ଡ୍ରେନ ଗାତରେ ଗଳି ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହରୁ ଦୁଇ ବାଳ ଅପରାଧୀ ଚମ୍ପଟ

Madhusudan Das Picture
Published On

ଅନୁଗୁଳ: ଅନୁଗୁଳ ପର୍ଯ୍ୟବେକ୍ଷଣ ଗୃହରୁ ଦୁଇ ବାଳ ଅପରାଧୀ ଚମ୍ପଟ। ପର୍ଯ୍ୟବେକ୍ଷଣ ଗୃହ ପରିସରରେ ଥିବା ଡ୍ରେନରେ ଗାତ ଖୋଳି ସେହି ବାଟରେ ସେମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁଇ ନାବାଳକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଂଚଳର ଓ ଅନ୍ୟ ଜଣେ କଟକ ଜିଲ୍ଲା ଟାଙ୍ଗି ଥାନା ହରିପୁର ଗ୍ରାମର। ଏକାଧିକ ଅପରାଧରେ ସମ୍ପୃକ୍ତ ଥିଲେ ଏହି ଦୁଇ ନାବାଳକ ଅଭିଯୁକ୍ତ । ଦୁଇ ବାଳ ଅପରାଧୀ ଦ୍ୱୟ ଚମ୍ପଟ ହେବା ପରେ ବହୁ ଖୋଜାଖୋଜି ପରେ ନ ମିଳିବାରୁ ଏ ନେଇ ଥାନାରେ ମାମଲା ଦାୟର କରିଛନ୍ତି ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ଗୃହର କାଉନସିଲର। ଏହି ସୁଧାରଗୃହରେ ୩୦ଜଣ ନାବାଳକ ବିଚାରାଧୀନ ବନ୍ଦୀ ଭାବେ ରହିଛନ୍ତି । ତେବେ ଦୁଇ ଅଭିଯୁକ୍ତ ଫେରାର ହୋଇଥିବା ବେଳେ କାରାଗାରର ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା OTET-୨୦୨୫ ରେଜଲ୍ଟ, ମୋଟ୍‌ ୧ ଲକ୍ଷ ୬ ହଜାର ୪୧ ଜଣ ଉତ୍ତୀର୍ଣ୍ଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp