ବର୍ଷକ ଭିତରେ 'ଆମ ବସ୍' ନେଲାଣି ୭ ମୁଣ୍ଡ, ଭୁବନେଶ୍ୱରରେ ସର୍ବାଧିକ

Madhusudan Das Picture
Published On

ଭୁବନେଶ୍ୱର: ବର୍ଷକ ଭିତରେ 'ଆମ ବସ୍' ନେଲାଣି ୭ଜଣଙ୍କ ଜୀବନ । ଆମ ବସ୍ ଦୁର୍ଘଟଣାରେ ସର୍ବାଧିକ ଭୁବନେଶ୍ୱରରେ ୬ ଜଣ ମୃତ୍ୟୁବରଣ କରିଥିବା ବେଳେ କଟକରେ ଜଣେ ମୃତ୍ୟୁବରଣ କରିଛନ୍ତି । ସେହିପରି ଆମ ବସ୍ ଦୁର୍ଘଟଣାରେ ବର୍ଷକ ମଧ୍ୟରେ ୮ ଜଣ ଗୁରୁତର ହୋଇଛନ୍ତି । ସର୍ବାଧିକ ଭୁବନେଶ୍ୱର ୪ ଜଣ ଗୁରୁତର ହୋଇଥିବା ବେଳେ ପୁରୀ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ଜଣେ ଲେଖାଏଁ ଗୁରୁତର ହୋଇଛନ୍ତି । ଦୁର୍ଘଟଣା ରୋକିବକୁ ଏହି ବର୍ଷକ ମଧ୍ୟରେ ୨୮ ହଜାର ୭୦୦ ଥର ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି । ତାହା ସହ ସ୍ପିଡ଼ ଲିମିଟକୁ ମଧ୍ୟ ଫିକ୍ସ କରାଯାଇଛି । ଇଲେକ୍ଟ୍ରିକ ବସ୍ ଗୁଡ଼ିକର ବେଗ ୩୫ କି.ମି ମଧ୍ୟରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡ଼ିଜେଲ ଚଳିତ ବର୍ଷର ବେଗ ୪୦ ଓ ରାଜପଥରେ ଚାଲୁଥିବା ଆମ ବସ୍ ଗୁଡ଼ିକର ବେଗ ୫୦ କି.ମି ଭିତରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । 

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା; ଟ୍ୟାଙ୍କର ଧକ୍କାରେ ୩ ବାଇକ୍ ଆରୋହୀ ମୃତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp