ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

Madhusudan Das Picture
Published On

ଯାଜପୁର: ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ନୂଆ ମୋଡ । ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ନାବାଳିକା ରହୁଥିବା ଭଡ଼ା ଘରର ମାତ୍ର କିଛି ଦୂରରୁ ଉଦ୍ଧାର ହୋଇଛି ନବଜାତ । ସ୍ଥାନୀୟ ବାସିନ୍ଦା ଓ ପୋଲିସ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ମେଡିକାଲର ଶିଶୁ ବିଶେଷଜ୍ଞ କହିଛନ୍ତି । ନାବାଳିକା ଜଣକ ଘରୋଇ ମେଡିକାଲରେ ଶିଶୁକୁ ଜନ୍ମ ଦେଇଥିଲେ । ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜନଜୀବନ: ଏହି ସବୁ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ପୋଲିସର ସୂଚନା ଅନୁସାରେ ବ୍ୟାସନଗର ସହର କୋପଣ୍ଡ ଗାଁର ୭୦ ବର୍ଷୀୟ ପଦ୍ମନାଭ ଶତପଥୀଙ୍କ ଘରେ ନାବାଳିକା କାମ କରୁଥିଲେ । କାମ କରୁଥିବା ବେଳେ ବାରମ୍ବାର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ନାବାଳିକା ଗର୍ଭବତୀ ହେବା ପରେ ଅଭିଯୁକ୍ତ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ୍ ର ଏକ ଘରୋଇ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି । ତେବେ ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତ ପଦ୍ମନାଭ ଶତପଥୀଙ୍କ ସହ ସଂପୃକ୍ତ ଘରୋଇ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡିଲା ମାମଲା ରଫାଦଫା ପାଇଁ ଫେଭର ମାଗିବା; ବଦଳିଲେ ଖଣ୍ଡପଡାର ବିବାଦୀୟ SDPO

17 Feb 2026 By Madhusudan Das

ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣା: ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ଯାଜପୁର: ଯାଜପୁରରେ ନାବାଳିକାକୁ ଦୁଷ୍କର୍ମ ଓ ଗର୍ଭପାତ ଅଭିଯୋଗ ଘଟଣାରେ ନୂଆ ମୋଡ । ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ନାବାଳିକା ରହୁଥିବା ଭଡ଼ା ଘରର ମାତ୍ର କିଛି ଦୂରରୁ ଉଦ୍ଧାର ହୋଇଛି ନବଜାତ । ସ୍ଥାନୀୟ ବାସିନ୍ଦା ଓ ପୋଲିସ ସହଯୋଗରେ ଶିଶୁଟିକୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁର ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ମେଡିକାଲର ଶିଶୁ ବିଶେଷଜ୍ଞ କହିଛନ୍ତି । ନାବାଳିକା ଜଣକ ଘରୋଇ ମେଡିକାଲରେ ଶିଶୁକୁ ଜନ୍ମ ଦେଇଥିଲେ । ଘଟଣାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା ।

ପୋଲିସର ସୂଚନା ଅନୁସାରେ ବ୍ୟାସନଗର ସହର କୋପଣ୍ଡ ଗାଁର ୭୦ ବର୍ଷୀୟ ପଦ୍ମନାଭ ଶତପଥୀଙ୍କ ଘରେ ନାବାଳିକା କାମ କରୁଥିଲେ । କାମ କରୁଥିବା ବେଳେ ବାରମ୍ବାର ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ନାବାଳିକା ଗର୍ଭବତୀ ହେବା ପରେ ଅଭିଯୁକ୍ତ ତାଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ୍ ର ଏକ ଘରୋଇ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି । ତେବେ ନାବାଳିକାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରଜୁ କରି ଏହାର ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତ ପଦ୍ମନାଭ ଶତପଥୀଙ୍କ ସହ ସଂପୃକ୍ତ ଘରୋଇ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର