ଦେବଦୂତ ସାଜିଲେ ଓଡ଼ିଆ ଡାକ୍ତରାଣୀ ଶ୍ରୀମନ୍ତିନୀ

The Sakala Picture
Published On

ପାହାଳ : ବିମାନରେ ଜନୈକ ଯାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଲେ; ଏହାକୁ ନେଇ ବିମାନର ପରିଚାରିକା ଓ ସହଯାତ୍ରୀମାନେ ବ୍ୟସ୍ତ ହୋଇଉଠିଲେ; ଏହି ସମୟରେ ଦେବଦୂତ ପରି ଜଣେ ଓଡ଼ିଆ ଡାକ୍ତରାଣୀ ଗୁରୁତର ହୋଇପଡ଼ିଥିବା ବ୍ୟକ୍ତି ଜଣଙ୍କ ସମୁଚିତ ଚିକିତ୍ସା କରିବା ଫଳରେ ତାଙ୍କ ଜୀବନ ବଞ୍ôଚଯାଇଥିଲା। ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା ଇଣ୍ଡିଗୋ ବିମାନ ଭିତରେ। ବିମାନଟି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିଲାବେଳେ ଏହି ଅବିସ୍ମରଣୀୟ ଘଟଣା ଘଟିଥିଲା। ବିମାନଟି ମଝି […]

ପାହାଳ : ବିମାନରେ ଜନୈକ ଯାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଲେ; ଏହାକୁ ନେଇ ବିମାନର ପରିଚାରିକା ଓ ସହଯାତ୍ରୀମାନେ ବ୍ୟସ୍ତ ହୋଇଉଠିଲେ; ଏହି ସମୟରେ ଦେବଦୂତ ପରି ଜଣେ ଓଡ଼ିଆ ଡାକ୍ତରାଣୀ ଗୁରୁତର ହୋଇପଡ଼ିଥିବା ବ୍ୟକ୍ତି ଜଣଙ୍କ ସମୁଚିତ ଚିକିତ୍ସା କରିବା ଫଳରେ ତାଙ୍କ ଜୀବନ ବଞ୍ôଚଯାଇଥିଲା। ଏପରି ଏକ ବିରଳ ଘଟଣା ଦେଖିବାକୁ ମିଳିଥିଲା ଇଣ୍ଡିଗୋ ବିମାନ ଭିତରେ। ବିମାନଟି ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରୁଥିଲାବେଳେ ଏହି ଅବିସ୍ମରଣୀୟ ଘଟଣା ଘଟିଥିଲା। ବିମାନଟି ମଝି ଆକାଶରେ ଥିଲାବେଳେ ଅଚାନକ ରବୀନ୍ଦ୍ରନାଥ ଖଟୁଆ ନାମକ ଜଣେ ଯାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଲେ। ତାଙ୍କର ମୁଣ୍ଡ ବୁଲାଇବା ସହିତ ପ୍ରବଳ ବାନ୍ତି ମଧ୍ୟ ହୋଇଥିଲା। କିଛି ସମୟ ମଧ୍ୟରେ ସେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ବିମାନରେ ଯାତ୍ରା କରୁଥିବା ଜନୈକା ଓଡ଼ିଆ ଡାକ୍ତରାଣୀ ଶ୍ରୀମନ୍ତିନୀ ରାଉତରାୟ ଦେବଦୂତଙ୍କ ସଦୃଶ ରବୀନ୍ଦ୍ରଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ପ୍ରଥମେ ଏକ ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ ଦେବା ସହିତ ଅନ୍ୟ ଜରୁରୀ ଚିକିତ୍ସା ପଦ୍ଧତି ପ୍ରୟୋଗ କରିଥିଲେ। କିଛି ସମୟ ପରେ ରବୀନ୍ଦ୍ରଙ୍କ ଚେତା ଫେରିଥିଲା ଏବଂ ଦିଲ୍ଲୀରେ ବିମାନ ଅବତରଣ କରିବା ପରେ ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଇଥିଲା।

ଆହୁରି ପଢ଼ନ୍ତୁ: CEC ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ, ଭୁବନେଶ୍ୱର CEO କାର୍ଯ୍ୟାଳୟ ଘେରାଉ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର