‘ଟାଇଗର ଭର୍ସେସ ପଠାନ’ ଉପରେ ଲାଗିଲା ରୋକ୍! ଅର୍ଥାଭାବ ଯୋଗୁଁ ଅଟକିଗଲା କି ଶାହରୁଖ-ସଲମାନଙ୍କ ମହାମୁକାବିଲା?

Suryakanta Picture
Published On

ବଲିଉଡର ଦୁଇ ସୁପରଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ବଡ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଚରମ ସୀମାରେ ଥିଲା। ୟଶ ରାଜ ଫିଲ୍ମସ (YRF)ର ସ୍ପାଏ ୟୁନିଭର୍ସର ସବୁଠାରୁ ବଡ଼ ଚଳଚ୍ଚିତ୍ର 'ଟାଇଗର ଭର୍ସେସ ପଠାନ' (Tiger vs Pathaan)କୁ ନେଇ ଅନେକ ଆଶା ରହିଥିଲା। କିନ୍ତୁ ତାଜା ରିପୋର୍ଟ ଅନୁଯାୟୀ, ବଜେଟ୍ ସମସ୍ୟା କାରଣରୁ ଏହି ମେଗା ପ୍ରୋଜେକ୍ଟ ବର୍ତ୍ତମାନ ପାଇଁ ସ୍ଥଗିତ ରହିପାରେ।

ଆହୁରି ପଢ଼ନ୍ତୁ: ପିତୃତ୍ୱ ଅବକାଶକୁ ନେଇ ସଂସଦରେ ସ୍ୱର ଉଠାଇଲେ ରାଘବ ଚଢ଼ା: ସ୍ୱାମୀଙ୍କୁ ପ୍ରଶଂସା କଲେ ପରିଣୀତି ଚୋପ୍ରା

କାହିଁକି ଅଟକିଲା ଫିଲ୍ମ?

ସୂଚନା ଅନୁଯାୟୀ, ଫିଲ୍ମର ବଜେଟ୍ ଏବଂ ତାରକାମାନଙ୍କ ପାରିଶ୍ରମିକକୁ ନେଇ ପ୍ରଯୋଜନା ସଂସ୍ଥା ଚିନ୍ତାରେ ପଡ଼ିଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ଉଭୟ ସଲମାନ ଏବଂ ଶାହରୁଖ ଏହି ଚଳଚ୍ଚିତ୍ର ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଲେଖାଏଁ ପାରିଶ୍ରମିକ ଦାବି କରୁଛନ୍ତି। ଏତେ ବଡ଼ ରକମର ପାରିଶ୍ରମିକ ସହ ଫିଲ୍ମର ନିର୍ମାଣ ଖର୍ଚ୍ଚ ତୁଲାଇବା YRF ପକ୍ଷରେ କଷ୍ଟକର ହୋଇପଡ଼ିଛି। ବିଶେଷ କରି ସମ୍ପ୍ରତି କିଛି ବଡ଼ ବଜେଟ୍ ଫିଲ୍ମର ବ୍ୟବସାୟିକ ବିଫଳତା ପରେ ନିର୍ମାତା ଆଦିତ୍ୟ ଚୋପ୍ରା ଆର୍ଥିକ ଦିଗକୁ ନେଇ ଅଧିକ ସତର୍କ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: ଆସିଲା ଅନୁଷ୍କା ଶେଟ୍ଟୀ ଓ ଜୟସୂର୍ଯ୍ୟଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କଥାନାର: ଦି ୱାଇଲ୍ଡ ସର୍ସରର୍'ର ଟିଜର୍

ଫ୍ୟାନ୍ସଙ୍କୁ ଲାଗିଲା ଝଟକା

'ପଠାନ' ଏବଂ 'ଟାଇଗର-୩'ରେ ଦୁଇ ତାରକାଙ୍କ କ୍ୟାମିଓ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ମୁକାବିଲା ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଥିଲେ। ତେବେ ଫିଲ୍ମଟି ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ ବରଂ 'ଅନିର୍ଦ୍ଦିଷ୍ଟ କାଳ' ପାଇଁ ସ୍ଥଗିତ ରଖାଯାଇଥିବା କୁହାଯାଉଛି। ଯଦି ଭବିଷ୍ୟତରେ ବଜେଟ୍ ଏବଂ ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ ହୁଏ, ତେବେ ପୁଣିଥରେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇପାରେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବାତିଲ ହେଲା ଶାହରୁଖ ଖାନଙ୍କ 'କିଙ୍ଗ'ର ଦୁବାଇ ଶୁଟିଂ, ମୁମ୍ବାଇରେ ପ୍ରସ୍ତୁତ ହେଉଛି ମରୁଭୂମି ସେଟ୍

ବର୍ତ୍ତମାନ ପାଇଁ ଉଭୟ ଅଭିନେତା ନିଜ ନିଜର ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ରହିବେ। ସଲମାନ ଖାନ 'ବ୍ୟାଟଲ ଅଫ୍ ଗଲୱାନ' (Battle of Galwan) ଏବଂ ଶାହରୁଖ ଖାନ 'କିଙ୍ଗ' (King) ଚଳଚ୍ଚିତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି।

16 Feb 2026 By Suryakanta

‘ଟାଇଗର ଭର୍ସେସ ପଠାନ’ ଉପରେ ଲାଗିଲା ରୋକ୍! ଅର୍ଥାଭାବ ଯୋଗୁଁ ଅଟକିଗଲା କି ଶାହରୁଖ-ସଲମାନଙ୍କ ମହାମୁକାବିଲା?

ବଲିଉଡର ଦୁଇ ସୁପରଷ୍ଟାର ଶାହରୁଖ ଖାନ ଏବଂ ସଲମାନ ଖାନଙ୍କୁ ଏକାଠି ବଡ ପରଦାରେ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଚରମ ସୀମାରେ ଥିଲା। ୟଶ ରାଜ ଫିଲ୍ମସ (YRF)ର ସ୍ପାଏ ୟୁନିଭର୍ସର ସବୁଠାରୁ ବଡ଼ ଚଳଚ୍ଚିତ୍ର 'ଟାଇଗର ଭର୍ସେସ ପଠାନ' (Tiger vs Pathaan)କୁ ନେଇ ଅନେକ ଆଶା ରହିଥିଲା। କିନ୍ତୁ ତାଜା ରିପୋର୍ଟ ଅନୁଯାୟୀ, ବଜେଟ୍ ସମସ୍ୟା କାରଣରୁ ଏହି ମେଗା ପ୍ରୋଜେକ୍ଟ ବର୍ତ୍ତମାନ ପାଇଁ ସ୍ଥଗିତ ରହିପାରେ।

କାହିଁକି ଅଟକିଲା ଫିଲ୍ମ?

ସୂଚନା ଅନୁଯାୟୀ, ଫିଲ୍ମର ବଜେଟ୍ ଏବଂ ତାରକାମାନଙ୍କ ପାରିଶ୍ରମିକକୁ ନେଇ ପ୍ରଯୋଜନା ସଂସ୍ଥା ଚିନ୍ତାରେ ପଡ଼ିଛି। ରିପୋର୍ଟରୁ ଜଣାପଡ଼ିଛି ଯେ, ଉଭୟ ସଲମାନ ଏବଂ ଶାହରୁଖ ଏହି ଚଳଚ୍ଚିତ୍ର ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ଲେଖାଏଁ ପାରିଶ୍ରମିକ ଦାବି କରୁଛନ୍ତି। ଏତେ ବଡ଼ ରକମର ପାରିଶ୍ରମିକ ସହ ଫିଲ୍ମର ନିର୍ମାଣ ଖର୍ଚ୍ଚ ତୁଲାଇବା YRF ପକ୍ଷରେ କଷ୍ଟକର ହୋଇପଡ଼ିଛି। ବିଶେଷ କରି ସମ୍ପ୍ରତି କିଛି ବଡ଼ ବଜେଟ୍ ଫିଲ୍ମର ବ୍ୟବସାୟିକ ବିଫଳତା ପରେ ନିର୍ମାତା ଆଦିତ୍ୟ ଚୋପ୍ରା ଆର୍ଥିକ ଦିଗକୁ ନେଇ ଅଧିକ ସତର୍କ ହୋଇପଡ଼ିଛନ୍ତି।

ଫ୍ୟାନ୍ସଙ୍କୁ ଲାଗିଲା ଝଟକା

'ପଠାନ' ଏବଂ 'ଟାଇଗର-୩'ରେ ଦୁଇ ତାରକାଙ୍କ କ୍ୟାମିଓ ଦୃଶ୍ୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ଦୁହିଁଙ୍କ ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ମୁକାବିଲା ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଥିଲେ। ତେବେ ଫିଲ୍ମଟି ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ ବରଂ 'ଅନିର୍ଦ୍ଦିଷ୍ଟ କାଳ' ପାଇଁ ସ୍ଥଗିତ ରଖାଯାଇଥିବା କୁହାଯାଉଛି। ଯଦି ଭବିଷ୍ୟତରେ ବଜେଟ୍ ଏବଂ ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ ହୁଏ, ତେବେ ପୁଣିଥରେ ଏହି ପ୍ରୋଜେକ୍ଟ ଆରମ୍ଭ ହୋଇପାରେ।

ବର୍ତ୍ତମାନ ପାଇଁ ଉଭୟ ଅଭିନେତା ନିଜ ନିଜର ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ରହିବେ। ସଲମାନ ଖାନ 'ବ୍ୟାଟଲ ଅଫ୍ ଗଲୱାନ' (Battle of Galwan) ଏବଂ ଶାହରୁଖ ଖାନ 'କିଙ୍ଗ' (King) ଚଳଚ୍ଚିତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp