ଏମ୍ସ ଭୁବନେଶ୍ୱରରେ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର

The Sakala Picture
Published On

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଉଦଘାଟନ କରିଛନ୍ତି। ଓପିଡି ଫୋୟରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍ ହିତାଧିକାରୀମାନେ ନଗଦବିହୀନ ଚିକିତ୍ସା ସୁବିଧା ବ୍ୟବସ୍ଥାର ସୁଫଳ ସହଜରେ ଏବଂ ବିନା ବାଧାରେ ନେଇପାରିବେ। ଏହି କେନ୍ଦ୍ର ବିଶେଷ କରି ବରିଷ୍ଠ ନାଗରିକ (ସିଜିଏଚଏସ୍ ର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ) ଙ୍କ ପାଇଁ ଲାଭଦାୟକ ହେବ ବୋଲି […]

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ସମସ୍ତ ସିଜିଏଚଏସ୍ ହିତାଧିକାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ରକୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ଵାସ ଉଦଘାଟନ କରିଛନ୍ତି। ଓପିଡି ଫୋୟରରେ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର ପଞ୍ଜୀକରଣ କେନ୍ଦ୍ର ମାଧ୍ଯମରେ ସିଜିଏଚଏସ୍ ହିତାଧିକାରୀମାନେ ନଗଦବିହୀନ ଚିକିତ୍ସା ସୁବିଧା ବ୍ୟବସ୍ଥାର ସୁଫଳ ସହଜରେ ଏବଂ ବିନା ବାଧାରେ ନେଇପାରିବେ। ଏହି କେନ୍ଦ୍ର ବିଶେଷ କରି ବରିଷ୍ଠ ନାଗରିକ (ସିଜିଏଚଏସ୍ ର ଅବସରପ୍ରାପ୍ତ ପେନସନଭୋଗୀ ହିତାଧିକାରୀ) ଙ୍କ ପାଇଁ ଲାଭଦାୟକ ହେବ ବୋଲି ଡ. ବିଶ୍ୱାସ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ମଝି ସମୁଦ୍ରରୁ ଓଡ଼ିଆ ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ ସାର୍ଥକ ମହାପାତ୍ରଙ୍କ ନିଖୋଜ ଘଟଣାକୁ ନେଇ ନବୀନଙ୍କ ଉଦବେଗ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦେଶର ଛଅ ଟି ଏମ୍ସ (ଏମ୍ସ ଭୁବନେଶ୍ୱର ସମେତ) ମଧ୍ୟରେ ସ୍ୱାକ୍ଷରିତ ଚୁକ୍ତିନାମାକୁ ଅନୁପାଳନ ପୂର୍ବକ ଏମ୍ସ ଭୁବନେଶ୍ଵରରେ ଏହି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ସ୍ୱତନ୍ତ୍ର ସୁବିଧା ମାଧ୍ୟମରେ, ସିଜିଏଚଏସ୍ ପେନସନଭୋଗୀ ଏବଂ ଅନ୍ୟାନ୍ୟ ହିତାଧିକାରୀମାନେ ଏଠାରେ ଉପଲବ୍ଧ ସମସ୍ତ ଚିକିତ୍ସା ସୁବିଧାର ଲାଭ ଦେୟମୁକ୍ତ ଭାବେ ପାଇପାରିବେ। ପୂର୍ବରୁ ଏହି ବର୍ଗର ହିତାଧିକାରୀମାନେ ଚିକିତ୍ସା ସୁବିଧା ନିମନ୍ତେ ପ୍ରଥମେ ଦେୟ ପ୍ରଦାନ କରୁଥିଲେ। ଏମ୍ସ ଭୁବନେଶ୍ଵରରେ ବର୍ତ୍ତମାନ ଉପଲବ୍ଧ ଏହି ସ୍ଵତନ୍ତ୍ର ପଞ୍ଜିକରଣ କେନ୍ଦ୍ର ସିଜିଏଚଏସ୍ ହିତାଧିକାରୀଙ୍କ ସମୟ ସଞ୍ଚୟ କରିବା ସହିତ ଅନ୍ୟାନ୍ୟ ବିଭିନ୍ନ ସୁବିଧା ପ୍ରଦାନ କରିବ।

ଆହୁରି ପଢ଼ନ୍ତୁ: ଚୌଦ୍ୱାର ଜେଲ୍‌ରେ ପୁଣି ଜଣେ କଏଦୀଙ୍କ ଆତ୍ମହତ୍ୟା, ବିଭାଗୀୟ ଅଧିକାରୀଙ୍କ କର୍ମ ତତ୍ପରତା ନେଇ ପ୍ରଶ୍ନବାଚୀ

ଉଲ୍ଲେଯୋଗ୍ୟ ଯେ, ସିଜିଏଚଏସ୍ ପେନ୍‌ସନ୍‌ଭୋଗୀ ଏବଂ ଅନ୍ୟାନ୍ୟ ଅଧିକାର ପ୍ରାପ୍ତ ବର୍ଗ ସିଜିଏଚଏସ୍ ହିତାଧିକାରୀମାନେ ଏମ୍ସ ଓପିଡି ରେ ନଗଦବିହୀନ ଚିକିତ୍ସା, ଅନୁସନ୍ଧାନ ଏବଂ ଇନଡୋର ଚିକିତ୍ସା ଲାଭ ନେଇପାରିବେ।
ବୈଧ ସିଜିଏଚଏସ୍ ପରିଚୟ ପତ୍ର ମାଧ୍ୟମରେ ହିଁ ହିତାଧିକାରୀମାନେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇପାରିବେ। ସେହିପରି ସିଜିଏଚଏସ୍ ହିତାଧିକାରୀମାନେ ମଧ୍ୟ ଏହି ସୁବିଧା ମାଧ୍ଯମରେ ଏଠାରୁ ଔଷଧ ନେଇପାରିବେ।
ଏହି ଅବସରରେ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଆଇଟି ସେଲ୍ ମୁଖ୍ୟ ଡ. ମନୋଜ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp