ସାର ନୁହେଁ ମଦ ସ୍ପ୍ରେ କଲେ ବଢୁଛି ପୋଟଳ ଉତ୍ପାଦନ, ଲତା ହୃଷ୍ଟପୃଷ୍ଟ ହେବା ସହ ଆଦୌ ସୁଖୁନି ଫୁଲକସି
ଜଗତସିଂହପୁର : ମଣିଷ ପିଉଥିବା ମଦ ଏବେ ଜିଲ୍ଲାର ପୋଟଳ ଚାଷୀ ଚାଷରେ ବହୁଳ ବ୍ୟବହାର କରୁଛନ୍ତି। ଫଳରେ ପୋଟଳ ଲତା ବେଶ୍ ହୃଷ୍ଟପୃଷ୍ଟ ହେବା ସହିତ ଫୁଲକସି ଆଦୌ ସୁଖୁ ନ ଥିବା କଥା ଚାଷୀ କହିଛନ୍ତି। ଏପରିକି ପ୍ରତି ୧୦ ଦିନ ଅନ୍ତରରେ ଦୁଇଥର ସ୍ପ୍ରେ କରିବା ଦ୍ୱାରା ୨୫ ପ୍ରତିଶତ ଅଧିକ ଉତ୍ପାଦନ ହେବା ସହିତ ଫଳ ଚିକ୍କଣ ବା ଆକର୍ଷଣୀୟ ହୋଇପାରୁଛି ବୋଲି ବହୁୁ ଚାଷୀ ପ୍ରକାଶ କରିଛନ୍ତି। ପୋଟଳ ଏକ […]
ଜଗତସିଂହପୁର : ମଣିଷ ପିଉଥିବା ମଦ ଏବେ ଜିଲ୍ଲାର ପୋଟଳ ଚାଷୀ ଚାଷରେ ବହୁଳ ବ୍ୟବହାର କରୁଛନ୍ତି। ଫଳରେ ପୋଟଳ ଲତା ବେଶ୍ ହୃଷ୍ଟପୃଷ୍ଟ ହେବା ସହିତ ଫୁଲକସି ଆଦୌ ସୁଖୁ ନ ଥିବା କଥା ଚାଷୀ କହିଛନ୍ତି। ଏପରିକି ପ୍ରତି ୧୦ ଦିନ ଅନ୍ତରରେ ଦୁଇଥର ସ୍ପ୍ରେ କରିବା ଦ୍ୱାରା ୨୫ ପ୍ରତିଶତ ଅଧିକ ଉତ୍ପାଦନ ହେବା ସହିତ ଫଳ ଚିକ୍କଣ ବା ଆକର୍ଷଣୀୟ ହୋଇପାରୁଛି ବୋଲି ବହୁୁ ଚାଷୀ ପ୍ରକାଶ କରିଛନ୍ତି।
ପୋଟଳ ଏକ ଅର୍ଥକାରୀ ପନିପରିବା ଫସଲ ଭାବେ ଜିଲ୍ଲାର ଚାଷୀମାନେ ବହୁ ବର୍ଷତଳୁ ଚାଷ କରିଆସୁଛନ୍ତି। ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଆଳିପିଙ୍ଗଳ, ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଆ, କୁଜଙ୍ଗ ବ୍ଲକ ଅନ୍ତର୍ଗତ ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଓ ତିର୍ତ୍ତୋଲ ବ୍ଲକର କେତେକ ଅଞ୍ଚଳରେ ଏହି ଫସଲ ଚାଷ ହେଉଛି। ଜିଲ୍ଲାର ପ୍ରାୟ ୯୮ ହେକ୍ଟର ଜମିରେ ଏହି ଫସଲ ଚାଷ ହେଉଥିବା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପୋଟଳ ଭିଟାମିନର ଏକ ଉତ୍ତମ ଉତ୍ସ ହୋଇଥିବାରୁ ଶରୀରକୁ ଏହା ସୁସ୍ଥ ରଖିବା ସହିତ ରକ୍ତ ସର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ। ସେହିପରି କୋଲେଷ୍ଟରଲକୁ ଏହା ନିୟନ୍ତ୍ରଣ କରିବା ସହିତ ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରୁଥିବାରୁ ଶରୀର ପାଇଁ ପୋଟଳର ଆବଶ୍ୟକତା ପଡ଼ିଥାଏ। ଉଭୟ ଧନୀ ଦରିଦ୍ରଙ୍କ ପୋଟଳ ପ୍ରିୟ ହୋଇଥିବାରୁ ବର୍ଷସାରା ଘରେ କିମ୍ବା ଭୋଜିଭାତରେ ଏହାର ଚାହିଦା ରହିଥାଏ। ଜିଲ୍ଲାର ବିଭିନ୍ନ ବ୍ଲକରେ ଉର୍ବର ବାଲିଆ ଦୋରସା ନିଗିଡା ମାଟି ସହ ଶୁଷ୍କ ଆଦ୍ର ଜଳବାୟୁ ଏହି ଚାଷ ପାଇଁ ଅନୁକୂଳ ହୋଇଥାଏ। ଏହି ଫସଲରୁ ଚାଷୀକୁ ବେଶ ଭଲ ଲାଭ ମିଳୁଥିବାରୁ ପୋଟଳ ଚାଷ ପ୍ରତି ଚାଷୀ ଆଗ୍ରହ ପ୍ରକାଶ କରିଥାଏ। ଏକ ଏକରରୁ ୧ ଶହରୁ ଦେଢ ଶହ କ୍ୱିଣ୍ଟାଲ ପୋଟଳ ଉତ୍ପାଦିତ ହୋଇଥାଏ।
ତେବେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ଏବେ ପୋଟଳରେ ମଦ ସ୍ପ୍ରେ କରୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ ରଘୁନାଥପୁର ରେଢୁଆ ଅଞ୍ଚଳର ଚାଷୀ ତପନ ପରିଡ଼ା କହନ୍ତି, ପୋଟଳରେ ଖତ ସହିତ ସୁଷମ ସାର ଯବକ୍ଷାରଜାନ, ଫସ୍ଫରସ୍ ଓ ପୋଟାସ ପ୍ରୟୋଗ କରିବା ପରେ ମଧ୍ୟ ଉତ୍ପାଦନ ବଢ଼ୁ ନ ଥିଲା। ଏପରିକି ବାରମ୍ବାର ଫୁଲ କସି ସୁଖିବା ସହିତ ଚାଷୀକୁ ଉପଯୁକ୍ତ ଲାଭ ମିଳୁ ନ ଥିଲା। ଏହି ସମସ୍ୟାକୁ ନେଇ ସେ ଫାଟାକ୍ (ଏନଏନଏ) ୮ ଏମଏଲ୍ ଓ ମ୍ୟାକଡୋଏଲ୍ସ ନମ୍ବର ୱାନ ହ୍ୱିକ୍ସି ୩୦ ଏମଏଲକୁ ୧୫ ଲିଟର ପାଣିରେ ମିଶାଇ ପ୍ରତି ୧୦ ଦିନ ଅନ୍ତରରେ ସ୍ପ୍ରେ କରିବା ଦ୍ୱାରା ଫୁଲ କସି ସୁଖୁ ନ ଥିବା କଥା ସେ ପ୍ରକାଶ କରିଛନ୍ତି। ଏପରିକି ଉତ୍ପାଦନ ମଧ୍ୟ ଏହା ଦ୍ୱାରା ବୃଦ୍ଧି ଘଟୁଥିବା କଥା ସୁବାସ ସାହୁ , ବିଭୁତି ରାଉତ ଓ ସହଦେବ ଭୋଇ ଦାବି କରିଛନ୍ତି।
ଫସଲରେ ମାଦକ ଦ୍ରବ୍ୟର ପ୍ରୟୋଗ ନୂଆ କଥା ନୁହେଁ, ବରଂ ଏହା ବହୁ ପ୍ରାଚୀନ ବୋଲି କୁଜଙ୍ଗ ଅଞ୍ଚଳର ଚାଷୀ କ୍ଷେତ୍ରମୋହନ ଦାସ (୭୫) ପ୍ରକାଶ କରିଛନ୍ତି। ପୂର୍ବରୁ ବଜାରକୁ ରାସାୟନିକ ସାର ଆସି ନ ଥିବା ସମୟରେ କଖାରୁ ଚାଷରେ ଅଫିମର ବ୍ୟବହାର କରାଯାଉଥିବାବେଳେ ବିନା ସାରରେ ଜୈବିକ କଖାରୁ ଭଲ ଅମଳ ଦେଉଥିବା ସେ ପ୍ରକାଶ କରିଛନ୍ତି। ତେବେ ଏ ସମ୍ପର୍କରେ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ବିଶ୍ୱରଞ୍ଜନ ପଟ୍ଟନାୟକ ଓ ଉଦ୍ୟାନକୃଷି ବୈଜ୍ଞାନିକ ଆଶିଷ ମହାନ୍ତିଙ୍କୁ ପଚାରିବାରୁ ପୋଟଳରେ ମଦର ବ୍ୟବହାର ନେଇ ସେମାନେ ଶୁଣିଥିବା କଥା ସ୍ୱୀକାର କରିଛନ୍ତି। ତେବେ ଏହାକୁ ନେଇ କୌଣସି ବିଜ୍ଞାନ ସମ୍ମତ ତଥ୍ୟ ସେମାନଙ୍କ ନିକଟରେ ନ ଥିବା ପ୍ରକାଶ କରିଛନ୍ତି।