ମହିଳାଙ୍କ ପାଟିରେ ଗାମୁଛା ବାନ୍ଧି ପିଟିଲେ ଦୁର୍ବୁତ୍ତ

The Sakala Picture
Published On

ଭୁବନେଶ୍ୱର : ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରି ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବମିଖାଲ କେନାଲ ରୋଡ୍‍ ସାଇବିହାରରେ ରହୁଥିବା କୃଷ୍ଣ ବେହେରା(୫୫)। ତା’ ନିକଟରୁ ପୁଲିସ ଏକ ଲୁହାଛଡ଼ ଜବତ କରିଛି। ଏହି ମାମଲାରେ କୃଷ୍ଣଙ୍କ ସହଯୋଗୀକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଅଭିଯୋଗ ଅନୁସାରେ, ଗତ ୧୯ ତାରିଖ ରାତିରେ ଅଭିଯୋଗକାରୀ ବାହାରକୁ ଯାଇଥିଲେ। ଏହି ସମୟରେ […]

ଭୁବନେଶ୍ୱର : ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରି ଆକ୍ରମଣ କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବମିଖାଲ କେନାଲ ରୋଡ୍‍ ସାଇବିହାରରେ ରହୁଥିବା କୃଷ୍ଣ ବେହେରା(୫୫)। ତା’ ନିକଟରୁ ପୁଲିସ ଏକ ଲୁହାଛଡ଼ ଜବତ କରିଛି। ଏହି ମାମଲାରେ କୃଷ୍ଣଙ୍କ ସହଯୋଗୀକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି। ଅଭିଯୋଗ ଅନୁସାରେ, ଗତ ୧୯ ତାରିଖ ରାତିରେ ଅଭିଯୋଗକାରୀ ବାହାରକୁ ଯାଇଥିଲେ। ଏହି ସମୟରେ କୃଷ୍ଣ ଏବଂ ତାର ସହଯୋଗୀ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ମହିଳା ଜଣଙ୍କ ବିରୋଧ କରିବାରୁ ପାଟିରେ ଗାମୁଛା ବାନ୍ଧି ନିଛାଟିଆ ସ୍ଥାନରେ ଲୁହାଛଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର