ୍ତୁ: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ନବୀନ

ଆଗାମୀ ଦୁଇ ଦିନରେ ମହାନଦୀରେ ଜଳ ସ୍ତର ଆହୁରି ବଢିବାର ଆଶଙ୍କା ଦେଖାଦେଇଛି।ତେଣୁ ଗ୍ରାମବାସୀଙ୍କ ମଧ୍ୟରେ ଆହୁରି ଭୟର ବାତାବରଣ ସୃଷ୍ଟି ହୋଇଛି। ସମସ୍ତ ଙ୍କ ଅପେକ୍ଷା ପାଣି କେବେ କମିବ ,ପରିସ୍ଥିତି କେବେ ସ୍ୱାଭାବିକ ହେବ।ଏବଂ ସେମାନଙ୍କ ଜୀବନଜୀବିକା ପୁଣି ଥରେ ଫେରି ଆସିବ। ଅନୁଗୁଳ ଉପ ଜିଲ୍ଲାପାଳ ବୈତୁରା ଦୀପ ସମସ୍ତ ଅଞ୍ଚଳ ବୁଲି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ସହ ରନ୍ଧା ଖାଦ୍ୟ ଯୋଗାଇବା ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଦିଗରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଏହି ଅଂଚଳରେ ସବୁବର୍ଷ ବନ୍ୟା ଆସେ କିନ୍ତୁ ଚଳିତବର୍ଷ ପରି ବନ୍ୟା କେବେ ହୋଇ ନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ବନ୍ୟା ରୁ ଲୋକ ମାନଙ୍କୁ ସୁରକ୍ଷିତ ଜାଗାରେ ରଖିବା ପାଇଁ ଅନୁଗୁଳର ଟିକରପଡା ଓ ଆଠମଲ୍ଲିକ ର ବିନକେଇ ଓ କୁଦଗାଁ ଅଂଚଳରେ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇଆସୁଛି।କିନ୍ତୁ ତାହା ଆଜି ପର୍ୟ୍ୟନ୍ତ ହୋଇପାରିନାହିଁ।ଏହି ବନ୍ୟା ଆଶ୍ରୟସ୍ଥଳୀ ତୁରନ୍ତ ନିର୍ମାଣ କରିବାକୁ ବନ୍ୟା ବିପର୍ଣ୍ଣ ମ।ନେ ଦାବି କରିଛନ୍ତି।

16 Aug 2022 By The Sakala

https://www.thesakala.in/latest-odisha-news/10-feet-of-water-on-the-road-of-satkoshis-tikarapada/article-14182
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର