ଅଣସର ଘରେ ଶ୍ରୀଜିଉ : ଉପଶମ ପାଇଁ ୧୫ ଦିନ ଚାଲିବ ଗୁପ୍ତସେବା, ଶ୍ରୀମନ୍ଦିରରେ ପୂଜା ପାଇଲେ ପଟି ଦିଅଁ

The Sakala Picture
Published On

ପୁରୀ: ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ।ସ୍ନାନ କରିବା ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଅସୁସ୍ଥ ହୋଇଥିବାରୁ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ, ଉପଶମ ହେବା ଯାଏଁ ୧୫ ଦିନ କାଳ ଅଣସର ଘରେ ରହିବେ । କାଳିଆ ଠାକୁରଙ୍କ ଆରୋଗ୍ୟ ପାଇଁ ଅଣସର ଘରେ ଗୁପ୍ତ ସେବା କରାଯିବ, ବୈଦ୍ୟମାନେ ଚିକିତ୍ସା କରିବେ । ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ […]

ପୁରୀ: ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ।ସ୍ନାନ କରିବା ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଅସୁସ୍ଥ ହୋଇଥିବାରୁ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ, ଉପଶମ ହେବା ଯାଏଁ ୧୫ ଦିନ କାଳ ଅଣସର ଘରେ ରହିବେ । କାଳିଆ ଠାକୁରଙ୍କ ଆରୋଗ୍ୟ ପାଇଁ ଅଣସର ଘରେ ଗୁପ୍ତ ସେବା କରାଯିବ, ବୈଦ୍ୟମାନେ ଚିକିତ୍ସା କରିବେ ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ, ଜୁନ୍‌ ୧୮ରେ ଭୋଟିଂ

ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ବଡ଼ି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ବାହୁଡ଼ା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି। ପରେ ଅଣସର ତାଟି ବନ୍ଧା ଯାଇଥିଲା।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ବର୍ବର କାଣ୍ଡ: କ୍ରାଇମବ୍ରାଞ୍ଚ ହାତରେ ସୌମ୍ୟ ହତ୍ୟା ମାମଲାର ଆଉ ଜଣେ ମୁଖ୍ୟ ଅଭିଯୁକ୍ତ

ଶ୍ରୀଜିଉଙ୍କ ଅଣସର ନୀତି ୧୪ ଦିନ ଧରି ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ। ଆଜିଠୁ ଗୁପ୍ତ ନୀତି ଆରମ୍ଭ ହେବ। ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଅଣସରର ଗୁପ୍ତ ନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବାହାରକୁ ବାହାରିବେ। ଏହି ୧୪ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ପଉଟି ଭୋଗ ଲାଗି ହେବ।

ଆହୁରି ପଢ଼ନ୍ତୁ: ଜେଏସଡବ୍ଲୁ ପ୍ଲାଣ୍ଟର ପୁନଃ ଶିଳାନ୍ୟାସ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବାକୁ ଉଦ୍ଦିଷ୍ଟ: ବିଜେଡି

ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଦର୍ଶନ ପାଇଁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ ବିଭିନ୍ନ ଅବତାର ନେଇ ଅନେକ ଲୀଳାଖେଳା କରିଛନ୍ତି। କେତେବେଳେ ରାମ ଅବତାରରେ ଶବରୀ ଅଇଁଠା ଖାଇଛନ୍ତି ତ ପୁଣି ଅହଲ୍ୟାଙ୍କୁ ପାଷାଣରୁ ମୁକ୍ତ କରିଛନ୍ତି। କେବେ ଦାରୁବ୍ରହ୍ମ ହୋଇ ଦାସିଆ ବାଉରି ହାତରୁ ନଡିଆ ନେଇଛନ୍ତି। ପୁଣି ଭକ୍ତ ସାଲବେଗ ପାଇଁ ନନ୍ଦିଘୋଷକୁ ଅଟକାଇ ରଖିଛନ୍ତି। ଲୀଳାମୟଙ୍କ ଏହି ଲୀଳା ମଧ୍ୟରୁ ଅଲାରନାଥ ରୂପ ମଧ୍ୟ ଆଉ ଏକ ଲୀଳା। ଭକ୍ତ ଲାଗି ମହାପ୍ରଭୁ ଜଗନ୍ନାଥ ୧୪ ଦିନ ପାଇଁ ଛୁଟି ଆସନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରି ପୀଠକୁ। ଅଣସର ୧୪ ଦିନ ପର୍ଯ୍ୟନ୍ତ ବ୍ରହ୍ମଗିରି ପାଲଟିଯାଏ ଭିନ୍ନ ଏକ ପୁଣ୍ୟପୀଠ, ଆରମ୍ଭ ହୁଏ ମହାପ୍ରଭୁଙ୍କ ଲୀଳାଖେଳା। ଏଠାକୁ ଛୁଟିଆସନ୍ତି ଅଗଣିତ ଭକ୍ତ, ଖୋଲିଯାଏ ଆନନ୍ଦବଜାର।

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ୧୦୮ ଗରା ଜଳରେ ମହାସ୍ନାନ ପରେ ୧୪ ଦିନ ଧରି ଜ୍ୱରରେ ପଡ଼ିଥାନ୍ତି। ଶ୍ରୀବିଗ୍ରହ ଭକ୍ତମାନଙ୍କୁ ଦର୍ଶନ ନ ଦେଇ ଗୁପ୍ତସେବା ପାଇଥାନ୍ତି। ଠାକୁରଙ୍କୁ ନ ପାଇ ଭକ୍ତମାନଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି। ଏନେଇ ବୁଧବାରଠାରୁ ୧୪ ଦିନ ଧରି ବ୍ରହ୍ମଗିରିରେ ଚାଲିବ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ। ଏହିସବୁ ଦିନ ଅଲାରନାଥ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ପାଇଥାନ୍ତି। ଏହି ଅଣସର ସମୟରେ ଶ୍ରୀମନ୍ଦିର ସମ ମହାପ୍ରସାଦ ଅଲାରନାଥ ପୀଠରୁ ମିଳିଥାଏ। ଅଲାରନାଥଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ଆନନ୍ଦ ବଜାରରୁ ମିଳିଥାଏ। ଅନ୍ୟପକ୍ଷରେ ଯେହେତୁ ପୀଠକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

15 Jun 2022 By The Sakala

ଅଣସର ଘରେ ଶ୍ରୀଜିଉ : ଉପଶମ ପାଇଁ ୧୫ ଦିନ ଚାଲିବ ଗୁପ୍ତସେବା, ଶ୍ରୀମନ୍ଦିରରେ ପୂଜା ପାଇଲେ ପଟି ଦିଅଁ

ପୁରୀ: ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇପଡିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି ।ସ୍ନାନ କରିବା ପରେ ଅସୁସ୍ଥ ହୋଇପଡିଛନ୍ତି ଶ୍ରୀଜିଉ । ଅସୁସ୍ଥ ହୋଇଥିବାରୁ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ, ଉପଶମ ହେବା ଯାଏଁ ୧୫ ଦିନ କାଳ ଅଣସର ଘରେ ରହିବେ । କାଳିଆ ଠାକୁରଙ୍କ ଆରୋଗ୍ୟ ପାଇଁ ଅଣସର ଘରେ ଗୁପ୍ତ ସେବା କରାଯିବ, ବୈଦ୍ୟମାନେ ଚିକିତ୍ସା କରିବେ ।

ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟିଦିଅଁ । ବଡ଼ି ଭୋରରୁ ପଟିଦିଅଁ ଓ ଅନ୍ୟ ଦେବାଦେବୀ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି। ବାହୁଡ଼ା ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ଶ୍ରୀଜିଉଙ୍କ ସୁନା ଚିତା ଓ ରାହୁଲେଖା ମଇଲମ ନୀତି ଅନୁଷ୍ଠିତ ହୋଇଥିଲା। ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଲାଗିଥିବା ସୁନା ଅଳଙ୍କାର ଆଦି ଦଇତାପତି ସେବକମାନେ ଭଣ୍ଡାର ମେକାପଙ୍କ ଜିମା ଦେଇଛନ୍ତି। ପରେ ଅଣସର ତାଟି ବନ୍ଧା ଯାଇଥିଲା।

ଶ୍ରୀଜିଉଙ୍କ ଅଣସର ନୀତି ୧୪ ଦିନ ଧରି ଚାଲିବ। ଏହି ସମୟରେ ଶ୍ରୀଜିଉଙ୍କ ବଦଳରେ ପଟିଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ମା’ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ-କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ ବି ପୂଜା ପାଇବେ। ଆଜିଠୁ ଗୁପ୍ତ ନୀତି ଆରମ୍ଭ ହେବ। ଜୟବିଜୟ ଦ୍ବାର ବନ୍ଦ ଓ ବେହେରଣ ଦ୍ବାର ଫିଟିବା ନୀତି ଅନୁଷ୍ଠିତ ହେବ। ଦଇତାପତି ସେବକମାନେ ଅଣସରର ଗୁପ୍ତନୀତି ପାଇଁ ପ୍ରତିଦିନ ବେହେରଣ ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ଅଣସରର ଗୁପ୍ତ ନୀତି ପରେ ମହାପ୍ରଭୁ ନବଯୌବନ ବେଶରେ ଦର୍ଶନ ଦେବା ସହ ରଥଯାତ୍ରାରେ ବାହାରକୁ ବାହାରିବେ। ଏହି ୧୪ ଦିନ ପଟିଦିଅଁମାନେ ଶ୍ରୀମନ୍ଦିର ଅଣସର ତାଟି ନିକଟରେ ପୂଜା ପାଇବେ। ମହାପ୍ରଭୁଙ୍କ ବଦଳରେ ପଟିଦିଅଁଙ୍କଠାରେ ଛପନ ପଉଟି ଭୋଗ ଲାଗି ହେବ।

ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ଥିବାରୁ ଦର୍ଶନ ପାଇଁ ବ୍ରହ୍ମଗିରି ସ୍ଥିତ ଶ୍ରୀ ଅଲାରନାଥ ପୀଠରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଯୁଗେ ଯୁଗେ ଭକ୍ତ ପାଇଁ ଭଗବାନ ବିଭିନ୍ନ ଅବତାର ନେଇ ଅନେକ ଲୀଳାଖେଳା କରିଛନ୍ତି। କେତେବେଳେ ରାମ ଅବତାରରେ ଶବରୀ ଅଇଁଠା ଖାଇଛନ୍ତି ତ ପୁଣି ଅହଲ୍ୟାଙ୍କୁ ପାଷାଣରୁ ମୁକ୍ତ କରିଛନ୍ତି। କେବେ ଦାରୁବ୍ରହ୍ମ ହୋଇ ଦାସିଆ ବାଉରି ହାତରୁ ନଡିଆ ନେଇଛନ୍ତି। ପୁଣି ଭକ୍ତ ସାଲବେଗ ପାଇଁ ନନ୍ଦିଘୋଷକୁ ଅଟକାଇ ରଖିଛନ୍ତି। ଲୀଳାମୟଙ୍କ ଏହି ଲୀଳା ମଧ୍ୟରୁ ଅଲାରନାଥ ରୂପ ମଧ୍ୟ ଆଉ ଏକ ଲୀଳା। ଭକ୍ତ ଲାଗି ମହାପ୍ରଭୁ ଜଗନ୍ନାଥ ୧୪ ଦିନ ପାଇଁ ଛୁଟି ଆସନ୍ତି ଦ୍ୱିତୀୟ ଶ୍ରୀକ୍ଷେତ୍ର ବ୍ରହ୍ମଗିରି ପୀଠକୁ। ଅଣସର ୧୪ ଦିନ ପର୍ଯ୍ୟନ୍ତ ବ୍ରହ୍ମଗିରି ପାଲଟିଯାଏ ଭିନ୍ନ ଏକ ପୁଣ୍ୟପୀଠ, ଆରମ୍ଭ ହୁଏ ମହାପ୍ରଭୁଙ୍କ ଲୀଳାଖେଳା। ଏଠାକୁ ଛୁଟିଆସନ୍ତି ଅଗଣିତ ଭକ୍ତ, ଖୋଲିଯାଏ ଆନନ୍ଦବଜାର।

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉ ୧୦୮ ଗରା ଜଳରେ ମହାସ୍ନାନ ପରେ ୧୪ ଦିନ ଧରି ଜ୍ୱରରେ ପଡ଼ିଥାନ୍ତି। ଶ୍ରୀବିଗ୍ରହ ଭକ୍ତମାନଙ୍କୁ ଦର୍ଶନ ନ ଦେଇ ଗୁପ୍ତସେବା ପାଇଥାନ୍ତି। ଠାକୁରଙ୍କୁ ନ ପାଇ ଭକ୍ତମାନଙ୍କ ଏହି କଷ୍ଟକୁ ଲାଘବ କରିବା ପାଇଁ ମହାପ୍ରଭୁ ଜଗନ୍ନାଥ ଅଲାରନାଥ ରୂପରେ ଦର୍ଶନ ଦେଇଥାନ୍ତି। ଏନେଇ ବୁଧବାରଠାରୁ ୧୪ ଦିନ ଧରି ବ୍ରହ୍ମଗିରିରେ ଚାଲିବ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ। ଏହିସବୁ ଦିନ ଅଲାରନାଥ ପୀଠ ପାଲଟିଯାଏ ଦ୍ୱିତୀୟ ଶ୍ରୀକ୍ଷେତ୍ର। ଅଲାରନାଥଙ୍କ ଦର୍ଶନ କରି ଭକ୍ତମାନେ ଜଗନ୍ନାଥ ଦର୍ଶନର ଫଳପ୍ରାପ୍ତି ପାଇଥାନ୍ତି। ଏହି ଅଣସର ସମୟରେ ଶ୍ରୀମନ୍ଦିର ସମ ମହାପ୍ରସାଦ ଅଲାରନାଥ ପୀଠରୁ ମିଳିଥାଏ। ଅଲାରନାଥଙ୍କ ପ୍ରିୟ ଭୋଗ ଖିରି ପ୍ରସାଦ ଆନନ୍ଦ ବଜାରରୁ ମିଳିଥାଏ। ଅନ୍ୟପକ୍ଷରେ ଯେହେତୁ ପୀଠକୁ ଦୈନିକ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ ପାଇଁ ଆସିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର