ପିକଅପ୍‌ ଭ୍ୟାନକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ, ୨ ଗୁରୁତର

The Sakala Picture
Published On

ଭଦ୍ରକ: ଏକ ମାଲ ବୋଝେଇ ପିକଅପ୍ ଭ୍ୟାନକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଦୁଇ କର୍ମଚାରୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ଭୋରରୁ ରାହାଞ୍ଜ ଛକ ନିକଟରେ ଜାତୀୟ ରାଜପଥ ପାର୍ଶ୍ଵରେ କାଠ […]

ଭଦ୍ରକ: ଏକ ମାଲ ବୋଝେଇ ପିକଅପ୍ ଭ୍ୟାନକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଦୁଇ କର୍ମଚାରୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଆହୁରି ପଢ଼ନ୍ତୁ: ଶିଶୁଙ୍କ ଚାଉଳ ଓ ଛତୁଆ ବିକୁଥିଲେ ଅଙ୍ଗନବାଡ଼ି ଦିଦି, ଅଟୋ ସହ ରାସନ ସାମଗ୍ରୀ ଜବତ କଲେ ଗ୍ରାମବାସୀ

ସୂଚନା ଅନୁଯାୟୀ, ଆଜି ଭୋରରୁ ରାହାଞ୍ଜ ଛକ ନିକଟରେ ଜାତୀୟ ରାଜପଥ ପାର୍ଶ୍ଵରେ କାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ୍‌ ଛିଡା ହୋଇଥିଲା । ଏହି ସମୟରେ ବାଲେଶ୍ୱର ପଟରୁ ଆସୁଥିବା ଆମ୍ବୁଲାନ୍ସଟି ପିକଅପ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ପିକଅପ ଭ୍ୟାନ୍‌ଟି ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ନାଳକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ କର୍ମଚାରୀ ଚାପି ହୋଇ ଯାଇଥିବା ବେଳେ ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କ ପରିଚୟ ମିଳିପାରି ନାହିଁ ।

ଆହୁରି ପଢ଼ନ୍ତୁ: କାଳବୈଶାଖୀ ପ୍ରଭାବରେ ଭୁବନେଶ୍ୱରରେ ଖସିଲା ପାରଦ, ୨୭ ଡିଗ୍ରୀକୁ ଖସିଲା ହିଟ୍ ଇଣ୍ଡେକ୍ସ

28 Jun 2022 By The Sakala

ପିକଅପ୍‌ ଭ୍ୟାନକୁ ପଛପଟୁ ପିଟିଲା ଆମ୍ବୁଲାନ୍ସ, ୨ ଗୁରୁତର

ଭଦ୍ରକ: ଏକ ମାଲ ବୋଝେଇ ପିକଅପ୍ ଭ୍ୟାନକୁ ପଛରୁ ପିଟିଲା ଆମ୍ବୁଲାନ୍ସ । ଏହି ଦୁର୍ଘଟଣାରେ ଆମ୍ବୁଲାନ୍ସର ୨ ଜଣ କର୍ମଚାରୀ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ଜିଲ୍ଲା ରାହାଞ୍ଜ ଛକ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ଗୁରୁତର ଦୁଇ କର୍ମଚାରୀଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଆଜି ଭୋରରୁ ରାହାଞ୍ଜ ଛକ ନିକଟରେ ଜାତୀୟ ରାଜପଥ ପାର୍ଶ୍ଵରେ କାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ୍‌ ଛିଡା ହୋଇଥିଲା । ଏହି ସମୟରେ ବାଲେଶ୍ୱର ପଟରୁ ଆସୁଥିବା ଆମ୍ବୁଲାନ୍ସଟି ପିକଅପ୍‌କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ପିକଅପ ଭ୍ୟାନ୍‌ଟି ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ନାଳକୁ ଓଲଟି ପଡିଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସର ଡ୍ରାଇଭର ଓ କର୍ମଚାରୀ ଚାପି ହୋଇ ଯାଇଥିବା ବେଳେ ଭଦ୍ରକ ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ମେଡିକାଲକୁ ପଠାଇଛି । ଆମ୍ବୁଲାନ୍ସର ଦୁଇ କର୍ମଚାରୀଙ୍କ ପରିଚୟ ମିଳିପାରି ନାହିଁ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର