ରାଜ୍ୟରେ ଚିନ୍ତା ବଢ଼ାଇଛି ଜିଏସ୍‌ଟି ଠକେଇ : ୪ ବର୍ଷରେ ଠକିଲେଣି ୧୭୪୦ କୋଟି

The Sakala Picture
Published On

କଟକ : ଦେଶରେ ଜିଏସଟି ଲାଗୁ ହେବା ପରେ ଟିକସ ଫାଙ୍କିକୁ ରୋକାଯାଇପାରିବା ନେଇ ଆଶା ସଞ୍ଚାର ହୋଇଥିଲା। ବିଶେଷକରି ପୂର୍ବପ୍ରଚଳିତ ଟିକସ ବ୍ୟବସ୍ଥାରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଟିକସ ଫାଙ୍କିଚାଲିବା ନେଇ ଅଭିଯୋଗ ହେଉଥିଲା। ଜିଏସଟି ଲାଗୁ ହେବା ପରେ ଠକ ସଂସ୍ଥାଗୁଡିକ କୋଟି କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇବାରେ ଲାଗିଛନ୍ତି। ଯାହା ବେଶ ଚିନ୍ତାଜନକ ରହିଛି। ଏପରିକି ନିକଟରେ କଳାଧନ ଯାଞ୍ଚ ପାଇଁ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ମଧ୍ୟ […]

କଟକ : ଦେଶରେ ଜିଏସଟି ଲାଗୁ ହେବା ପରେ ଟିକସ ଫାଙ୍କିକୁ ରୋକାଯାଇପାରିବା ନେଇ ଆଶା ସଞ୍ଚାର ହୋଇଥିଲା। ବିଶେଷକରି ପୂର୍ବପ୍ରଚଳିତ ଟିକସ ବ୍ୟବସ୍ଥାରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଟିକସ ଫାଙ୍କିଚାଲିବା ନେଇ ଅଭିଯୋଗ ହେଉଥିଲା। ଜିଏସଟି ଲାଗୁ ହେବା ପରେ ଠକ ସଂସ୍ଥାଗୁଡିକ କୋଟି କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇବାରେ ଲାଗିଛନ୍ତି। ଯାହା ବେଶ ଚିନ୍ତାଜନକ ରହିଛି। ଏପରିକି ନିକଟରେ କଳାଧନ ଯାଞ୍ଚ ପାଇଁ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ମଧ୍ୟ ଜିଏସଟି ଠକେଇରୁ କଳାଧନ ଉପାର୍ଜନ ଓ ଏଥିରେ ବିନିଯୋଗ ହେଉଥିବା କଥା କହିଥିଲେ।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

କଳାଧନ ବିନିଯୋଗ ଓ ଉପାର୍ଜନ ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ ହୋଇଥିବା ସେ କହିଥିଲେ। ଉଚ୍ଚସ୍ତରୀୟ ବୈଠକରେ ଜିଏସଟି ଠକେଇ ରୋକିବାକୁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା। ବାସ୍ତବରେ କୌଣସି ସଂସ୍ଥା ନଖୋଲି କାଗଜକଲମରେ ଦ୍ରବ୍ୟ କିଣା ବିକା ହେଉଛି। ଏହି ବାବଦରେ ସେମାନେ ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇଆସୁଛନ୍ତି। ୨୦୧୮ରୁ ଅଦ୍ୟାବଧି ସମଗ୍ର ରାଜ୍ୟରେ ପ୍ରାୟ ୯ହଜାର୧୯୬କୋଟିର ଜାଲ୍‍ ବିଲ୍‍ ବଳରେ ୧୭୪୦କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟକୁ ଠକିନେଇଛନ୍ତି ଜିଏସଟି ଠକ। ବିଗତ କିଛି ବର୍ଷ ହେବ ଏହି ଠକେଇ ବେଶ ଅଭିନବ ଢଙ୍ଗରେ ଚାଲୁଛି। ଯଦିଓ ଜିଏସଟି ବିଭାଗ ଉପରୋକ୍ତ ଟଙ୍କା ଠକେଇ ଘଟଣା ଗୁଡିକୁ ପର୍ଦ୍ଦାଫାସ କରିପାରିଛି ହେଲେ ଏହାର ଦୁଇଗୁଣାରୁ ଅଧିକ ଠକେଇ ହୋଇଥିବା ସମର୍ଥୀତ ସୂତ୍ରରୁ ଜଣାପଡ଼ିଛି। ଜିଏସଟି ବିଭାଗ ପକ୍ଷରୁ ଯେଉଁ କେତେଗୋଟି ବୃହତ୍ତ ଠକେଇର ପର୍ଦ୍ଦାଫାସ ହୋଇଛି ତନ୍ମଧ୍ୟରୁ ଅଧିକାଂଶ ଠକେଇର ମାଧ୍ୟମ ଲୌହ, ଇସ୍ପାତ ତଥା ସ୍କ୍ରାପ ବ୍ୟବସାୟ ହୋଇଛି।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ ଏହାର କାରଣ ହେଉଛି ଲୌହ ଓ ଇସ୍ପାତ କିଣା ବିକାରେ ସର୍ବାଧିକ ୧୮ପ୍ରତିଶତ ଜିଏସଟି ରହିଛି। କେତେକ କ୍ଷେତ୍ରରେ ଜଣେ ବ୍ୟବସାୟୀଙ୍କ ବାସ୍ତବରେ ଯଦି ଗୋଟିଏ ସଂସ୍ଥା ଚାଲୁଛି ତାହେଲେ ଆଉ ୩-୪ ସଂସ୍ଥାକୁ କାଗଜକଲମରେ ଚଳନକ୍ଷମକରାଯାଉଛି। ଆଉ ଏହି ବେନାମୀ କମ୍ପାନୀ ଜରିଆରେ ସେମାନଙ୍କ ହିସାବ ବହିର୍ଭ‌ୂତ ଉତ୍ପାଦନକୁ ନିୟମିତ କରିବା ପାଇଁ ବି ଠକେଇରେ ଏକ ଅଂଶୀଦାର କରାଯାଉଛି। ସେମାନଙ୍କ ସାମଗ୍ରୀ ବିକ୍ରିବଟା ବାବଦରେ ମିଳୁଥିବା ଇନପୁଟ କ୍ରେଡିଟ ବି ବେନାମୀ ସଂସ୍ଥାଙ୍କୁ ପ୍ରଦାନ କରାଯାଇଆସୁଛି। ଗତ ୪ ବର୍ଷ ମଧ୍ୟରେ ଏହିଭଳି ଠକେଇରେ ୨୮ଜଣଙ୍କୁ ଗିରଫ କରିଲାଣି ରାଜ୍ୟ ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ବିଭାଗ। ହେଲେ ଅନେକ ଛୋଟଧରଣର ଠକେଇ ଜଣାପଡୁନାହିଁ। ଏଗତ୨୦୧୯ରେ ୧୩୮କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ରାଉରକେଲାର ୪ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, CISFର ୫୭ତମ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ

୨୦୨୦ରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ ୭୧୨କୋଟିର ଏକ ବଡଧରଣର ଜିଏସଟି ଠକେଇ ଘଟଣାର ପର୍ଦ୍ଦାଫାସ କରିଥିଲା। ସେହିପରି ୧୧୫କୋଟି ଠକେଇ ଘଟଣାରେ ଅଭିଯୁକ୍ତ ଜଣକ ରାଉରକେଲାର ଥିଲେ। ନିକଟରେ ମଧ୍ୟ ୩୧୧କୋଟିର ଠକେଇର ପର୍ଦ୍ଦାଫାସ ହୋଇଥିଲା। ଯେଉଁଥିରେ ସୁନ୍ଦରଗଡ଼ର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜିଏସଟି ଏନଫୋର୍ସମେଣ୍ଟ ସ୍ୱତନ୍ତ୍ର ଆୟୁକ୍ତ ମାନଭଞ୍ଜନ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଲୁହା ଓ ଇସ୍ପାତ କ୍ଷେତ୍ରରେ ଅଧିକ ଜିଏସଟି ରହିଛି। ଏଣୁ ଏହି ବ୍ୟବସାୟ ଦର୍ଶାଇ ଠକ ମାନେ ଇନପୁଟ କ୍ରେଡିଟ ଅଧିକ ହାତାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଏସଟି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଥିବା ସେ କହିଛନ୍ତି।ଅନ୍ୟପଟରେ ଜିଏସଟି ପଞ୍ଜିକରଣ ଆବେଦନ କ୍ଷେତ୍ରରେ ଅଧିକାରୀମାନେ କ୍ଷେତ୍ର ଯାଞ୍ଚ କରିବା ପାଇଁ କୁହାଯାଇଛି।

ସୂଚନାନୁସାରେ, ଲୁହା ତଥା ଇସ୍ପାତ ପରିବହନ ଯେଉଁ ସବୁ ଗାଡିରେ କରାଯାଇଥିବା ଦର୍ଶାଯାଉଛି। ସେଥିମଧ୍ୟରୁ ଯାଞ୍ଚ ପରେ କେଉଁ ଗାଡି ଦୁଇଚକିଆ ପୁଣି ତିନିଚକିଆ ବି ରହିଥିବା ଜଣାପଡୁଛି। ଏଥିରେ ଟନ୍‍ ଟନ୍‍ ଓଜନର ଦ୍ରବ୍ୟ ପରିବହନ ହେବା ମଧ୍ୟ ଦର୍ଶାଯାଉଛି। ଏହା ଜିଏସଟି ବିଭାଗର ଖୋଳତାଡରୁ ଜଣାପଡ଼ିଛି। ରାଜ୍ୟର ରାଉରକେଲା, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଅଞ୍ଚଳ ଜିଏସଟି ଠକଙ୍କ ପେଣ୍ଠସ୍ଥଳ ବୋଲି ବିବେଚନା କରାଯାଉଛି। ଏଣୁ ସୀମାବର୍ତ୍ତୀ ଅନ୍ୟ ରାଜ୍ୟ ତଥା ଝାଡଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶକୁ ଜିଏସଟି ଠକେଇର ଚେର ଲମ୍ବିଛି।

10 Jul 2022 By The Sakala

ରାଜ୍ୟରେ ଚିନ୍ତା ବଢ଼ାଇଛି ଜିଏସ୍‌ଟି ଠକେଇ : ୪ ବର୍ଷରେ ଠକିଲେଣି ୧୭୪୦ କୋଟି

କଟକ : ଦେଶରେ ଜିଏସଟି ଲାଗୁ ହେବା ପରେ ଟିକସ ଫାଙ୍କିକୁ ରୋକାଯାଇପାରିବା ନେଇ ଆଶା ସଞ୍ଚାର ହୋଇଥିଲା। ବିଶେଷକରି ପୂର୍ବପ୍ରଚଳିତ ଟିକସ ବ୍ୟବସ୍ଥାରେ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଟିକସ ଫାଙ୍କିଚାଲିବା ନେଇ ଅଭିଯୋଗ ହେଉଥିଲା। ଜିଏସଟି ଲାଗୁ ହେବା ପରେ ଠକ ସଂସ୍ଥାଗୁଡିକ କୋଟି କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇବାରେ ଲାଗିଛନ୍ତି। ଯାହା ବେଶ ଚିନ୍ତାଜନକ ରହିଛି। ଏପରିକି ନିକଟରେ କଳାଧନ ଯାଞ୍ଚ ପାଇଁ ଗଠିତ ଏସଆଇଟିର ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ମଧ୍ୟ ଜିଏସଟି ଠକେଇରୁ କଳାଧନ ଉପାର୍ଜନ ଓ ଏଥିରେ ବିନିଯୋଗ ହେଉଥିବା କଥା କହିଥିଲେ।

କଳାଧନ ବିନିଯୋଗ ଓ ଉପାର୍ଜନ ପାଇଁ ଏହା ଏକ ପ୍ରମୁଖ ମାଧ୍ୟମ ହୋଇଥିବା ସେ କହିଥିଲେ। ଉଚ୍ଚସ୍ତରୀୟ ବୈଠକରେ ଜିଏସଟି ଠକେଇ ରୋକିବାକୁ ଉପଯୁକ୍ତ କାର୍ଯ୍ୟପନ୍ଥା ଗ୍ରହଣ ଦିଗରେ ଗୁରୁତ୍ୱାରୋପ କରାଯାଇଥିଲା। ବାସ୍ତବରେ କୌଣସି ସଂସ୍ଥା ନଖୋଲି କାଗଜକଲମରେ ଦ୍ରବ୍ୟ କିଣା ବିକା ହେଉଛି। ଏହି ବାବଦରେ ସେମାନେ ଇନପୁଟ ଟ୍ୟାକ୍ସ କ୍ରେଡିଟ ହାତେଇଆସୁଛନ୍ତି। ୨୦୧୮ରୁ ଅଦ୍ୟାବଧି ସମଗ୍ର ରାଜ୍ୟରେ ପ୍ରାୟ ୯ହଜାର୧୯୬କୋଟିର ଜାଲ୍‍ ବିଲ୍‍ ବଳରେ ୧୭୪୦କୋଟି ଟଙ୍କାର ଇନପୁଟ ଟ୍ୟାକ୍ସ କ୍ରେଡିଟକୁ ଠକିନେଇଛନ୍ତି ଜିଏସଟି ଠକ। ବିଗତ କିଛି ବର୍ଷ ହେବ ଏହି ଠକେଇ ବେଶ ଅଭିନବ ଢଙ୍ଗରେ ଚାଲୁଛି। ଯଦିଓ ଜିଏସଟି ବିଭାଗ ଉପରୋକ୍ତ ଟଙ୍କା ଠକେଇ ଘଟଣା ଗୁଡିକୁ ପର୍ଦ୍ଦାଫାସ କରିପାରିଛି ହେଲେ ଏହାର ଦୁଇଗୁଣାରୁ ଅଧିକ ଠକେଇ ହୋଇଥିବା ସମର୍ଥୀତ ସୂତ୍ରରୁ ଜଣାପଡ଼ିଛି। ଜିଏସଟି ବିଭାଗ ପକ୍ଷରୁ ଯେଉଁ କେତେଗୋଟି ବୃହତ୍ତ ଠକେଇର ପର୍ଦ୍ଦାଫାସ ହୋଇଛି ତନ୍ମଧ୍ୟରୁ ଅଧିକାଂଶ ଠକେଇର ମାଧ୍ୟମ ଲୌହ, ଇସ୍ପାତ ତଥା ସ୍କ୍ରାପ ବ୍ୟବସାୟ ହୋଇଛି।

ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ ଏହାର କାରଣ ହେଉଛି ଲୌହ ଓ ଇସ୍ପାତ କିଣା ବିକାରେ ସର୍ବାଧିକ ୧୮ପ୍ରତିଶତ ଜିଏସଟି ରହିଛି। କେତେକ କ୍ଷେତ୍ରରେ ଜଣେ ବ୍ୟବସାୟୀଙ୍କ ବାସ୍ତବରେ ଯଦି ଗୋଟିଏ ସଂସ୍ଥା ଚାଲୁଛି ତାହେଲେ ଆଉ ୩-୪ ସଂସ୍ଥାକୁ କାଗଜକଲମରେ ଚଳନକ୍ଷମକରାଯାଉଛି। ଆଉ ଏହି ବେନାମୀ କମ୍ପାନୀ ଜରିଆରେ ସେମାନଙ୍କ ହିସାବ ବହିର୍ଭ‌ୂତ ଉତ୍ପାଦନକୁ ନିୟମିତ କରିବା ପାଇଁ ବି ଠକେଇରେ ଏକ ଅଂଶୀଦାର କରାଯାଉଛି। ସେମାନଙ୍କ ସାମଗ୍ରୀ ବିକ୍ରିବଟା ବାବଦରେ ମିଳୁଥିବା ଇନପୁଟ କ୍ରେଡିଟ ବି ବେନାମୀ ସଂସ୍ଥାଙ୍କୁ ପ୍ରଦାନ କରାଯାଇଆସୁଛି। ଗତ ୪ ବର୍ଷ ମଧ୍ୟରେ ଏହିଭଳି ଠକେଇରେ ୨୮ଜଣଙ୍କୁ ଗିରଫ କରିଲାଣି ରାଜ୍ୟ ବାଣିଜ୍ୟକର ଓ ଦ୍ରବ୍ୟ ଏବଂ ସେବା କର ବିଭାଗ। ହେଲେ ଅନେକ ଛୋଟଧରଣର ଠକେଇ ଜଣାପଡୁନାହିଁ। ଏଗତ୨୦୧୯ରେ ୧୩୮କୋଟି ଟଙ୍କାର ଜିଏସଟି ଠକେଇ ଘଟଣାରେ ରାଉରକେଲାର ୪ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା।

୨୦୨୦ରେ ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ ୭୧୨କୋଟିର ଏକ ବଡଧରଣର ଜିଏସଟି ଠକେଇ ଘଟଣାର ପର୍ଦ୍ଦାଫାସ କରିଥିଲା। ସେହିପରି ୧୧୫କୋଟି ଠକେଇ ଘଟଣାରେ ଅଭିଯୁକ୍ତ ଜଣକ ରାଉରକେଲାର ଥିଲେ। ନିକଟରେ ମଧ୍ୟ ୩୧୧କୋଟିର ଠକେଇର ପର୍ଦ୍ଦାଫାସ ହୋଇଥିଲା। ଯେଉଁଥିରେ ସୁନ୍ଦରଗଡ଼ର ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଜିଏସଟି ଏନଫୋର୍ସମେଣ୍ଟ ସ୍ୱତନ୍ତ୍ର ଆୟୁକ୍ତ ମାନଭଞ୍ଜନ ଆଚାର୍ଯ୍ୟଙ୍କ କହିବାନୁଯାୟୀ, ଲୁହା ଓ ଇସ୍ପାତ କ୍ଷେତ୍ରରେ ଅଧିକ ଜିଏସଟି ରହିଛି। ଏଣୁ ଏହି ବ୍ୟବସାୟ ଦର୍ଶାଇ ଠକ ମାନେ ଇନପୁଟ କ୍ରେଡିଟ ଅଧିକ ହାତାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଏସଟି ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଥିବା ସେ କହିଛନ୍ତି।ଅନ୍ୟପଟରେ ଜିଏସଟି ପଞ୍ଜିକରଣ ଆବେଦନ କ୍ଷେତ୍ରରେ ଅଧିକାରୀମାନେ କ୍ଷେତ୍ର ଯାଞ୍ଚ କରିବା ପାଇଁ କୁହାଯାଇଛି।

ସୂଚନାନୁସାରେ, ଲୁହା ତଥା ଇସ୍ପାତ ପରିବହନ ଯେଉଁ ସବୁ ଗାଡିରେ କରାଯାଇଥିବା ଦର୍ଶାଯାଉଛି। ସେଥିମଧ୍ୟରୁ ଯାଞ୍ଚ ପରେ କେଉଁ ଗାଡି ଦୁଇଚକିଆ ପୁଣି ତିନିଚକିଆ ବି ରହିଥିବା ଜଣାପଡୁଛି। ଏଥିରେ ଟନ୍‍ ଟନ୍‍ ଓଜନର ଦ୍ରବ୍ୟ ପରିବହନ ହେବା ମଧ୍ୟ ଦର୍ଶାଯାଉଛି। ଏହା ଜିଏସଟି ବିଭାଗର ଖୋଳତାଡରୁ ଜଣାପଡ଼ିଛି। ରାଜ୍ୟର ରାଉରକେଲା, ସୁନ୍ଦରଗଡ଼ ଓ ସମ୍ବଲପୁର ଆଦି ଅଞ୍ଚଳ ଜିଏସଟି ଠକଙ୍କ ପେଣ୍ଠସ୍ଥଳ ବୋଲି ବିବେଚନା କରାଯାଉଛି। ଏଣୁ ସୀମାବର୍ତ୍ତୀ ଅନ୍ୟ ରାଜ୍ୟ ତଥା ଝାଡଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶକୁ ଜିଏସଟି ଠକେଇର ଚେର ଲମ୍ବିଛି।

https://www.thesakala.in/latest-odisha-news/gst-fraud-raises-in-odisha-1740-crore-gst-scam-in-4-years/article-13184
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର