ପଲିଥିନ ବ୍ୟାନ୍‍ ପ୍ରହେଳିକା: ଫ୍ୟାକ୍ଟ୍ରି ଛାଡ଼ି ଦୋକାନୀଙ୍କ ପଛରେ ବିଏମ୍‍ସି

The Sakala Picture
Published On

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପଲିଥିନ ବ୍ୟାନ ନିର୍ଦ୍ଦେଶନାମା ପରେ ବିଏମ୍‍ସି ତତ୍ପର ହୋଇ ଉଠିଛି। ଜୁଲାଇ ପହିଲାରୁ ନିୟମିତ ଭାବେ ରାଜଧାନୀର ବିଭିନ୍ନ ମାର୍କେଟରେ ଚଢ଼ଉ କରି ବିଭାଗ ପଲିଥିନ ଜବତ କରୁଛି। ତେବେ ଛୋଟ ଛୋଟ ଉଠାଦୋକାନୀଙ୍କଠାରୁ ବିଭାଗ ଚଢ଼ଉ କରି ଜୋରଦାର ଜରିମାନା କରୁଥିବା ବେଳେ ବଡ଼ବଡ଼ିଆ ତଥା ରାଜଧାନୀରେ ଥିବା ପଲିଥିନ ନିର୍ମାଣକାରୀଙ୍କୁ କାହିଁକି ଜରିମାନା କରାଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ବଡ଼କଥା ହେଉଛି ଯେ କେନ୍ଦ୍ର ସରକାରଙ୍କ ପଲିଥିନ ବ୍ୟାନ […]

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପଲିଥିନ ବ୍ୟାନ ନିର୍ଦ୍ଦେଶନାମା ପରେ ବିଏମ୍‍ସି ତତ୍ପର ହୋଇ ଉଠିଛି। ଜୁଲାଇ ପହିଲାରୁ ନିୟମିତ ଭାବେ ରାଜଧାନୀର ବିଭିନ୍ନ ମାର୍କେଟରେ ଚଢ଼ଉ କରି ବିଭାଗ ପଲିଥିନ ଜବତ କରୁଛି। ତେବେ ଛୋଟ ଛୋଟ ଉଠାଦୋକାନୀଙ୍କଠାରୁ ବିଭାଗ ଚଢ଼ଉ କରି ଜୋରଦାର ଜରିମାନା କରୁଥିବା ବେଳେ ବଡ଼ବଡ଼ିଆ ତଥା ରାଜଧାନୀରେ ଥିବା ପଲିଥିନ ନିର୍ମାଣକାରୀଙ୍କୁ କାହିଁକି ଜରିମାନା କରାଯାଉନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ବଡ଼କଥା ହେଉଛି ଯେ କେନ୍ଦ୍ର ସରକାରଙ୍କ ପଲିଥିନ ବ୍ୟାନ ନିଷ୍ପତ୍ତିର ୪ ବର୍ଷ ପୂର୍ବରୁ ଅର୍ଥାତ ୨୦୧୮ ମସିହାରୁ ବିଏମ୍‍ସି ଅଞ୍ଚଳରେ ୫୦ ମାଇକ୍ରୋନରୁ କମ୍‍ ସମସ୍ତ ପ୍ରକାର ପଲିଥିନ୍‍ ଓ ପ୍ଲାଷ୍ଟିକ ଜାତୀୟ ଦ୍ରବ୍ୟର ବ୍ୟାନ୍‍ ହୋଇସାରିଛି। କିନ୍ତୁ ଭୁବନେଶ୍ୱରରେ ମାଳମାଳ ଫ୍ୟାକ୍ଟ୍ରିରୁ ଏହି ସବୁ ସାମଗ୍ରୀ ଉତ୍ପାଦନ ହେଉଥିଲେ ମଧ୍ୟ ବିଏମ୍‍ସି ଏହିସବୁ ଫ୍ୟାକ୍ଟ୍ରି ଉପରେ ଆଖି ବୁଜି ଦେଇଛି। ଯାହାକୁ ନେଇ ବିଏମ୍‍ସିର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ଛୋଟ ଦୋକାନୀମାନେ ମଧ୍ୟ ଏ ସମ୍ପର୍କରେ ପ୍ରଶ୍ନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଗତ ଦୁଇଦିନ ତଳେ ଡମଣାରେ ଗୋଟିଏ ଦୋକନରେ ଯାଞ୍ଚ ବେଳେ ସମ୍ପୃକ୍ତ ଦୋକାନୀ ବିଏମ୍‍ସି ଟିମ୍‍ ସହିତ ଯୁକ୍ତି କରିବା ସହ ପଲିଥିନର ବିକଳ୍ପ ନ ବାହାରିବା ସହିତ ପ୍ରଚୁର ମାତ୍ରାରେ ଉତ୍ପାଦନ ହେତୁ ଏହି ସାମଗ୍ରୀ ବ୍ୟବହାର ହେଉଛି ବୋଲି ଦାବି କରିଥିଲେ। ଯଦି ଫ୍ୟାକ୍ଟ୍ରିଗୁଡ଼ିକୁ ବନ୍ଦ କରାଯାଆନ୍ତା ଓ ଏହାର ଉତ୍ପାଦନ ଉପରେ ରୋକ୍‍ ଲାଗନ୍ତା ତେବେ ଯାଇ ପଲିଥିନମୁକ୍ତ ସହର ହୋଇପାରିବ ବୋଲି ସେ କହିଥିଲେ। ବିଏମ୍‍ସିରୁ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୪ ବର୍ଷ ମଧ୍ୟରେ ପାତ୍ରପଡ଼ା ନିକଟସ୍ଥ ତାରାତାରିଣୀ ପଲିମ୍‍ର ଓ ସହିଦ ନଗରଠାରେ ଥିବା ଏକ ବଡ଼ ଡିଷ୍ଟ୍ରିବ୍ୟୁଟରରେ ଚଢ଼ଉ କରାଯାଇଥିବା ବେଳେ ମଞ୍ଚେଶ୍ୱରରେ ଗୋଟିଏ ପଲିଥିନ ନିର୍ମାଣକାରୀ ଫ୍ୟାକ୍ଟ୍ରିକୁ ସିଲ୍‍ କରାଯାଇଥିଲା। ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ବି ଆଉ କୌଣସି ବଡ଼ ସଂସ୍ଥା ପାଖରେ ବିଏମ୍‍ସି ପହଞ୍ଚିପାରି ନ ଥିବା ବେଳେ ଏହି ୩ ସଂସ୍ଥା ବନ୍ଦ ଅଛି କି ପୁଣି ଖୋଲିଗଲାଣି ସେନେଇ ମଧ୍ୟ କାହା ପାଖରେ ଖବର ନାହିଁ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଅନ୍ୟପଟେ ବିଏମ୍‍ସି ବ୍ୟତୀତ ପଲିଥିନ ଯାଞ୍ଚ ଓ ଫ୍ୟାକ୍ଟ୍ରି ସିଲ୍‍ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମଧ୍ୟ ବଡ଼ ଭୂମିକା ରହିଛି। ହେଲେ ଏହି ବିଭାଗ କୌଣସି ଉତ୍ତର ଦାୟିତ୍ୱ ନେଉ ନ ଥିବା ଅଭିଯୋଗ ହୋଇଛି। ବିଏମ୍‍ସି ଯାଞ୍ଚରେ ସାମିଲ ହେଉଥିବା ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ ପୂର୍ବରୁ ୫୦ ମାଇକ୍ରୋନରୁ କମ୍‍ ପଲିଥିନ ଜାତୀୟ ସାମଗ୍ରୀରେ ରୋକ୍‍ ଲାଗିଥିଲା। ଏବେ ୭୫ ମାଇକ୍ରୋନ୍‍ରୁ କମ ସାମଗ୍ରୀ ଉପରେ କଟକଣା ଲାଗିଛି। ମାତ୍ର ଅନେକ ସ୍ଥାନରେ ବ୍ୟବହାର ହେଉଥିବା ପଲିଥିନ୍‍ କେତେ ମାଇକ୍ରୋନ୍‍ ଏହାକୁ ମାପିବା ପାଇଁ ବିଏମ୍‍ସି କର୍ମଚାରୀଙ୍କ ପକ୍ଷରେ ସମ୍ଭବ ହେଉନାହିଁ। ଏହି କାର୍ଯ୍ୟ କରିବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରେ ବିଶେଷଜ୍ଞ ରହିଛନ୍ତି। ହେଲେ ସେମାନେ ବିଭାଗର ଯାଞ୍ଚରେ ସାମିଲ ହେଉ ନ ଥିବା ବେଳେ ଅନେକ ଉଲ୍ଲଙ୍ଘନକାରୀଙ୍କୁ ବିଏମ୍‍ସି ଦଣ୍ଡିତ କରି ପାରୁନାହିଁ। ସେହିପରି ଫ୍ୟାକ୍ଟ୍ରି ପ୍ରସଙ୍ଗରେ ସେ କହିଛନ୍ତି କେତେ ଫ୍ୟାକ୍ଟ୍ରି ଅଛି ବିଏମ୍‍ସି ପାଖରେ ତାହାର ତଥ୍ୟ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମନ୍ୱୟ ରକ୍ଷାକରି କାର୍ଯ୍ୟ କଲେ ଏହି କାମ ସଫଳ ହୋଇପାରିବ ବୋଲି ସେ କହିନ୍ତି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର