ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବା ନେଇ ଚର୍ଚ୍ଚାରେ ଓଡ଼ିଆ ପୁଅ ଚଣ୍ଡୀପ୍ରସାଦ ମହାନ୍ତି

The Sakala Picture
Published On

ନୂଆଦିଲ୍ଲୀ/ଜଗତସିଂହପୁର : ଭାରତୀୟ ସେନାର ୪୨ତମ ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଥମ ଓଡ଼ିଆ ତଥା ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବା ନେଇ ଚର୍ଚ୍ଚାରେ ରହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତାଙ୍କୁ ଏହି ପଦବୀରେ ଦେଖିବାକୁ ରାଜ୍ୟ ତଥା ଦେଶ ବିଦେଶରେ ଥିବା ଓଡ଼ିଆମାନେ ଆଶା ପ୍ରକାଶ କରିଥିବାବେଳେ ନିଜ ଜନ୍ମସ୍ଥାନ ଜଗତସିଂହପୁରରେ […]

ନୂଆଦିଲ୍ଲୀ/ଜଗତସିଂହପୁର : ଭାରତୀୟ ସେନାର ୪୨ତମ ଉପମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ପ୍ରଥମ ଓଡ଼ିଆ ତଥା ଜଗତସିଂହପୁର ମାଟିର ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେବା ନେଇ ଚର୍ଚ୍ଚାରେ ରହିଛନ୍ତି। ଏ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିବା ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ତାଙ୍କୁ ଏହି ପଦବୀରେ ଦେଖିବାକୁ ରାଜ୍ୟ ତଥା ଦେଶ ବିଦେଶରେ ଥିବା ଓଡ଼ିଆମାନେ ଆଶା ପ୍ରକାଶ କରିଥିବାବେଳେ ନିଜ ଜନ୍ମସ୍ଥାନ ଜଗତସିଂହପୁରରେ ମଧ୍ୟ ଚଣ୍ଡିପ୍ରସାଦଙ୍କୁ ନେଇ ଶୁଭ କାମନାର ସୁଅ ଛୁଟୁଥିବା ଜଣାପଡ଼ିଛିି।

ଆହୁରି ପଢ଼ନ୍ତୁ: ଚାକିରି ବାହାନାରେ ଡାକି ଯୁବତୀଙ୍କୁ ଦୁଷ୍କର୍ମ, ପୁଲିସର ଚଢ଼ଉ; ପ୍ରେମୀ ଯୁଗଳଙ୍କ ସହ ୩ ଅଟକ

ନିକଟରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‍ ବିପିନ ରାୱତ୍‍ଙ୍କ ମୃତ୍ୟୁ ହେବା ପରେ ଏବେ ସିଡିଏସ୍‍ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନର ସେନାଧ୍ୟକ୍ଷ ଜେନେରାଲ ଏମଏମ ନରବଣେଙ୍କ ନାମ ପରବର୍ତ୍ତୀ ସିଡିଏସ ହେବା ନେଇ ଚର୍ଚ୍ଚାରେ ରହିଛି। ଯଦି ନରବଣେ ସିଡିଏସ୍‍ ଭାବେ ନିଯୁକ୍ତି ପାଆନ୍ତି, ତେବେ ସେନାର ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ପରବର୍ତ୍ତୀ ସେନାମୁଖ୍ୟ ହେବାର ସମ୍ଭାବନା ସବୁଠୁ ଅଧିକ ରହିଛି। ଏହି ପଦବୀ ପାଇଁ ନର୍ଦର୍ଣ୍ଣ କମାଣ୍ଡାଣ୍ଟଣ୍ଟଲେଫ୍ଟନାଣ୍ଟଣ୍ଟଜେନେରାଲ ୱାଇକେ ଯୋଶୀ ମଧ୍ୟ ଦୌଡ଼ରେ ଥିବା ଜଣାପଡ଼ିଛି। ଉଭୟ ଗୋଟିଏ ବ୍ୟାଚର ହୋଇଥିଲେ ମଧ୍ୟ ନରବଣେଙ୍କ ପରେ ବରିଷ୍ଠତା ଦୃଷ୍ଟିରୁ ଚଣ୍ଡିପ୍ରସାଦଙ୍କ ନାମ ଆଗରେ ରହିଛି। ବାସ୍ତବ ନିୟନ୍ତ୍ରଣ ରେଖାରେ ସୈନ୍ୟ ପରିଚାଳନାରେ ଯଥେଷ୍ଟ ଅଭିଜ୍ଞତା ଥିବା ଦୃଷ୍ଟିରୁ ଜେନେରାଲ ଚଣ୍ଡିପ୍ରସାଦଙ୍କ ସେନାମୁଖ୍ୟ ହେବାରେ ଅଧିକ ଦାବିଦାର ବୋଲି ମନେ କରାଯାଉଛି।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

ଜେନେରାଲ ମହାନ୍ତି ଗତ ଫେବୃଆରୀ ପହିଲାରେ ସେନା ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ପରମବୀର ସମ୍ମାନ, ଅତିବିଶିଷ୍ଟ ସେବା ସମ୍ମାନ ଓ କର୍ଣ୍ଣେଲ ଅଫ ରାଜପୁତ ରେଜିମେଣ୍ଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ପୁରୀ ଜିଲ୍ଲା ସବ୍‍ରେଜିଷ୍ଟ୍ରାର ଭାବେ ଅବସର ନେଇଥିବା ଜିତେନ୍ଦ୍ର କୁମାର ମହାନ୍ତି ଓ ଏସଭିଏମ କଲେଜର ପୂର୍ବତନ ପ୍ରଫେସର ସାରଦା କୁମାରୀ ମହାନ୍ତିଙ୍କ ଜ୍ୟେଷ୍ଠପୁତ୍ର ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତି ଜଗତସିଂହପୁର ଜୟବଡ଼ରେ ଜନ୍ମଗ୍ରହଣ କରିଥିଲେ। ସେ ବାଗସାହି ଉପ୍ର୍ରା ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହାପରେ ସେ ରାଷ୍ଟ୍ରୀୟ ଇଣ୍ଡିୟାନ ମିଲିଟାରୀ କଲେଜ (ଆରଏମସି ) ଡେରାଡୁନରେ ନାମ ଲେଖାଇଥିଲେ।

ଆହୁରି ପଢ଼ନ୍ତୁ: ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍

ପରେ ରାଷ୍ଟ୍ରୀୟ ଡିଫେନ୍ସ ଏକାଡ଼େମୀରେ ଯୋଗ ଦେଇଥିଲେ। ୧୯୮୨ରେ ସେ ରାଜପୁତ ରେଜିମେଣ୍ଟରେ ଦ୍ୱିତୀୟ ଲେଫନାଣ୍ଟ ଭାବରେ ନିଯୁକ୍ତ ହୋଇଥିଲେ। ଜମ୍ମୁ-କାଶ୍ମୀର,ଉତ୍ତର ପୂର୍ବାଞ୍ଚଳ ଏବଂ ପାକିସ୍ତାନ ଓ ଚୀନ ସୀମାରେ ଗୁରୁଦାୟିତ୍ୱ ନେବା ସହିତ ଅସାମରେ ବିଦ୍ରୋହର ମୁକାବିଲା ତଥା କଙ୍ଗୋରେ ଜାତିସଂଘର ବ୍ରିଗେଡ଼଼ର ଭାବେ ଜେନେରାଲ ମହାନ୍ତି ନେତୃତ୍ୱ ନେଇଥିଲେ। ଏହି ଅବସରରେ ଜଗତସିଂହପୁର ଜିଲ୍ଲାର ବହୁ ବ୍ୟକ୍ତି ସେନା ଉପମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କର ସଫଳତା କାମନା କରିଛନ୍ତି। ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପୂର୍ବତନ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ପୂର୍ବତନ ନଗରପାଳ ବିପ୍ଳବ ଚୌଧୂରୀ, ସମାଜସେବୀ ପ୍ରଦୀପ ମିତ୍ର, ସାରସ୍ୱତ ପରିଷଦ ସଭାପତି ହିମାଂଶୁ ଆଚାର୍ଯ୍ୟ, ଶିକ୍ଷାବିତ ନିକୁଞ୍ଜ ପ୍ରସାଦ ବେହେରା, ମହେନ୍ଦ୍ର ଆଚାର୍ଯ୍ୟ, ପରିବେଶବିତ୍‍ ଉତ୍କଳ ରଞ୍ଜନ ମହାନ୍ତି ପ୍ରମୁଖ ଶୁଭ କାମନା ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର