ବିଚିତ୍ର ନିୟମ: ଓଡ଼ିଶା ଗାଡ଼ିକୁ ଫିଟ୍‌ନେସ୍‌ ଦେବେ ଆନ୍ଧ୍ର-ଛତିଶଗଡ଼

Madhusudan Das Picture
Published On

ଭୁବନେଶ୍ୱର: ଦେଶରେ ଚାଲୁଥିବା ଗାଡ଼ିଗୁଡ଼ିକ କେବଳ ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର (ଏଟିଏସ୍‌)ରେ ନିଜର ଫିଟନେସ୍‌ ଯାଞ୍ଚ କରି ସାର୍ଟିଫିକେଟ୍‌ ପାଇଲେ ଏହାକୁ ବୈଧ ବୋଲି ଗ୍ରହଣ କରାଯାଉଛି। କେନ୍ଦ୍ରୀୟ ମୋଟର ଯାନ ଆଇନ ସଂଶୋଧନ ପରେ ଗତ ଏପ୍ରିଲ୍‌ ୨୦୨୫ଠାରୁ ବାଣିଜ୍ୟିକ ଯାନ ଗୁଡ଼ିକ ପାଇଁ ଏଭଳି ନିୟମ କରାଯାଇଛି। ନୂତନ ବ୍ୟବସ୍ଥାରେ ମାନୁଆଲ୍‌ ଫିଟନେସ୍‌ ପରୀକ୍ଷଣକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଫିଟନେସ୍‌ ପରୀକ୍ଷଣ କେବଳ ସ୍ୱୟଂଚାଳିତ ପରୀକ୍ଷଣ ଷ୍ଟେସନ୍‌ (ଏଟିଏସ୍‌) ମାଧ୍ୟମରେ ହିଁ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି। ଏହା ଦ୍ୱାରା ସ୍ୱଚ୍ଛତା, ପ୍ରଯୁକ୍ତି-ଆଧାରିତ ଏବଂ ବୈଜ୍ଞାନିକ ପଦ୍ଧତିରେ ଗାଡ଼ି ଫିଟନେସ୍‌ ପରୀକ୍ଷଣକୁ ସୁନିଶ୍ଚିତ କରି ହେବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ମାତ୍ର ଓଡ଼ିଶାର ଉପାନ୍ତ ଜିଲ୍ଲାଗୁଡ଼ିକରେ ଏପରି ବ୍ୟବସ୍ଥା ନ ଥିବାରୁ ପଡେ଼ାଶୀ ଛତିଶଗଡ଼ ଓ ଆନ୍ଧ୍ରରେ ଫିଟନେସ ପରୀକ୍ଷା ପାଇଁ ସରକାରଙ୍କ ନିୟମ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି । 

ଆହୁରି ପଢ଼ନ୍ତୁ: କାନପୁର ଲାମ୍ବୋର୍ଗିନି ଦୁର୍ଘଟଣା: ତମାଖୁ ବ୍ୟବସାୟୀଙ୍କ ପୁଅ ଶିବମ ମିଶ୍ର ଗିରଫ, ଡ୍ରାଇଭରର ଆତ୍ମସମର୍ପଣ ନାଟକ ବିଫଳ

ଓଡ଼ିଶା ଭଳି ରାଜ୍ୟ ପାଇଁ କେନ୍ଦ୍ର ସରକାରଙ୍କ ଏହି ନିୟମ ଏବେ ବଡ଼ ଆହ୍ୱାନ ସାଜିଛି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମାତ୍ର ଏଟିଏସ୍‌ କଟକରେ କାର୍ଯ୍ୟକ୍ଷମ ରହିଛି। ଅନ୍ୟ ଜିଲ୍ଲାରେ ମାନୁଆଲ ଭାବରେ ଚାଲୁଥିବା ଫିଟନେସ କେନ୍ଦ୍ରଗୁଡ଼ିକରୁ ସାର୍ଟିଫିକେଟ ଜାରି କ୍ଷମତା ପ୍ରତ୍ୟାହାର କରି ନିଆଯାଇଛି। ପରିଣତିସ୍ୱରୂପ ଓଡ଼ିଶାରେ ଏଟିଏସ୍‌ ନଥିବାରୁ ଗାଡ଼ି ମାଲିକମାନେ ଫିଟ୍‌ନେସ୍‌ ଟେଷ୍ଟ କରାଇବାରେ ବ୍ୟାପକ ସମସ୍ୟା ଭୋଗୁଛନ୍ତି ଓ  ଫିଟନେସ୍‌ ନ ଥିଲେ ମୋଟା ଅଙ୍କର ଜରିମାନା ଲାଗୁ ଥିବାରୁ ମାଲିକମାନେ ଏବେ ମୁଣ୍ଡରେ ହାତ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ପାର୍ଶଲରେ ଲାପଟପ୍ ବଦଳରେ ଆସିଲା ମାର୍ବଲ, ଇ-କମର୍ସ ସଂସ୍ଥାକୁ ୯୦ ହଜାର ଟଙ୍କା ଫାଇନ

ରାଜ୍ୟ ପରିବହନ ବିଭାଗକୁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ଦେଇଥିବା ନିର୍ଦ୍ଦେଶ ଅନୁସାରେ  ଓଡ଼ିଶାର ୨୫ଟି ଆର୍‌ଟିଓ/ଏମ୍‌ଭିଆଇଙ୍କ ଅଧିନରେ ଚାଲିଥିବା ମାନୁଆଲ୍‌ ଟେଷ୍ଟିଂ କେନ୍ଦ୍ରରୁ ସାର୍ଟିଫିକେଟ ଜାରି କ୍ଷମତା ଅପସାରଣ କରିନିଆଯାଇଛି। ତେଣୁ ଓଡ଼ିଶାରେ କଟକଠାରେ ଗୋଟିଏ ଏଟିଏସ୍‌ କାର୍ଯ୍ୟକ୍ଷମ ରହିଥିବାରୁ ଏଠାରେ ୧୨ ଟି ଆର୍‌ଟିଓ ଅଧିନରେ ଥିବା ଗାଡ଼ିଗୁଡ଼ିକୁ ଫିଟନେସ ଟେଷ୍ଟ କରାଯାଇ ପାରିବ। ଅବଶିଷ୍ଟ ୧୪ ଆର୍‌ଟିଓ ଅନ୍ତର୍ଗତ ଗାଡ଼ିଗୁଡ଼ିକ ପଡେ଼ାଶୀ ରାଜ୍ୟରେ ଫିଟନେସ ଟେଷ୍ଟ କରାଇବେ। ମୟୂରଭଞ୍ଜର ଗାଡ଼ିଗୁଡ଼ିକ ପାଇଁ ଝାରଖଣ୍ଡର ପୂର୍ବ ସିଂହଭୂମି କେନ୍ଦ୍ରର ଠିକଣା ଦିଆଯାଇଥିବା ବେଳେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଛତିଶଗଡ଼ର ଜଗଦଲପୁର ଏଟିଏସ୍‌ ଠିକଣା ଦିଆଯାଇଛି।  ଝାରସୁଗୁଡ଼ା, ରାଉରକେଲା, ସୁନ୍ଦରଗଡ଼, ରାଇରଙ୍ଗପୁର ଓ ବରଗଡ଼ ଆରଟିଓ ଅଧିନରେ ଥିବା ଗାଡ଼ିଗୁଡ଼ିକ ପାଇଁ ଛତିଶଗଡ଼ର ରାଇଘର ଏବଂ ରାୟଗଡ଼ା, ଗଜପତି, ଗଞ୍ଜାମ ଓ ଭଞ୍ଜନଗର ଆରଟିଓ ଅଧୀନସ୍ଥ ଗାଡ଼ିଗୁଡ଼ିକ ଫିଟନେସ କରାଇବା ପାଇଁ ଆନ୍ଧ୍ରର ଶ୍ରୀକାକୁଲମ ଯିବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ: ଅଭିନେତା ରଣବୀର ସିଂହଙ୍କୁ ହତ୍ୟା ଧମକ: ଭଏସ୍ ନୋଟ୍ ଜରିଆରେ ମାଗିଲେ କୋଟି କୋଟି ଟଙ୍କା, ଘର ବାହାରେ ବଢିଲା ସୁରକ୍ଷା

 ସୂଚନା ଥାଉ କି ରାଜ୍ୟରେ ବର୍ତ୍ତମାନ ପ୍ରାୟ ୩୫-୪୦ ଲକ୍ଷ ବାଣିଜ୍ୟିକ ଗାଡ଼ି ଚଳ ପ୍ରଚଳ ହେଉଛି। ଏହି ଗାଡ଼ିଗୁଡ଼ିକ ପାଇଁ ୨ ବର୍ଷରେ ଥରେ ଫିଟନେସ୍‌ ସାର୍ଟିଫିକେଟ୍‌ ଆବଶ୍ୟକତା ପଡ଼ୁଛି। ତେଣୁ ଗାଡ଼ିମାଲିକମାନେ ବାହାର ରାଜ୍ୟକୁ ତେଲ ପୋଡ଼ି ଟ୍ୟାକ୍ସ ଦେଇ ଯିବାକୁ ଅରାଜି ହେବା ପରେ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଗୁହାରି କରିଥିଲେ ଏବଂ ଏହାର ଅବଧି ମାର୍ଚ୍ଚ ୨ ପର୍ଯ୍ୟନ୍ତ ରହିଛି। ଏହାପରେ ପୁଣି ସେମାନଙ୍କୁ ଫିଟନେସ କରାଇବା ଅନିବାର୍ଯ୍ୟ ହୋଇ ପଡ଼ିବ। ଏହି ପରିପ୍ରେକ୍ଷୀରେ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ ନ କରି କେଉଁ ସ୍ଥିତିରେ ଏଭଳି ନିୟମଗାଡ଼ି ମାଲିକମାନଙ୍କ ଉପରେ ଲଦି ଦିଆଯାଇଛି, ତାକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp