ପତ୍ର ମିଳିଛି; ନିଯୁକ୍ତି ମିଳୁନି: ଅପେକ୍ଷାରେ ୧୮୫୩, ଚାକିରିରେ ଯୋଗଦେବା ପୂର୍ବରୁ ଜଣେ ମୃତ ….

The Sakala Picture
Published On

ଭୁବନେଶ୍ୱର,: ନାମ ଚନ୍ଦନ ସ୍ୱାଇଁ। ଘର କେନ୍ଦ୍ରାପଡ଼ା। ଓଏସ୍‌ଏପି ଓ ଆଇଆର୍‌ବି ବାଟାଲିଅନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ମାର୍ଚ୍ଚ ୧୭ ତାରିଖରେ ସରକାର ତାଙ୍କୁ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ; ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦୀର୍ଘ ୪ମାସ ଅପେକ୍ଷା କରିବା ପରେ ମଧ୍ୟ ଚାକିରିରେ ଯୋଗଦେଇ ପାରିଲେ ନାହିଁ। ଚାକିରିରେ ଯୋଗଦେବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଛି। ଚନ୍ଦନଙ୍କ ପରି ରାଜ୍ୟର ୧୮୫୩ ଜଣ ଯୁବକ ନିଯୁକ୍ତିପତ୍ର ପାଇ ଦୀର୍ଘ ୪ମାସ ହେଲା ଚାକିରିିରେ ଯୋଗଦେବାକୁ […]

ଭୁବନେଶ୍ୱର,: ନାମ ଚନ୍ଦନ ସ୍ୱାଇଁ। ଘର କେନ୍ଦ୍ରାପଡ଼ା। ଓଏସ୍‌ଏପି ଓ ଆଇଆର୍‌ବି ବାଟାଲିଅନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ମାର୍ଚ୍ଚ ୧୭ ତାରିଖରେ ସରକାର ତାଙ୍କୁ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ; ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦୀର୍ଘ ୪ମାସ ଅପେକ୍ଷା କରିବା ପରେ ମଧ୍ୟ ଚାକିରିରେ ଯୋଗଦେଇ ପାରିଲେ ନାହିଁ। ଚାକିରିରେ ଯୋଗଦେବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଛି। ଚନ୍ଦନଙ୍କ ପରି ରାଜ୍ୟର ୧୮୫୩ ଜଣ ଯୁବକ ନିଯୁକ୍ତିପତ୍ର ପାଇ ଦୀର୍ଘ ୪ମାସ ହେଲା ଚାକିରିିରେ ଯୋଗଦେବାକୁ ଅପେକ୍ଷା କରିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜକୁ ରେଡ୍ ୱାର୍ଣ୍ଣିଂ, ୧୯ତାରିଖ ପର୍ଯ୍ୟନ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଓଏସ୍‌ଏପି ଓ ଆଇଆର୍‌ବି ବାଟାଲିଅନ୍‌ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାର୍ଚ୍ଚ ୫ ତାରିଖରେ ଚୁଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମାର୍ଚ୍ଚ ୧୭ ତାରିଖରେ ସେମାନଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା। ଦୀର୍ଘ ୪ମାସ ପରେ ମଧ୍ୟ ନିଯୁକ୍ତି ଦେଇପାରି ନ ଥିବା ରାଜ୍ୟ ସରକାରଙ୍କ ବର୍ଷିଛନ୍ତି ଚାକିରି ପାଇଥିବା ପରୀକ୍ଷାର୍ଥୀ। ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ନ୍ୟାୟିକ ପ୍ରକ୍ରିୟା ତ୍ୱରିତ ସାରିବାକୁ ଆଇନ୍‌ ବିଭାଗ ଓ ଆଡଭୋକେଟ୍‌ ଜେନେରାଲ୍‌ଙ୍କୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ସରକାର କାହିଁକି ଉପାୟଶୂନ୍ୟ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଆହୁରି ପଢ଼ନ୍ତୁ: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ଧୋକା: ବାରିପଦା ଟାଉନ୍ ଥାନା SI ଅଟକ

ଷ୍ଟୁଡେଣ୍ଟ ଏଗେନେଷ୍ଟ କରପସନ୍‌ ଆବାହକ ବିଭୂତି ଭୂଷଣ ମହାପାତ୍ର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଆଇନ୍‌ ବିଭାଗ ଓ ଆଡଭୋକେଟ୍‌ ଜେନେରାଲ କର୍ଣ୍ଣପାତ କରୁ ନାହାନ୍ତି। ଫଳରେ ହାଇକୋର୍ଟରେ ମାମଲା ଗଡ଼ିଗଡ଼ି ଚାଲିଛି। ସାଧାରଣ ଲୋକଙ୍କ ଝାଳବୁହା ଧନରେ ଦରମା ନେଉଥିବା ଏଜି ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି। ହାଇକୋର୍ଟରୁ ତାରିଖ ପରେ ତାରିଖ ମିଳୁଛି, ହେଲେ ନିଯୁକ୍ତି କେବେ ମିଳିବ ସେନେଇ ସରକାରଙ୍କ ପାଖରେ ଉତ୍ତର ନାହିଁ। ତ୍ୱରିତ ନ୍ୟାୟିକ ମାମଲାର ଅନ୍ତ କରି ୭ଦିନ ମଧ୍ୟରେ ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି। ଅନ୍ୟଥା ବିରାଟ ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି କହିଛନ୍ତି। ଆନ୍ଦୋଳନ କଲେ ପ୍ରାର୍ଥୀଙ୍କ ନାମରେ ମାମଲା କରିବାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଧମକ ନ ଦେଇ ସରକାର ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି। ଏହାସହ ମୃତ ଚନ୍ଦନ ସ୍ୱାଇଁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ଆଇନଶୃଙ୍ଖଳା ଜଗିବାକୁ ଯୁବକମାନଙ୍କୁ ମାନସିକ ଚାପରୁ ମୁକ୍ତ କରିବାକୁ ଚାକିରି ପାଇଥିବା ବହୁ ପ୍ରାର୍ଥୀ ସରକାରଙ୍କ ନିକଟରେ ଦାବି ରଖିଛନ୍ତି।

ଆହୁରି ପଢ଼ନ୍ତୁ: ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ: ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ କଣ୍ଟ୍ରୋଲ୍ ରୁମରେ ୧୦୦% ମହିଳା ଅପରେଟର

Got the letter; Unable to get the appointment: 1853 waiting, one died before joining the job….

23 Jul 2025 By The Sakala

ପତ୍ର ମିଳିଛି; ନିଯୁକ୍ତି ମିଳୁନି: ଅପେକ୍ଷାରେ ୧୮୫୩, ଚାକିରିରେ ଯୋଗଦେବା ପୂର୍ବରୁ ଜଣେ ମୃତ ….

ଭୁବନେଶ୍ୱର,: ନାମ ଚନ୍ଦନ ସ୍ୱାଇଁ। ଘର କେନ୍ଦ୍ରାପଡ଼ା। ଓଏସ୍‌ଏପି ଓ ଆଇଆର୍‌ବି ବାଟାଲିଅନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ମାର୍ଚ୍ଚ ୧୭ ତାରିଖରେ ସରକାର ତାଙ୍କୁ ନିଯୁକ୍ତିପତ୍ର ମଧ୍ୟ ଦେଇଥିଲେ; ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଦୀର୍ଘ ୪ମାସ ଅପେକ୍ଷା କରିବା ପରେ ମଧ୍ୟ ଚାକିରିରେ ଯୋଗଦେଇ ପାରିଲେ ନାହିଁ। ଚାକିରିରେ ଯୋଗଦେବା ପୂର୍ବରୁ ତାଙ୍କ ମୃତ୍ୟୁ ହୋଇଛି। ଚନ୍ଦନଙ୍କ ପରି ରାଜ୍ୟର ୧୮୫୩ ଜଣ ଯୁବକ ନିଯୁକ୍ତିପତ୍ର ପାଇ ଦୀର୍ଘ ୪ମାସ ହେଲା ଚାକିରିିରେ ଯୋଗଦେବାକୁ ଅପେକ୍ଷା କରିଛନ୍ତି।

ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଓଏସ୍‌ଏପି ଓ ଆଇଆର୍‌ବି ବାଟାଲିଅନ୍‌ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାର୍ଚ୍ଚ ୫ ତାରିଖରେ ଚୁଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମାର୍ଚ୍ଚ ୧୭ ତାରିଖରେ ସେମାନଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା। ଦୀର୍ଘ ୪ମାସ ପରେ ମଧ୍ୟ ନିଯୁକ୍ତି ଦେଇପାରି ନ ଥିବା ରାଜ୍ୟ ସରକାରଙ୍କ ବର୍ଷିଛନ୍ତି ଚାକିରି ପାଇଥିବା ପରୀକ୍ଷାର୍ଥୀ। ପୁଲିସ୍‌ ମୁଖ୍ୟାଳୟ ପକ୍ଷରୁ ନ୍ୟାୟିକ ପ୍ରକ୍ରିୟା ତ୍ୱରିତ ସାରିବାକୁ ଆଇନ୍‌ ବିଭାଗ ଓ ଆଡଭୋକେଟ୍‌ ଜେନେରାଲ୍‌ଙ୍କୁ ବାରମ୍ବାର ଅନୁରୋଧ ପରେ ମଧ୍ୟ ସରକାର କାହିଁକି ଉପାୟଶୂନ୍ୟ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଷ୍ଟୁଡେଣ୍ଟ ଏଗେନେଷ୍ଟ କରପସନ୍‌ ଆବାହକ ବିଭୂତି ଭୂଷଣ ମହାପାତ୍ର ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଆଇନ୍‌ ବିଭାଗ ଓ ଆଡଭୋକେଟ୍‌ ଜେନେରାଲ କର୍ଣ୍ଣପାତ କରୁ ନାହାନ୍ତି। ଫଳରେ ହାଇକୋର୍ଟରେ ମାମଲା ଗଡ଼ିଗଡ଼ି ଚାଲିଛି। ସାଧାରଣ ଲୋକଙ୍କ ଝାଳବୁହା ଧନରେ ଦରମା ନେଉଥିବା ଏଜି ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବିତ କରୁଛନ୍ତି। ହାଇକୋର୍ଟରୁ ତାରିଖ ପରେ ତାରିଖ ମିଳୁଛି, ହେଲେ ନିଯୁକ୍ତି କେବେ ମିଳିବ ସେନେଇ ସରକାରଙ୍କ ପାଖରେ ଉତ୍ତର ନାହିଁ। ତ୍ୱରିତ ନ୍ୟାୟିକ ମାମଲାର ଅନ୍ତ କରି ୭ଦିନ ମଧ୍ୟରେ ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି। ଅନ୍ୟଥା ବିରାଟ ଆନ୍ଦୋଳନ କରିବାକୁ ସେମାନେ ବାଧ୍ୟ ହେବେ ବୋଲି କହିଛନ୍ତି। ଆନ୍ଦୋଳନ କଲେ ପ୍ରାର୍ଥୀଙ୍କ ନାମରେ ମାମଲା କରିବାକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଧମକ ନ ଦେଇ ସରକାର ନିଯୁକ୍ତି ଦେବାକୁ ସେ ଦାବି କରିଛନ୍ତି। ଏହାସହ ମୃତ ଚନ୍ଦନ ସ୍ୱାଇଁଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସେ ଦାବି କରିଛନ୍ତି। ଆଇନଶୃଙ୍ଖଳା ଜଗିବାକୁ ଯୁବକମାନଙ୍କୁ ମାନସିକ ଚାପରୁ ମୁକ୍ତ କରିବାକୁ ଚାକିରି ପାଇଥିବା ବହୁ ପ୍ରାର୍ଥୀ ସରକାରଙ୍କ ନିକଟରେ ଦାବି ରଖିଛନ୍ତି।

Got the letter; Unable to get the appointment: 1853 waiting, one died before joining the job….

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର