ଆଉ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବିନି, କିନ୍ତୁ ଆଇଟମ୍‌ ନାଚିବି; ଜାମିନ ମିଳିବା ପରେ କହିଲେ ନିଶା ମହାରଣା

Madhusudan Das Picture
Published On

ବଲାଙ୍ଗୀର: ଯାତ୍ରା କଳାକାର ନିଶା ମହାରଣାଙ୍କୁ ମିଳିଲା ଜାମିନ । ୨୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ନିସର୍ତ୍ତ ଜାମିନ । ଜାମିନ ପ୍ରଦାନ କଲେ ବଲାଙ୍ଗିର SDJM । ଅଶ୍ଳୀଳ ନୃତ୍ୟ ନେଇ ମାମଲା କରିଥିଲା ବଲାଙ୍ଗିର ସଦର ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆତ୍ମସମର୍ପଣ କରିଥିଲେ ନିଶା । 

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍‌ରୁ ଅଜଣା ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଅଶ୍ଳୀଳ ନୃତ୍ୟ ମାମଲାରେ ବଲାଙ୍ଗିର SDJM କୋର୍ଟରେ ହାଜର ହୋଇଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଜି ବଲାଙ୍ଗିର SDJM କୋର୍ଟରେ ସରେଣ୍ଡର କରିଥିଲେ ନିଶା । ହାଇକୋର୍ଟ ତାଙ୍କୁ ଆଗୁଆ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ଏଥିସହ ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଜାନୁଆରୀ ୧୨ରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନେଇ ଅଭିଯୋଗ ହୋଇଥିଲା । ଏନେଇ ୧୪ରେ ବଲାଙ୍ଗିର ସଦର ଥାନା ପୋଲିସ ମାମଲା ରୁଜୁ ହୋଇଥିଲା । ୧୫ରେ ଯାତ୍ରା ଆୟୋଜକ କମିଟି ସଭାପତି ଓ ସମ୍ପାଦକକୁ ପୋଲିସ କୋର୍ଟଚାଲାଣ କରିଥିଲା ସଦର ପୋଲିସ ।

ଆହୁରି ପଢ଼ନ୍ତୁ: ତାତିରୁ ଆଶ୍ବସ୍ତି ଦେଲା କାଳବୈଶାଖୀ: ଭୁବନେଶ୍ୱରରେ ପବନ-ଘଡଘଡି ସହ କୁଆପଥର ବର୍ଷା

ଆଉ ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବେ ନାହିଁ ନିଶା । ଯାତ୍ରାରେ ଆଇଟମ ନୃତ୍ୟ ପ୍ରଦର୍ଶନ କରିବେ ବୋଲି କୋର୍ଟରୁ ଜାମିନ ମିଳିବା ପରେ କହିଛନ୍ତି ନିଶା । ନିଶା ଆହୁରି କହିଛନ୍ତି କି, କମିଟିର ଅନୁରୋଧ ପରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲି । ଆଜିଠାରୁ ପୁଣି ଯାତ୍ରାକୁ ଫେରିବି ବୋଲି କହିଛନ୍ତି । ୨୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି SDJM କୋର୍ଟ । ଜାମିନରେ କୋର୍ଟ ଦୁଇଟି ସର୍ତ୍ତ ରଖିଛନ୍ତି । ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବେ ନାହିଁ । ଯଦି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବେ ଜାମିନ ଖାରଜ କରାଯିବ ବୋଲି କୋର୍ଟଙ୍କ ସର୍ତ୍ତ ରହିଛି ।

ଆହୁରି ପଢ଼ନ୍ତୁ: ଆଇନଶୃଙ୍ଖଳା ତତ୍ତ୍ବାବଧାନ କରିବେ ବରିଷ୍ଠ ଆଇପିଏସ୍‌: ୧୫ ପୁଲିସ ଅଧିକାରୀଙ୍କୁ ୧୭ ଜିଲ୍ଲା ଦାୟିତ୍ୱ

10 Feb 2026 By Madhusudan Das

ଆଉ ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ କରିବିନି, କିନ୍ତୁ ଆଇଟମ୍‌ ନାଚିବି; ଜାମିନ ମିଳିବା ପରେ କହିଲେ ନିଶା ମହାରଣା

ବଲାଙ୍ଗୀର: ଯାତ୍ରା କଳାକାର ନିଶା ମହାରଣାଙ୍କୁ ମିଳିଲା ଜାମିନ । ୨୦ ହଜାର ଟଙ୍କା ଓ ଜଣେ ଜାମିନଦାର ବଦଳରେ ନିସର୍ତ୍ତ ଜାମିନ । ଜାମିନ ପ୍ରଦାନ କଲେ ବଲାଙ୍ଗିର SDJM । ଅଶ୍ଳୀଳ ନୃତ୍ୟ ନେଇ ମାମଲା କରିଥିଲା ବଲାଙ୍ଗିର ସଦର ପୋଲିସ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆତ୍ମସମର୍ପଣ କରିଥିଲେ ନିଶା । 

ଅଶ୍ଳୀଳ ନୃତ୍ୟ ମାମଲାରେ ବଲାଙ୍ଗିର SDJM କୋର୍ଟରେ ହାଜର ହୋଇଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଜି ବଲାଙ୍ଗିର SDJM କୋର୍ଟରେ ସରେଣ୍ଡର କରିଥିଲେ ନିଶା । ହାଇକୋର୍ଟ ତାଙ୍କୁ ଆଗୁଆ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ଏଥିସହ ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ ଦେଇଥିଲେ । ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଜାନୁଆରୀ ୧୨ରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନେଇ ଅଭିଯୋଗ ହୋଇଥିଲା । ଏନେଇ ୧୪ରେ ବଲାଙ୍ଗିର ସଦର ଥାନା ପୋଲିସ ମାମଲା ରୁଜୁ ହୋଇଥିଲା । ୧୫ରେ ଯାତ୍ରା ଆୟୋଜକ କମିଟି ସଭାପତି ଓ ସମ୍ପାଦକକୁ ପୋଲିସ କୋର୍ଟଚାଲାଣ କରିଥିଲା ସଦର ପୋଲିସ ।

ଆଉ ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବେ ନାହିଁ ନିଶା । ଯାତ୍ରାରେ ଆଇଟମ ନୃତ୍ୟ ପ୍ରଦର୍ଶନ କରିବେ ବୋଲି କୋର୍ଟରୁ ଜାମିନ ମିଳିବା ପରେ କହିଛନ୍ତି ନିଶା । ନିଶା ଆହୁରି କହିଛନ୍ତି କି, କମିଟିର ଅନୁରୋଧ ପରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲି । ଆଜିଠାରୁ ପୁଣି ଯାତ୍ରାକୁ ଫେରିବି ବୋଲି କହିଛନ୍ତି । ୨୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ବଦଳରେ ଜାମିନ ପ୍ରଦାନ କରିଛନ୍ତି SDJM କୋର୍ଟ । ଜାମିନରେ କୋର୍ଟ ଦୁଇଟି ସର୍ତ୍ତ ରଖିଛନ୍ତି । ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବେ ନାହିଁ । ଯଦି ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିବେ ଜାମିନ ଖାରଜ କରାଯିବ ବୋଲି କୋର୍ଟଙ୍କ ସର୍ତ୍ତ ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର