୯ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ବି ଜନ୍ମମାଟିକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଣଦେଖା: ବିଜେଡି

The Sakala Picture
Published On

ଭୁବନେଶ୍ବର: ଜନ୍ମମାଟିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଣଦେଖା। ବାରମ୍ବାର ଢେଙ୍କାନାଳ, ଅନୁଗୁଳ ଗସ୍ତ କରୁଛନ୍ତି। ହେଲେ ନିଜ ଜନ୍ମଭୂମିରେ କିଛି ବି ବିକାଶ କାମ କରିନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ। ୯ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ବି ଜନ୍ମମାଟିକୁ କିଛି ଦେଇନାହାନ୍ତି ବୋଲି କହିଛି ବିଜେଡି। ଦେଶକୁ ତାଳଚେର ସର୍ବାଧିକ ରାଜସ୍ୱ ଦେଉଛି। ହେଲେ ତାଳଚେର କୋଇଲା ଖଣିର ଉତ୍ପାଦନ ଅନୁସାରେ ମିଳିନି ନିଯୁକ୍ତି। ତାଳଚେର-ବିମଳାଗଡ଼ ରେଳଲାଇନ କାମ ସଂପୂର୍ଣ୍ଣ ହୋଇପାରିଲାନି। ଏହା ମାଲବାହୀ ଷ୍ଟେସନ ହୋଇ […]

ଭୁବନେଶ୍ବର: ଜନ୍ମମାଟିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଣଦେଖା। ବାରମ୍ବାର ଢେଙ୍କାନାଳ, ଅନୁଗୁଳ ଗସ୍ତ କରୁଛନ୍ତି। ହେଲେ ନିଜ ଜନ୍ମଭୂମିରେ କିଛି ବି ବିକାଶ କାମ କରିନାହାନ୍ତି ଧର୍ମେନ୍ଦ୍ର ପ୍ରଧାନ। ୯ବର୍ଷ ଧରି କେନ୍ଦ୍ରମନ୍ତ୍ରୀ ପଦରେ ଥାଇ ବି ଜନ୍ମମାଟିକୁ କିଛି ଦେଇନାହାନ୍ତି ବୋଲି କହିଛି ବିଜେଡି। ଦେଶକୁ ତାଳଚେର ସର୍ବାଧିକ ରାଜସ୍ୱ ଦେଉଛି। ହେଲେ ତାଳଚେର କୋଇଲା ଖଣିର ଉତ୍ପାଦନ ଅନୁସାରେ ମିଳିନି ନିଯୁକ୍ତି। ତାଳଚେର-ବିମଳାଗଡ଼ ରେଳଲାଇନ କାମ ସଂପୂର୍ଣ୍ଣ ହୋଇପାରିଲାନି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଏହା ମାଲବାହୀ ଷ୍ଟେସନ ହୋଇ ରହିଗଲା। ଏନଡିଏ ୨୦୧୪ରେ କ୍ଷମତାକୁ ଆସିବା ପରେ ଆକାଂକ୍ଷା ଜିଲ୍ଲା ଢେଙ୍କାନାଳରେ ମେଡିକାଲ କଲେଜ ହୋଇପାରିଲାନି। କେନ୍ଦ୍ରମନ୍ତ୍ରୀ କିଛି ସଫଳ କାର୍ଯ୍ୟକ୍ରମ କରିନାହାନ୍ତି। ନିର୍ବାଚନ ଆସିଲା ବୋଲି ସେକଥା କହିବା ଆରମ୍ଭ କରିଥିବା ବିଜେଡି କହିଛି। ଢେଙ୍କାନାଳ, ଅନୁଗୁଳ ସର୍ବାଧିକ ରାଜସ୍ୱ ଦେଉଥିବା ସତ୍ତ୍ବେ, ସ୍ୱତନ୍ତ୍ର ଦୃଷ୍ଟି ଦେଇନାହାନ୍ତି କେନ୍ଦ୍ରମନ୍ତ୍ରୀ ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

5Tରେ ଯେଉଁ ପରି ସ୍କୁଲ ରୂପାନ୍ତର ହେଉଛି, ସେ ନିଜ ଗାଁ ସ୍କୁଲ ପାଇଁ କଣ ରୂପାନ୍ତର କରିଛନ୍ତି କି ବୋଲି ବିଜେଡି ପ୍ରଶ୍ନ କରିଛି। କେନ୍ଦ୍ର ଅଧୀନରେ ଢେଙ୍କାନାଳ ଅନୁଗୁଳରେ କେତେ ସ୍କୁଲ କରିଛନ୍ତି? ଟେଲିକମରେ ଇଣ୍ଟେନେଟ ସୁବିଧା ନାହିଁ। ବ୍ୟଙ୍କିଙ୍ଗ ସୁବିଧା ନଥିବାରୁ ବୟସ୍କ ଲୋକ ଭତ୍ତା ପାଇଁ ହଇରାଣ ହେଉଛନ୍ତି। ବିହାର ଓ ମଧ୍ୟପ୍ରଦେଶରୁ ରାଜ୍ୟସଭା ଯାଇଥିବାରୁ ବୋଧେ କେନ୍ଦ୍ରମନ୍ତ୍ରୀଙ୍କ ଆନ୍ତରିକତା ଏହି ଦୁଇ ରାଜ୍ୟ ପାଇଁ ରହିଛି। ନିର୍ବାଚନ ଆସିଲେ ତାଙ୍କର ଢେଙ୍କାନାଳ ଅନୁଗୁଳ କଥା ମନେପଡେ ବୋଲି ବିଜେଡି କହିଛି ।

ଆହୁରି ପଢ଼ନ୍ତୁ: ରାଜଭବନ ସାମ୍ନାରେ ଗର୍ଜିଲା ବିଜେଡି: ରାଜ୍ୟର ଅର୍ଥନୈତିକ ଅଧିକାରକୁ ଛଡ଼ାଇ ନେଇଛି ଡବଲ ଇଞ୍ଜିନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର