ଆଜି ମହାପ୍ରଭୁଙ୍କ ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଦାରୁବିଗ୍ରହ

The Sakala Picture
Published On

ପୁରୀ: ରବିବାର ଆଷାଢ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହେବ । ଦୁଇବର୍ଷ ପରେ ରଥ ଉପରେ ବିଶ୍ୱନିୟନ୍ତାଙ୍କୁ ସୁନାବେଶରେ ଦେଖିବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ସୁନାବେଶ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ତେବେ ଏହି […]

ପୁରୀ: ରବିବାର ଆଷାଢ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହେବ । ଦୁଇବର୍ଷ ପରେ ରଥ ଉପରେ ବିଶ୍ୱନିୟନ୍ତାଙ୍କୁ ସୁନାବେଶରେ ଦେଖିବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ସୁନାବେଶ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ତେବେ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାରଘରୁ ବାହାରିବ ମହଣ ମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଝଲସିବେ ଦାରୁଦିଅଁ।

ଆହୁରି ପଢ଼ନ୍ତୁ: ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗ: ପଟ୍ଟାମୁଣ୍ଡାଇ ଅବକାରୀ SI ଛାୟାକାନ୍ତ ନାୟକଙ୍କ ନାଁରେ ରୁଜୁ ହେଲା ମାମଲା

ରବିବାର ପୂର୍ବାହ୍ନରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର (ବାହାର ଭଣ୍ଡାର) ଖୋଲାଯିବ। ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାର ମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା କରାଯିବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ବଢ଼ିବା ପରେ ସୁନାବେଶ ଆରମ୍ଭ ହେବ। ଯେ ହେତୁ ଦୁଇବର୍ଷ ପରେ ଭକ୍ତ ସୁନାବେଶ ଦର୍ଶନ କରିବା ପାଇଁ ସୁଯୋଗ ପାଇଛନ୍ତି ତେଣୁ ଅଧିକ ସମୟ ବେଶ ରହିବ।

ଆହୁରି ପଢ଼ନ୍ତୁ: କୂଅ ସଫାବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ, ୨ ଗୁରୁତର

ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍‍ ସଅଳ ନୀତିକାନ୍ତି ହେବ। ଦଇତାପତିଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ବେଳେ ନିଷ୍ପତ୍ତି ନିଆଯାଇଛି। ସୁନାବେଶରେ ୧୦ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ସଅଳ ନୀତିକାନ୍ତି କରାଯାଇ ଅପରାହ୍ନ ୨ଟାରୁ ସୁନାବେଶରେ ବିଭୂଷିତ ହେବେ ଠାକୁର। ରାତି ୧ଟା କିମ୍ବା ୨ଟା ପର୍ଯ୍ୟନ୍ତ ସୁନାବେଶ ରଖିବା ପାଇଁ ଦଇତାପତି ନିଯୋଗ କହିଥିବା ବେଳେ ନୀତିକୁ ଦେଖି ଦର୍ଶନ ସମୟ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ସେହିପରି ସୁନାବେଶ ସମୟରେ ରଥାରୁଢ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ବାଧାମୁକ୍ତ ଦର୍ଶନ ପାଇଁ ତିନିରଥରେ ବିରାଜମାନ ବିଗ୍ରହଙ୍କ ଉଭୟ ପାର୍ଶ୍ବରେ ପାଇପ ଲଗାଯିବ। ଫଳରେ ଶ୍ରଦ୍ଧାଳୁମାନେ ସୁନ୍ଦର ଭାବେ ସୁନାବେଶ ଦର୍ଶନ କରିପାରିବେ। ରଥ ଉପରେ କୌଣସି ସେବାୟତ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ଆହୁରି ପଢ଼ନ୍ତୁ: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ସମସ୍ତ କାର୍ଯ୍ୟକ୍ରମ ସ୍ଥଳକୁ 'ନୋ ଡ୍ରୋନ୍ ଜୋନ୍' ଘୋଷଣା

ଅନ୍ୟପକ୍ଷରେ ସୁନାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରଥଯାତ୍ରାରେ ଯେଉଁଭଳି ଟ୍ରାଫିକ କଟକଣା ଥିଲା ସେହିଭଳି କଟକଣା ମଧ୍ୟ ରହିବ। ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ରଥଯାତ୍ରା, ବାହୁଡ଼ା ପରି ସୁନାବେଶ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ।

10 Jul 2022 By The Sakala

ଆଜି ମହାପ୍ରଭୁଙ୍କ ସୁନାବେଶ, ମହଣ ମହଣ ସୁନାରେ ସଜେଇ ହେବେ ରଥାରୁଢ ଦାରୁବିଗ୍ରହ

ପୁରୀ: ରବିବାର ଆଷାଢ ଶୁକ୍ଳ ଏକାଦଶୀ। ଏହି ପବିତ୍ର ତିଥିରେ ମହାପ୍ରଭୁଙ୍କ ସୁନାବେଶ ବା ବଡ଼ତଢାଉ ବେଶ ଅନୁଷ୍ଠିତ ହେବ । ଦୁଇବର୍ଷ ପରେ ରଥ ଉପରେ ବିଶ୍ୱନିୟନ୍ତାଙ୍କୁ ସୁନାବେଶରେ ଦେଖିବେ ଶ୍ରଦ୍ଧାଳୁ। ଅନ୍ୟପକ୍ଷରେ ସୁନାବେଶ ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି। ତେବେ ରଥ ଉପରେ ହେଉଥିବା ଏହି ବେଶକୁ ବଡ଼ତଢାଉ ବେଶ ମଧ୍ୟ କୁହାଯାଏ। ଗଜପତି ମହାରାଜା କପିଳେନ୍ଦ୍ର ଦେବଙ୍କ ସମୟରୁ ଏହି ବେଶ ହୋଇଆସୁଥିବା ଶୁଣିବାକୁ ମିଳେ। ତେବେ ଏହି ଅପୂର୍ବ ବେଶ ଲାଗି ଶ୍ରୀମନ୍ଦିର ଭଣ୍ଡାରଘରୁ ବାହାରିବ ମହଣ ମହଣ ସୁନା ଓ ରୁପା ଅଳଙ୍କାର। ବହୁବିଧ ରତ୍ନଅଳଙ୍କାର ଲାଗି ହୋଇ ରଥ ଉପରେ ଝଲସିବେ ଦାରୁଦିଅଁ।

ରବିବାର ପୂର୍ବାହ୍ନରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର (ବାହାର ଭଣ୍ଡାର) ଖୋଲାଯିବ। ସେଥିରୁ ସୁନାବେଶ ଲାଗି ଆବଶ୍ୟକ ଅଳଙ୍କାର ବାହାର କରାଯିବ। ଭଣ୍ଡାର ମେକାପ ଓ ବଣିଆଙ୍କ ଉପସ୍ଥିତିରେ ଅଳଙ୍କାରଗୁଡ଼ିକ ସଫା କରାଯିବ। ରଥ ଉପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ବଢ଼ିବା ପରେ ସୁନାବେଶ ଆରମ୍ଭ ହେବ। ଯେ ହେତୁ ଦୁଇବର୍ଷ ପରେ ଭକ୍ତ ସୁନାବେଶ ଦର୍ଶନ କରିବା ପାଇଁ ସୁଯୋଗ ପାଇଛନ୍ତି ତେଣୁ ଅଧିକ ସମୟ ବେଶ ରହିବ।

ନିର୍ଘଣ୍ଟ ସମୟ ପୂର୍ବରୁ ଅର୍ଥାତ୍‍ ସଅଳ ନୀତିକାନ୍ତି ହେବ। ଦଇତାପତିଙ୍କ ସହ ଜିଲ୍ଲାପାଳଙ୍କ ଆଲୋଚନା ବେଳେ ନିଷ୍ପତ୍ତି ନିଆଯାଇଛି। ସୁନାବେଶରେ ୧୦ରୁ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ସଅଳ ନୀତିକାନ୍ତି କରାଯାଇ ଅପରାହ୍ନ ୨ଟାରୁ ସୁନାବେଶରେ ବିଭୂଷିତ ହେବେ ଠାକୁର। ରାତି ୧ଟା କିମ୍ବା ୨ଟା ପର୍ଯ୍ୟନ୍ତ ସୁନାବେଶ ରଖିବା ପାଇଁ ଦଇତାପତି ନିଯୋଗ କହିଥିବା ବେଳେ ନୀତିକୁ ଦେଖି ଦର୍ଶନ ସମୟ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ସେହିପରି ସୁନାବେଶ ସମୟରେ ରଥାରୁଢ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ବାଧାମୁକ୍ତ ଦର୍ଶନ ପାଇଁ ତିନିରଥରେ ବିରାଜମାନ ବିଗ୍ରହଙ୍କ ଉଭୟ ପାର୍ଶ୍ବରେ ପାଇପ ଲଗାଯିବ। ଫଳରେ ଶ୍ରଦ୍ଧାଳୁମାନେ ସୁନ୍ଦର ଭାବେ ସୁନାବେଶ ଦର୍ଶନ କରିପାରିବେ। ରଥ ଉପରେ କୌଣସି ସେବାୟତ ଫଟୋ କିମ୍ବା ଭିଡ଼ିଓ ଉତ୍ତୋଳନ କରିପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ସୁନାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରଥଯାତ୍ରାରେ ଯେଉଁଭଳି ଟ୍ରାଫିକ କଟକଣା ଥିଲା ସେହିଭଳି କଟକଣା ମଧ୍ୟ ରହିବ। ପର୍ଯ୍ୟାପ୍ତ ପରିମାଣର ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି। ରଥଯାତ୍ରା, ବାହୁଡ଼ା ପରି ସୁନାବେଶ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହେବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର