ଜଳଖିଆ ଖାଉଥିବା ବେଳେ ଚଢ଼ିଗଲା କାର୍: ୬ ବର୍ଷର ଶିଶୁପୁତ୍ର ମୃତ, ୬ ଆହତ

The Sakala Picture
Published On

ନାଲକୋ ନଗର: ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ଛକ ନିକଟରେ ଥିବା ଦାସ ଜଳଖିଆ ଦୋକାନକୁ ଦ୍ରୁତଗତିରେ ଆସୁଥିବା ଏକ କାର ବାଡେଇଦେବା ଫଳରେ ଜଣେ ଛୋଟ ପିଲାର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି। ଜଳଖିଆ ଖାଇବା ସମୟରେ ଏମିତି ହୃଦୟ ବିଦାରକ ଘଟଣା ଘଟି ଯାଇଛି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଆଜି ମହିଧରପୁର ଆଡୁ ଏକ କାର ଅନୁଗୋଳ ଆଡକୁ ଯାଉଥିବା ବେଳେ ଫୁଲପଡା ଛକ ନିକଟରେ […]

ନାଲକୋ ନଗର: ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ଛକ ନିକଟରେ ଥିବା ଦାସ ଜଳଖିଆ ଦୋକାନକୁ ଦ୍ରୁତଗତିରେ ଆସୁଥିବା ଏକ କାର ବାଡେଇଦେବା ଫଳରେ ଜଣେ ଛୋଟ ପିଲାର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି। ଜଳଖିଆ ଖାଇବା ସମୟରେ ଏମିତି ହୃଦୟ ବିଦାରକ ଘଟଣା ଘଟି ଯାଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଆଜି ମହିଧରପୁର ଆଡୁ ଏକ କାର ଅନୁଗୋଳ ଆଡକୁ ଯାଉଥିବା ବେଳେ ଫୁଲପଡା ଛକ ନିକଟରେ ଥିବା ବିରେନ ଦାସଙ୍କ ଜଳଖିଆ ଦୋକାନ ସହ ଦୁର୍ଘଟଣା ହୋଇଥିଲା। ଏନଟିପିସି ଗଦା ଶିଳା  ଗ୍ରାମର ସଂଜୀବ ନାଏକ ପରିବାର ସହ ଭୁବନେଶ୍ୱର ଯିବା ବାଟରେ ମହିଧରପୁର ନିକଟ ଫୁଲପଡା  ଛକ ଠାରେ ଜଳଖିଆ ଦୋକାନରେ ଖାଉଥିଲେ । ସେଠାରେ ଫୁଲପଡା ଗ୍ରାମରୁ ମଧ୍ୟ ଦୁଇ ଜଣ  ଜଳଖିଆ ଖାଉଥିଲେ। ଏବଂ ସେମାନଙ୍କୁ ଖାଇବାକୁ ଦେଉଥିଲେ ଜଳଖିଆ ଦୋକାନୀ କାଳିଆ ଦାସ। ହଠାତ ଦ୍ରୁତଗତିରେ ଆସୁଥିବା କାର ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ଜଳଖିଆ ଖାଉଥିବା ଲୋକମାନେ ଆହତ ହେବା ସହ ଗୋଟିଏ ସ୍କୁଟି, ଦୁଇଟି ସାଇକେଲ ଏବଂ ଦୋକାନ ଟେବୁଲ, ଚେୟାର ଓ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ଦୌଡ଼ି ଆସିଥିଲେ। ଲୋକମାନଙ୍କ ସହାୟତା ରେ ଆହତ ବ୍ୟକ୍ତି ଏବଂ ଗୁରୁତର ମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଦୁର୍ଘଟଣାରେ ସଂଜୀବ ନଏକଙ୍କ ଏକମାତ୍ର ପୁଅ ଗୁରୁତର ହୋଇଥିବା ୬ ବର୍ଷ ର ଛୋଟ ପିଲାର ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।ଆହତ ହୋଇଥିବା ଲୋକମାନେ ତାଳଚେର ଏନଟିପିସି ସ୍ଥିତ (NTPC) ଗଦାଶିଳା ଗ୍ରାମର ସଂଜୀବ ନାଏକ ଙ୍କ ପରିବାର ଓ ଫୁଲପଡା ଗ୍ରାମର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ଓ ମହିଧରପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ଘଟାଇଥିବା କାର ଚାଳକ କଣିହାଁ ସ୍ଥିତ ଡେରେଙ୍ଗ ଗ୍ରାମରୁ ବୋଲି ସୂଚନା।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

06 Mar 2022 By The Sakala

ଜଳଖିଆ ଖାଉଥିବା ବେଳେ ଚଢ଼ିଗଲା କାର୍: ୬ ବର୍ଷର ଶିଶୁପୁତ୍ର ମୃତ, ୬ ଆହତ

ନାଲକୋ ନଗର: ବଅଁରପାଳ ଥାନା ମହିଧରପୁର ଫାଣ୍ଡି ଅନ୍ତର୍ଗତ ଫୁଲପଡା ଛକ ନିକଟରେ ଥିବା ଦାସ ଜଳଖିଆ ଦୋକାନକୁ ଦ୍ରୁତଗତିରେ ଆସୁଥିବା ଏକ କାର ବାଡେଇଦେବା ଫଳରେ ଜଣେ ଛୋଟ ପିଲାର ମୃତ୍ୟୁ ହେବା ସହ ୬ ଜଣ ଆହତ ହୋଇଛନ୍ତି। ଜଳଖିଆ ଖାଇବା ସମୟରେ ଏମିତି ହୃଦୟ ବିଦାରକ ଘଟଣା ଘଟି ଯାଇଛି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଆଜି ମହିଧରପୁର ଆଡୁ ଏକ କାର ଅନୁଗୋଳ ଆଡକୁ ଯାଉଥିବା ବେଳେ ଫୁଲପଡା ଛକ ନିକଟରେ ଥିବା ବିରେନ ଦାସଙ୍କ ଜଳଖିଆ ଦୋକାନ ସହ ଦୁର୍ଘଟଣା ହୋଇଥିଲା। ଏନଟିପିସି ଗଦା ଶିଳା  ଗ୍ରାମର ସଂଜୀବ ନାଏକ ପରିବାର ସହ ଭୁବନେଶ୍ୱର ଯିବା ବାଟରେ ମହିଧରପୁର ନିକଟ ଫୁଲପଡା  ଛକ ଠାରେ ଜଳଖିଆ ଦୋକାନରେ ଖାଉଥିଲେ । ସେଠାରେ ଫୁଲପଡା ଗ୍ରାମରୁ ମଧ୍ୟ ଦୁଇ ଜଣ  ଜଳଖିଆ ଖାଉଥିଲେ। ଏବଂ ସେମାନଙ୍କୁ ଖାଇବାକୁ ଦେଉଥିଲେ ଜଳଖିଆ ଦୋକାନୀ କାଳିଆ ଦାସ। ହଠାତ ଦ୍ରୁତଗତିରେ ଆସୁଥିବା କାର ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଦୋକାନ ସମ୍ମୁଖରେ ଜଳଖିଆ ଖାଉଥିବା ଲୋକମାନେ ଆହତ ହେବା ସହ ଗୋଟିଏ ସ୍କୁଟି, ଦୁଇଟି ସାଇକେଲ ଏବଂ ଦୋକାନ ଟେବୁଲ, ଚେୟାର ଓ ଆସବାବପତ୍ର ନଷ୍ଟ ହୋଇଯାଇଥିଲା। ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକମାନେ ଦୌଡ଼ି ଆସିଥିଲେ। ଲୋକମାନଙ୍କ ସହାୟତା ରେ ଆହତ ବ୍ୟକ୍ତି ଏବଂ ଗୁରୁତର ମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଦୁର୍ଘଟଣାରେ ସଂଜୀବ ନଏକଙ୍କ ଏକମାତ୍ର ପୁଅ ଗୁରୁତର ହୋଇଥିବା ୬ ବର୍ଷ ର ଛୋଟ ପିଲାର ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।ଆହତ ହୋଇଥିବା ଲୋକମାନେ ତାଳଚେର ଏନଟିପିସି ସ୍ଥିତ (NTPC) ଗଦାଶିଳା ଗ୍ରାମର ସଂଜୀବ ନାଏକ ଙ୍କ ପରିବାର ଓ ଫୁଲପଡା ଗ୍ରାମର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବଅଁରପାଳ ପୋଲିସ ଓ ମହିଧରପୁର ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୁର୍ଘଟଣା ଘଟାଇଥିବା କାର ଚାଳକ କଣିହାଁ ସ୍ଥିତ ଡେରେଙ୍ଗ ଗ୍ରାମରୁ ବୋଲି ସୂଚନା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର