‘ଖୁସି ବାଣ୍ଟିଲେ ଖୁସି ବଢେ’: ବୃଦ୍ଧାଶ୍ରମରେ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର କରି ଜନ୍ମଦିନ ପାଳିଲେ ଆକାଶ ଦାସନାୟକ

The Sakala Picture
Published On

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭। ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି। ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରି ଆସୁଛନ୍ତି । ଏହି ବର୍ଷ ଭୁବନେଶ୍ୱର ସ୍ଥିତ “ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ”ରେ ତାଙ୍କ […]

ଭୁବନେଶ୍ୱର: ଓଡିଆ ସିନେ ଜଗତର ଲୋକପ୍ରିୟ ଅଭିନେତା, ଓଡିଶା ସରକାରଙ୍କ “ମୋ କଲେଜ ଅଧ୍ୟକ୍ଷ”, ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟର ଉପଦେଷ୍ଟା ଆକାଶ ଦାସନାୟକଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭। ପ୍ରତିବର୍ଷ ଏହି ଦିନ ଆକାଶ ଦାସନାୟକ ତାଙ୍କର ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଆସୁଛନ୍ତି। ସେ ପ୍ରତିବର୍ଷ ତାଙ୍କ ଜନ୍ମଦିନ ଅନାଥ ଆଶ୍ରମର କୁନି କୁନି ପିଲା, ସେବାଶ୍ରମ, ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହିତ ପାଳନ କରି ଆସୁଛନ୍ତି । ଏହି ବର୍ଷ ଭୁବନେଶ୍ୱର ସ୍ଥିତ “ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ”ରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଆକାଶଙ୍କ ଜନ୍ମଦିନ ଉପଲକ୍ଷେ “ଉଡ୍ର ଚାରିଟେବୁଲ୍ ଟ୍ରଷ୍ଟ” ଏହି ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଆୟୋଜନ କରିଥିଲା । ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ଉପକରଣ ଓ ଔଷଧ ଦିଆଯାଇଥିଲା । ଶ୍ରୀ ହସ୍ପିଟାର ଓ ଭୂମିକା ଚକ୍ଷୁ ଚିକିତ୍ସାଳୟର ଡାକ୍ତର ଏହି ଚକ୍ଷୁ ଓ ସ୍ୱାସ୍ଥ୍ୟ ଚିକିତ୍ସା ଶିବିରକୁ ସହଯୋଗ କରିଥିଲେ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ: ସୁନାବେଡ଼ା 'ହାଲ୍‌' ପରିଦର୍ଶନ କାର୍ଯ୍ୟକ୍ରମ

ଆହୁରି ପଢ଼ନ୍ତୁ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବେତନଟୀ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ମହାନ୍ତି ଗିରଫ

ଜନ୍ମଦିନରେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ମୁହଁରେ ଟିକେ ହସ ଫୁଟାଇବା ପାଇଁ ଆକାଶଙ୍କର ଏହା ଥିଲା ଏକ ନିଆରା ପ୍ରୟାସ । “ଶ୍ରୀକୃଷ୍ଣା ବୃଦ୍ଧାଶ୍ରମ”ର ଅନ୍ତେବାସୀମାନେ ତାଙ୍କ ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ତାଙ୍କ ଦୀର୍ଘଜୀବନ ପାଇଁ ଠାକୁରଙ୍କ ପାଖରେ ଶୁଭ ମନାସୀ ଥିଲେ ଏବଂ କେକ୍ କାଟି ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଆକାଶ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ ଖୁସି ବାଣ୍ଟିଥିଲେ । ସେ କହିଥିଲେ ‘ଖୁସି ବାଣ୍ଟିଲେ ଖୁସି ବଢେ’। ଆକାଶଙ୍କର ସିନେ ପ୍ରଶଂସକ, ରାଜନୈତିକ ପ୍ରଶଂସକ, ବୁଦ୍ଧିଜୀବି ମହଲରୁ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିବାରେ ଲାଗିଛି । ଅନେକ ବିଶିଷ୍ଟ ବ୍ୟକ୍ତି ଆକାଶଙ୍କୁ ତାଙ୍କର ଜନ୍ମଦିନ ଉପଲକ୍ଷେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ଆହୁରି ପଢ଼ନ୍ତୁ: ଉମରକୋଟ କଲେଜରେ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ହିଂସା: ଗୋଷ୍ଠୀ ସଂଘର୍ଷରେ ଯୁବକଙ୍କୁ ଛୁରାମାଡ଼

ଆକାଶ ମଧ୍ୟ ତାଙ୍କ ଜନ୍ମଦିନରେ ସମସ୍ତଙ୍କୁ ବାର୍ତା ଦେଇ ଅନୁରୋଧ କରିଛନ୍ତି ଯେ, ସମସ୍ତେ ସେମାନଙ୍କର ଛୋଟ ପିଲାମାନଙ୍କୁ ଘରେ ରଖନ୍ତୁ, ମାସ୍କ ବ୍ୟବହାର କରନ୍ତୁ, ସମଦୂରତ୍ୱ ରକ୍ଷା କରନ୍ତୁ, ଜରୁରୀ କାମ ଥିଲେ ପିଲାମାନଙ୍କୁ ବାହାରକୁ ଯିବା ପାଇଁ ଅନୁମତି ଦିଅନ୍ତୁ, କୋଭିଡ୍ ମହାମାରୀରୁ ରକ୍ଷା ପାଆନ୍ତୁ । ଏହି ଜନ୍ମଦିନ ପାଳନ ଉତ୍ସବରେ ଶ୍ରୀ ହସ୍ପିଟାଲ, ଭୂମିକା ହସ୍ପିଟାଲର ଡାକ୍ତର ଓ  “ଉଡ୍ର ଚାରିଟେବୁଲ୍‌ର ଟ୍ରଷ୍ଟ”ର ସୁଭଶ୍ରୀ ମଙ୍ଗରାଜ, ବୈଷ୍ଣବ ଚରଣ ଭୋଳ, ଭବାନୀ ଶଙ୍କର ଜେନା, ଦେବୀ ପ୍ରସାଦ ମଙ୍ଗରାଜ, ରୋଜାଲିନ୍ ଖଣ୍ଡୁଆଳ, କିଶୋର ଦାସ, ସୌମ୍ୟ ରଞ୍ଜନ ରାଉତ, ପ୍ରମୋଦ ବଳ, ଭାଗ୍ୟଧର ସାମଲ, ପ୍ରୟାଗ ସାମଲ, ଶୁଶ୍ରୀ ଏମ୍ ପ୍ରମୂଖ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର