କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ, କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷାରୁ ସ୍ପଷ୍ଟ

The Sakala Picture
Published On

ଭୁବନେଶ୍ବର : କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ରକ୍ତ ନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। କୃଷି ସଚିବ ଅରବିନ୍ଦ ପାଢ଼ୀ ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷା କରାଇଥିଲେ । ନମୁନା ପରୀକ୍ଷା ପଜିଟିଭ ଆସିଛି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ଅନ୍ୟପଟେ ରାଜ୍ୟର ଦୁଇରୁ ତିନୋଟି ଜିଲ୍ଲାକୁ […]

ଭୁବନେଶ୍ବର : କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍କ୍ରବ୍‌ ଟାଇଫସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ରକ୍ତ ନମୁନା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। କୃଷି ସଚିବ ଅରବିନ୍ଦ ପାଢ଼ୀ ଦୁଇ ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ରକ୍ତ ନମୁନା ପରୀକ୍ଷା କରାଇଥିଲେ । ନମୁନା ପରୀକ୍ଷା ପଜିଟିଭ ଆସିଛି । ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କା, ୮୬ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ

ଅନ୍ୟପଟେ ରାଜ୍ୟର ଦୁଇରୁ ତିନୋଟି ଜିଲ୍ଲାକୁ ଛାଡ଼ିଲେ, ସାରା ରାଜ୍ୟକୁ ମାଡ଼ିଲାଣି ସ୍କ୍ରଵ ଟାଇଫସ।  କେବଳ ଗ୍ରାମାଞ୍ଚଳ ନୁହେଁ, ସହରାଞ୍ଚଳରେ ଏହା ବ୍ୟାପିଲାଣି ବୋଲଇ ଆଜି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ହେଲେଣି ୨୮୨୦ ସ୍କ୍ରଵ ଟାଇଫସ ରୋଗୀ। ରାଜ୍ୟରେ ୨୨୦୭୭ ଜଣଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା ବେଳେ ୨୮୨୦ ଜଣଙ୍କର ପଜିଟିଭ୍‌ ଆସିଛି।

ଆହୁରି ପଢ଼ନ୍ତୁ: କୋଇଲା ରୟାଲଟି ପ୍ରଦାନରେ ଓଡ଼ିଶା ପ୍ରତି ଅନ୍ୟାୟ କରାଯାଉଛି, ରାଜ୍ୟସଭାରେ ପ୍ରସଙ୍ଗ ଉଠାଇବା ସହ ଚିନ୍ତା ପ୍ରକଟ କଲେ ମାନସ ମଙ୍ଗରାଜ

କେନ୍ଦ୍ରୀୟ ଟିମ ସ୍କ୍ରଵ ଟାଇଫସ ସମୀକ୍ଷା କରିବାକୁ ବରଗଡ଼, ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବୁର୍ଲା ମେଡିକାଲ ମେଡିକାଲ ଯାଇଥିଲେ। ସେମାନେ ଓଡ଼ିଶାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। କାରଣ ୨୦୧୯ରୁ ଓଡ଼ିଶା ସ୍କ୍ରଵ ଟାଇଫସ ଟେଷ୍ଟିଙ୍ଗ କରୁଛି। ସେମାନେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ। ଆମକୁ ଟେଷ୍ଟିଙ୍ଗ ବଢ଼ାଇବା ସହ ଶୀଘ୍ର ଚିହ୍ନଟ ପାଇଁ ସେମାନେ ମୌଖିକ ଭାବେ କହିଛନ୍ତି। ଖୁବ ଶୀଘ୍ର ସେମାନେ ଲିଖିତ ସୁପାରିଶ ଦେବା ପରେ ଆମେ ପରବର୍ତୀ କାର୍ଯ୍ୟପନ୍ଥା ନେବୁ। ରାଜ୍ୟ ସରକାରଙ୍କ ଟିମ ମଧ୍ୟ ବରଗଡ ଓ ସୁନ୍ଦରଗଡ଼ ଯାଇ ମୃତ୍ୟୁ ନେଇ ଯାଞ୍ଚ କରିଥିଲେ। ସମସ୍ତ ମୃତ୍ୟୁକୁ ଦ୍ୱନ୍ଦ୍ୱ ରହିଛି। କାରଣ ଘରୋଇ ହସ୍ପିଟାଲରେ ସେମାନଙ୍କ ମୃତ୍ୟୁ ହୋଇଛି। ଘରୋଇ ହସ୍ପିଟାଲରେ ଏଲିଶା ବଦଳରେ ରାପୀଡ଼ ଟେଷ୍ଟ ହେଉଛି। ହେଲେ କେବଳ ଏଲିଶା ଟେଷ୍ଟିଙ୍ଗ ହିଁ ପ୍ରକୃତ ସ୍କ୍ରଵ ଟାଇଫସ ରୋଗ ଚିନ୍ହଟ କରି ପାରିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତ ବନ୍ଦବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ୍, ଅଳ୍ପକେ ବର୍ତ୍ତିଲେ ଆନ୍ଦୋଳନକାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp