ଆତ୍ମହତ୍ୟା ପୂର୍ବରୁ ସ୍ତ୍ରୀ ଓ ଝିଅକୁ ଶେଷ ମେସେଜ୍‌ ଦେଇଥିଲେ ରାଇମୋହନ, ‘ବାଏ’ ଲେଖି ଦୁନିଆକୁ କହିଥିଲେ ଅଲବିଦା

The Sakala Picture
Published On

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡା ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁରେ ଓଲିଉଡ ଓ ଯାତ୍ରା ଜଗତକୁ ଶକ୍ତ ଝଟକା ଲାଗିଛି । ତେବେ ରାଇମୋହନଙ୍କ ପରି ଜଣେ କଳାକାର କଣ ପାଇଁ ଆତ୍ମହତ୍ୟା କଲେ କାରଣ ତାଙ୍କ ପାଖରେ କାମର ଅଭାବ ନଥିଲା। ସବୁବେଳେ ହସଖୁସିରେ ରହୁଥିବା ଲୋକ କିପରି ଏବଂ କଣ ପାଇଁ ଆତ୍ମହତ୍ୟା କରିବ ତାହା ସମସ୍ତଙ୍କ […]

ଭୁବନେଶ୍ବର : ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରା ଜଗତର ଖ୍ୟାତନାମା ଅଭିନେତା ରାଇମୋହନ ପରିଡା ଆଉ ନାହାନ୍ତି । ସେ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁରେ ଓଲିଉଡ ଓ ଯାତ୍ରା ଜଗତକୁ ଶକ୍ତ ଝଟକା ଲାଗିଛି । ତେବେ ରାଇମୋହନଙ୍କ ପରି ଜଣେ କଳାକାର କଣ ପାଇଁ ଆତ୍ମହତ୍ୟା କଲେ କାରଣ ତାଙ୍କ ପାଖରେ କାମର ଅଭାବ ନଥିଲା। ସବୁବେଳେ ହସଖୁସିରେ ରହୁଥିବା ଲୋକ କିପରି ଏବଂ କଣ ପାଇଁ ଆତ୍ମହତ୍ୟା କରିବ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ରିବାରିକ କଳହରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କଥା ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ସୁଦର୍ଶନ ପଟ୍ଟନାୟକଙ୍କ ଅଭିନବ ବାଲୁକା କଳା: ୨୫୦୦ ଦୀପରେ ସଜେଇଲେ ୨୫ ଫୁଟର ପ୍ରତିକୃତି

ଏହାରି ମଧ୍ୟରେ ରାଇମୋହନ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ତାଙ୍କ ସ୍ତ୍ରୀ ଏବଂ ଝିଅକୁ ଶେଷ ମେସେଜ୍‌ କରିଥିବା କଥା ଜଣାପଡିଛି। ଆତ୍ମହତ୍ୟା ପୂର୍ବରୁ ଅଭିନେତା ରାଇମୋହନ ପରିଡ଼ା ଜୀବନର ଶେଷ ମେସେଜ୍‌ ଦେଇଥିଲେ! ଦୁଇ ଝିଅ ଓ ପତ୍ନୀଙ୍କ ନାଁ ନେଇ ମୋବାଇଲ୍‌ରେ ମେସେଜ୍‌ ଦେଇଥିଲେ। ମୋବାଇଲ୍‌ ମେସେଜରେ ସେ ‘ବାଏ’ ଲେଖିଥିଲେ। ମୋବାଇଲ୍‌ ମେସେଜ୍‌ ନେଇ ମଞ୍ଚେଶ୍ୱର ଥାନା ପୁଲିସ୍‌ ସୂଚନା ଦେଇଛି।

ଆହୁରି ପଢ଼ନ୍ତୁ: ପ୍ରେମ ସମ୍ପର୍କକୁ ନେଇ କଙ୍ଗାରୁ କୋର୍ଟ, ଦୁଇ ଦିନ ବନ୍ଦୀ ରଖିବା ପରେ ପୁଲିସକୁ ଜିମା ଦେଲେ ଗ୍ରାମବାସୀ

ଆଜି ରାଇମୋହନ ପରିଡା ଆତ୍ମହତ୍ୟା ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ପାରିବାରିକ କଳହରୁ ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମଞ୍ଚେଶ୍ୱର ଥାନା ପୁଲିସ ଖବର ପାଇ ତାଙ୍କ ଘରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ସାଇଣ୍ଟିଫିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରୁଛି। କେଉଁ ପରିସ୍ଥିତିରେ ଓ କାହିଁକି ଆତ୍ମହତ୍ୟା କଲେ ସେ ନେଇ ତନାଘନା କରୁଛି ଟିମ୍ । ତେବେ ଆତ୍ମହତ୍ୟା ପୂର୍ବରୁ ରାଇ ତାଙ୍କ ସ୍ତ୍ରୀ ଓ ଝିଅକୁ ଦେଇଥିବା ମେସେଜ୍‌ ବର୍ତ୍ତମାନ ରାଇଙ୍କ ଆତ୍ମହତ୍ୟାକୁ ନେଇ ସନ୍ଦେହ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର