ଏବର୍ଷ ୟୁଜି ଓ ପିଜି ନାମଲେଖାରେ ହେବ ବ୍ୟାପକ ସଂସ୍କାର, ନାମଲେଖା ସମୟରେ ଆବଶ୍ୟକ ପଡ଼ିବନି ଫି’

The Sakala Picture
Published On

ଭୁବନେଶ୍ୱର : ଚଳିତ ବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରଣାଳୀରେ ବ୍ୟାପକ ସଂସ୍କାର ଅଣାଯିବ। ଏ ବର୍ଷ ଛାତ୍ରଛାତ୍ରୀ ବିନା ନାମ ଲେଖା ଫି’ ରେ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ପୂର୍ବ ବର୍ଷ ଭଳି ଆଉ ନାମଲେଖା ସମୟରେ ଫି’ ଦାଖଲ କରିବାକୁ ପଡ଼ିବନି। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ଫି’ ପୈଠ କରାଯିବ ନାହିଁ। ଛାତ୍ରଛାତ୍ରୀ ନାମ ଲେଖାଇଥିବା ଶିକ୍ଷାନୁଷ୍ଠାନରେ ହିଁ ସମସ୍ତ ପର୍ଯ୍ୟାୟର ନାମଲେଖା ସରିବା ପରେ […]

ଭୁବନେଶ୍ୱର : ଚଳିତ ବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରଣାଳୀରେ ବ୍ୟାପକ ସଂସ୍କାର ଅଣାଯିବ। ଏ ବର୍ଷ ଛାତ୍ରଛାତ୍ରୀ ବିନା ନାମ ଲେଖା ଫି’ ରେ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ପୂର୍ବ ବର୍ଷ ଭଳି ଆଉ ନାମଲେଖା ସମୟରେ ଫି’ ଦାଖଲ କରିବାକୁ ପଡ଼ିବନି। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ଫି’ ପୈଠ କରାଯିବ ନାହିଁ। ଛାତ୍ରଛାତ୍ରୀ ନାମ ଲେଖାଇଥିବା ଶିକ୍ଷାନୁଷ୍ଠାନରେ ହିଁ ସମସ୍ତ ପର୍ଯ୍ୟାୟର ନାମଲେଖା ସରିବା ପରେ ନାମଲେଖା ଫି ଦାଖଲ କରିବେ। ଫଳରେ ନାମଲେଖା ଫି’ ସ୍ଥାନାନ୍ତର ପାଇଁ ଆଉ ଅଯଥା ସମୟ ଅପଚୟ ହେବ ନାହିଁ, କି ଏଥି ପାଇଁ ଆଉ ସମସ୍ୟା ମଧ୍ୟ ହେବ ନାହିଁ। ଏହାର ସ୍ଥାୟୀ ପ୍ରତିକାର ପାଇଁ ଉଚ୍ଚଶିକ୍ଷା ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ନାମଲେଖା ସମୟରେ ହିଁ ଛାତ୍ରଛାତ୍ରୀ ଫି ଦାଖଲ କରୁଥିଲେ।

ଆହୁରି ପଢ଼ନ୍ତୁ: ସ୍କୁଲ ଛୁଟିକୁ ନେଇ ଆଜି ଆସିପାରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଫି’ ଫେରସ୍ତ କିମ୍ବା ପରବର୍ତ୍ତୀ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କରିବାକୁ ପଡ଼ୁଥିଲା। ଏହି ପ୍ରକ୍ରିୟା ପାଇଁ ଅନେକ ସମୟ ଅପଚୟ ହେବା ସହିତ ସମସ୍ୟା ମଧ୍ୟ ହେଉଥିଲା। ତେଣୁ ଚଳିତ ବର୍ଷରୁ ନାମଲେଖା ସମୟରେ ପିଲାଙ୍କୁ ଫି ପୈଠ କରିବାକୁୁ ପଡ଼ିବନି। ସମସ୍ତ ପର୍ଯ୍ୟାୟର ୟୁଜି ତଥା ପିଜି ନାମଲେଖା ଶେଷ ହେବା ପରେ ଛାତ୍ରଛାତ୍ରୀ ଯେଉଁ ଶିକ୍ଷାନୁଷ୍ଠାନରେ ରହିଲେ, ସେମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ହିଁ ଫି ଦାଖଲ କରିବେ। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରିବ। ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବା ସହ ସମସ୍ତ ଡିଗ୍ରି କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଝିଆରୀ ସମେତ ୮ ଗିରଫ

11 Jun 2022 By The Sakala

ଏବର୍ଷ ୟୁଜି ଓ ପିଜି ନାମଲେଖାରେ ହେବ ବ୍ୟାପକ ସଂସ୍କାର, ନାମଲେଖା ସମୟରେ ଆବଶ୍ୟକ ପଡ଼ିବନି ଫି’

ଭୁବନେଶ୍ୱର : ଚଳିତ ବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନସ୍ଥ ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରଣାଳୀରେ ବ୍ୟାପକ ସଂସ୍କାର ଅଣାଯିବ। ଏ ବର୍ଷ ଛାତ୍ରଛାତ୍ରୀ ବିନା ନାମ ଲେଖା ଫି’ ରେ ଶିକ୍ଷାନୁଷ୍ଠାନରେ ନାମ ଲେଖାଇବେ। ପୂର୍ବ ବର୍ଷ ଭଳି ଆଉ ନାମଲେଖା ସମୟରେ ଫି’ ଦାଖଲ କରିବାକୁ ପଡ଼ିବନି। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀଙ୍କ ନାମଲେଖା ଫି’ ପୈଠ କରାଯିବ ନାହିଁ। ଛାତ୍ରଛାତ୍ରୀ ନାମ ଲେଖାଇଥିବା ଶିକ୍ଷାନୁଷ୍ଠାନରେ ହିଁ ସମସ୍ତ ପର୍ଯ୍ୟାୟର ନାମଲେଖା ସରିବା ପରେ ନାମଲେଖା ଫି ଦାଖଲ କରିବେ। ଫଳରେ ନାମଲେଖା ଫି’ ସ୍ଥାନାନ୍ତର ପାଇଁ ଆଉ ଅଯଥା ସମୟ ଅପଚୟ ହେବ ନାହିଁ, କି ଏଥି ପାଇଁ ଆଉ ସମସ୍ୟା ମଧ୍ୟ ହେବ ନାହିଁ। ଏହାର ସ୍ଥାୟୀ ପ୍ରତିକାର ପାଇଁ ଉଚ୍ଚଶିକ୍ଷା ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛି। ପୂର୍ବରୁ ନାମଲେଖା ସମୟରେ ହିଁ ଛାତ୍ରଛାତ୍ରୀ ଫି ଦାଖଲ କରୁଥିଲେ।

ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କ ଫି’ ଫେରସ୍ତ କିମ୍ବା ପରବର୍ତ୍ତୀ ଶିକ୍ଷାନୁଷ୍ଠାନକୁ ସ୍ଥାନାନ୍ତର କରିବାକୁ ପଡ଼ୁଥିଲା। ଏହି ପ୍ରକ୍ରିୟା ପାଇଁ ଅନେକ ସମୟ ଅପଚୟ ହେବା ସହିତ ସମସ୍ୟା ମଧ୍ୟ ହେଉଥିଲା। ତେଣୁ ଚଳିତ ବର୍ଷରୁ ନାମଲେଖା ସମୟରେ ପିଲାଙ୍କୁ ଫି ପୈଠ କରିବାକୁୁ ପଡ଼ିବନି। ସମସ୍ତ ପର୍ଯ୍ୟାୟର ୟୁଜି ତଥା ପିଜି ନାମଲେଖା ଶେଷ ହେବା ପରେ ଛାତ୍ରଛାତ୍ରୀ ଯେଉଁ ଶିକ୍ଷାନୁଷ୍ଠାନରେ ରହିଲେ, ସେମାନେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ହିଁ ଫି ଦାଖଲ କରିବେ। ଏଥିଲାଗି ଉଚ୍ଚଶିକ୍ଷା ବିଭାଗ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ନିର୍ଦ୍ଧାରଣ କରିବ। ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରିବା ସହ ସମସ୍ତ ଡିଗ୍ରି କଲେଜ ଅଧ୍ୟକ୍ଷ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର