ମନସୁନରେ ବ୍ରେକ: କମିବ ବର୍ଷା, ବଢ଼ିବ ବଜ୍ରପାତ

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁ କିଛି ଦିନ ପାଇଁ ବିରତି ନେବ। ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ‘ମନସୁନ୍‍ ବ୍ରେକ’ ଅବଧି ଆରମ୍ଭ ହେବ। ଏହାଦ୍ୱାରା ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ର୍ରିୟ ହେବା ସହିତ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ ମୌସୁମୀ ଓଡ଼ିଶା ଛୁଇଁବାର ମାସେରୁ ଦେଢ଼ ମାସ ପରେ ଏହି ସ୍ଥିତି ସୃଷ୍ଟି ହେଉଥିବା ବେଳେ ଚଳିତ ବର୍ଷ ଏବେ ଠାରୁ ମୌସୁମୀ […]

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁ କିଛି ଦିନ ପାଇଁ ବିରତି ନେବ। ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ‘ମନସୁନ୍‍ ବ୍ରେକ’ ଅବଧି ଆରମ୍ଭ ହେବ। ଏହାଦ୍ୱାରା ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ର୍ରିୟ ହେବା ସହିତ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ ମୌସୁମୀ ଓଡ଼ିଶା ଛୁଇଁବାର ମାସେରୁ ଦେଢ଼ ମାସ ପରେ ଏହି ସ୍ଥିତି ସୃଷ୍ଟି ହେଉଥିବା ବେଳେ ଚଳିତ ବର୍ଷ ଏବେ ଠାରୁ ମୌସୁମୀ ବ୍ରେକ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସାଧାରଣତଃ ମୌସୁମୀ ସହ ଜଡ଼ିତ ନିମ୍ନଚାପରେଖା ଉତ୍ତରମୁହାଁ ହେଲେ ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ବର୍ଷା କମିଥାଏ। ନିମ୍ନଚାପ ରେଖା ଏହି ସମୟରେ ଉତ୍ତର ମୁହାଁ ହୋଇ ହିମାଳୟ ପାଦଦେଶରେ ସକ୍ରିୟ ରହିବା ସହ ସେଠାରେ ବର୍ଷା କରାଏ। ସେହିପରି ମୌସୁମୀ ବିରତି ସମୟରେ ପଶ୍ଚିମାଝଡ଼ର ପ୍ରଭାବ ରହିଲେ ଏହି ବିରତି ଅବଧି ବୃଦ୍ଧି ହେବାକୁ ସହାୟକ ହୋଇଥାଏ। ଲଗାତାର ଦୁଇ ଦିନ ଧରି ସ୍ୱାଭାବିକଠାରୁ୫୦ ପ୍ରତିଶତ କମ୍‍ ବର୍ଷା ହେଲେ ଏହାକୁ ମୌସୁମୀ ବିରତିର ଏକ ପ୍ରକ୍ରିୟା ଭାବେ ଗଣାଯାଇଥାଏ। ଏହି ସ୍ଥିତିରେରାଜ୍ୟରେ ଆଗକୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ପୋଖରୀ ପୁନରୁଦ୍ଧାର କାମକୁ ନେଇ ବିଜେଡି-କଂଗ୍ରେସ ମୁହାମୁହିଁ

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ। ବୁଧବାରଠାରୁ ଆଉ ବିଶେଷ ବର୍ଷା ହେବ ନାହିଁ। ତେଣୁ ବୁଧବାରଠାରୁ ଆଉ କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇ ନାହିଁ। ସେହିପରି ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ରାଜୀବନ ମୌସୁମୀ ବ୍ରେକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଆଗକୁ କେନ୍ଦ୍ରୀୟ ଭାରତରେ ବର୍ଷାର ପ୍ରକୋପ ହ୍ରାସ ପାଇବ। ମାତ୍ର ହିମାଳୟ ପାଦଦେଶ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଡ. ରାଜୀବନ ଆକଳନ କରିଛନ୍ତି। ଅନ୍ୟପଟେ ମୌସୁମୀ ବିରତି ସମୟରେ ବିଜୁଳି ଘଡ଼ିଘଡ଼ିର ମାତ୍ରା ବୃଦ୍ଧି ପାଇଥାଏ। ମୌସୁମୀ ଦୁର୍ବଳ ଯୋଗୁଁ ବର୍ଷାର ପରିମାଣ କମିଥାଏ ଓ ତାପମାତ୍ରା ବୃଦ୍ଧି ହୁଏ। ଏହି ସମୟରେ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁ ସଂସ୍ପର୍ଶରେ ଆସିଲେ ବଜ୍ରପାତ ସୃଷ୍ଟି ହୁଏ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଭଲ ବର୍ଷା ହୋଇଥିବା ଯୋଗୁଁ ଚାଷ କାମ ପାଇଁ ଚାଷୀମାନେ କ୍ଷେତରେ ରହିବେ। ତେଣୁ ବଜ୍ରପାତରେ ଅଧିକ ଜୀବନହାନି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୫ ତାରିଖ ସୁଦ୍ଧା ରାଜ୍ୟରେ ୪୮୮.୫ ମିମି ବର୍ଷା ହୋଇ ସାରିଛି। ଯାହାକି ସ୍ୱାଭାବିକ ବର୍ଷା ୪୭୬.୮ ମିମି ତୁଳନାରେ ୨ ପ୍ରତିଶତ ଅଧିକ ରହିଛି। ଏହି ସମୟ ମଧ୍ୟରେ ୪ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‍ ଓ ବାକି ସମସ୍ତ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

26 Jul 2022 By The Sakala

ମନସୁନରେ ବ୍ରେକ: କମିବ ବର୍ଷା, ବଢ଼ିବ ବଜ୍ରପାତ

ଭୁବନେଶ୍ୱର: ଓଡ଼ିଶାରୁ ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁ କିଛି ଦିନ ପାଇଁ ବିରତି ନେବ। ରାଜ୍ୟରେ ଦିନେ ଦୁଇ ଦିନ ମଧ୍ୟରେ ‘ମନସୁନ୍‍ ବ୍ରେକ’ ଅବଧି ଆରମ୍ଭ ହେବ। ଏହାଦ୍ୱାରା ରାଜ୍ୟରେ ମୌସୁମୀ ବାୟୁ ନିଷ୍କ୍ର୍ରିୟ ହେବା ସହିତ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ ମୌସୁମୀ ଓଡ଼ିଶା ଛୁଇଁବାର ମାସେରୁ ଦେଢ଼ ମାସ ପରେ ଏହି ସ୍ଥିତି ସୃଷ୍ଟି ହେଉଥିବା ବେଳେ ଚଳିତ ବର୍ଷ ଏବେ ଠାରୁ ମୌସୁମୀ ବ୍ରେକ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ସାଧାରଣତଃ ମୌସୁମୀ ସହ ଜଡ଼ିତ ନିମ୍ନଚାପରେଖା ଉତ୍ତରମୁହାଁ ହେଲେ ଓଡ଼ିଶା ସମେତ କେନ୍ଦ୍ରୀୟ ଭାରତରେ ବର୍ଷା କମିଥାଏ। ନିମ୍ନଚାପ ରେଖା ଏହି ସମୟରେ ଉତ୍ତର ମୁହାଁ ହୋଇ ହିମାଳୟ ପାଦଦେଶରେ ସକ୍ରିୟ ରହିବା ସହ ସେଠାରେ ବର୍ଷା କରାଏ। ସେହିପରି ମୌସୁମୀ ବିରତି ସମୟରେ ପଶ୍ଚିମାଝଡ଼ର ପ୍ରଭାବ ରହିଲେ ଏହି ବିରତି ଅବଧି ବୃଦ୍ଧି ହେବାକୁ ସହାୟକ ହୋଇଥାଏ। ଲଗାତାର ଦୁଇ ଦିନ ଧରି ସ୍ୱାଭାବିକଠାରୁ୫୦ ପ୍ରତିଶତ କମ୍‍ ବର୍ଷା ହେଲେ ଏହାକୁ ମୌସୁମୀ ବିରତିର ଏକ ପ୍ରକ୍ରିୟା ଭାବେ ଗଣାଯାଇଥାଏ। ଏହି ସ୍ଥିତିରେରାଜ୍ୟରେ ଆଗକୁ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କିଛି ଅଞ୍ଚଳରେ ବର୍ଷା ହୋଇପାରେ। ବୁଧବାରଠାରୁ ଆଉ ବିଶେଷ ବର୍ଷା ହେବ ନାହିଁ। ତେଣୁ ବୁଧବାରଠାରୁ ଆଉ କୌଣସି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇ ନାହିଁ। ସେହିପରି ଭୂବିଜ୍ଞାନ ମନ୍ତ୍ରଣାଳୟର ପୂର୍ବତନ ସଚିବ ମାଧବନ ରାଜୀବନ ମୌସୁମୀ ବ୍ରେକ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଆଗକୁ କେନ୍ଦ୍ରୀୟ ଭାରତରେ ବର୍ଷାର ପ୍ରକୋପ ହ୍ରାସ ପାଇବ। ମାତ୍ର ହିମାଳୟ ପାଦଦେଶ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ଡ. ରାଜୀବନ ଆକଳନ କରିଛନ୍ତି। ଅନ୍ୟପଟେ ମୌସୁମୀ ବିରତି ସମୟରେ ବିଜୁଳି ଘଡ଼ିଘଡ଼ିର ମାତ୍ରା ବୃଦ୍ଧି ପାଇଥାଏ। ମୌସୁମୀ ଦୁର୍ବଳ ଯୋଗୁଁ ବର୍ଷାର ପରିମାଣ କମିଥାଏ ଓ ତାପମାତ୍ରା ବୃଦ୍ଧି ହୁଏ। ଏହି ସମୟରେ ବଙ୍ଗୋପସାଗରରୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ବାୟୁ ସଂସ୍ପର୍ଶରେ ଆସିଲେ ବଜ୍ରପାତ ସୃଷ୍ଟି ହୁଏ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଭଲ ବର୍ଷା ହୋଇଥିବା ଯୋଗୁଁ ଚାଷ କାମ ପାଇଁ ଚାଷୀମାନେ କ୍ଷେତରେ ରହିବେ। ତେଣୁ ବଜ୍ରପାତରେ ଅଧିକ ଜୀବନହାନି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୫ ତାରିଖ ସୁଦ୍ଧା ରାଜ୍ୟରେ ୪୮୮.୫ ମିମି ବର୍ଷା ହୋଇ ସାରିଛି। ଯାହାକି ସ୍ୱାଭାବିକ ବର୍ଷା ୪୭୬.୮ ମିମି ତୁଳନାରେ ୨ ପ୍ରତିଶତ ଅଧିକ ରହିଛି। ଏହି ସମୟ ମଧ୍ୟରେ ୪ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‍ ଓ ବାକି ସମସ୍ତ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର