ଆସନ୍ତା ୧୫ରେ ହେବାକୁ ଥିବା ଓଡ଼ିଶା ବନ୍ଦ ଡାକରାକୁ ଏ.ଆଇ.ଏସ୍‍.ଏଫ୍‍ର ସମର୍ଥନ

The Sakala Picture
Published On

ଭୁବନେଶ୍ୱର; ପେଟ୍ରୋଲ୍‍, ଡିଜେଲ୍‍, ରନ୍ଧନ ଗ୍ୟାସ୍‍ ଓ ଅତ୍ୟାବଶକୀୟ ସାମଗ୍ରୀ ଆଦିର ଅହେତୁକ ଦରଦାମ୍‍ ବୃଦ୍ଧି ବିରୁଦ୍ଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା ୧୫ ତାରିଖରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ୍‍ ଡାକରାକୁ ଅଖିଳ ଭାରତ ଛାତ୍ର ସଂଘ ସମର୍ଥନ ଜଣାଇଛି। ଆର୍ନ୍ତଜାତୀୟ ବଜାରରେ ଅଶୌଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ଆମ ଦେଶରେ ପେଟ୍ରୋଲ୍‍ ଓ ଡିଜେଲ୍‍ ଦର ଲଗାତାର୍‍ ବୃଦ୍ଧି ପାଇ ଶତକ ପାର୍‍ କରିସାରିଛି। ଖାଇବା ତେଳର ଦାମ୍‍ ୨୦୦ଟଙ୍କା ଓ […]

ଭୁବନେଶ୍ୱର; ପେଟ୍ରୋଲ୍‍, ଡିଜେଲ୍‍, ରନ୍ଧନ ଗ୍ୟାସ୍‍ ଓ ଅତ୍ୟାବଶକୀୟ ସାମଗ୍ରୀ ଆଦିର ଅହେତୁକ ଦରଦାମ୍‍ ବୃଦ୍ଧି ବିରୁଦ୍ଧରେ ପ୍ରମୁଖ ବାମପନ୍ଥୀ ଦଳମାନଙ୍କ ଦ୍ୱାରା ଆସନ୍ତା ୧୫ ତାରିଖରେ ୬ଘଣ୍ଟିଆ ଓଡ଼ିଶା ବନ୍ଦ୍‍ ଡାକରାକୁ ଅଖିଳ ଭାରତ ଛାତ୍ର ସଂଘ ସମର୍ଥନ ଜଣାଇଛି। ଆର୍ନ୍ତଜାତୀୟ ବଜାରରେ ଅଶୌଧିତ ତୈଳ ଦର ହ୍ରାସ ପାଇଥିବା ବେଳେ ଆମ ଦେଶରେ ପେଟ୍ରୋଲ୍‍ ଓ ଡିଜେଲ୍‍ ଦର ଲଗାତାର୍‍ ବୃଦ୍ଧି ପାଇ ଶତକ ପାର୍‍ କରିସାରିଛି। ଖାଇବା ତେଳର ଦାମ୍‍ ୨୦୦ଟଙ୍କା ଓ ସମସ୍ତ ଅତ୍ୟାବଶକୀୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ସାଧାରଣ ଜନଜୀବନ ଦୁର୍ବିସହ କରିପକାଇଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଛୋଟ ଧରଣର ପ୍ରଶାସନିକ ଅଦଳବଦଳ କଲେ ସରକାର; ୪ ଓଏଏସ୍ ଅଫିସରଙ୍କ ବଦଳି

ଟିକା ସର୍ବଦା ମାଗଣା ଦିଆଯାଇଥାଏ ଏବଂ କରୋନା ଟିକା ପାଇଁ ଜାତୀୟ ବଜେଟ୍‍ରେ ୩୫ହଜାର କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା। ତେଣୁ ମାଗଣା ଟିକା ପାଇଁ ଦରବୃଦ୍ଧିର ଶାସକୀୟ ଯୁକ୍ତି ଅତ୍ୟନ୍ତ ନିନ୍ଦନୀୟ। ଏହାର ପ୍ରତିବାଦରେ ଓ ତୁରନ୍ତ କୋଭିଡ୍‍ ସତର୍କତା ସହ ଶିକ୍ଷାନୁଷ୍ଠାନ ଖୋଲିବା ଦାବିରେ ଛାତ୍ର ସମାଜ ଓଡ଼ିଶା ବନ୍ଦ୍‍ ଡାକରାକୁ ସଫଳ କରିବା ପାଇଁ ରାସ୍ତାକୁ ଓହ୍ଲାଇବାକୁ ଏଆଇଏସ୍‍ଏଫ୍‍ ରାଜ୍ୟ ପରିଷଦ ପକ୍ଷରୁ ଆହ୍ୱାନ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନଦୀରେ ଗାଧେଇବା ବେଳେ ପାଣିରେ ବୁଡିଗଲେ ଦୁଇ ନାବାଳକ ଭାଇ; ଜଣେ ମୃତ, ଅନ୍ୟ ଜଣେ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର