ଜାଲ୍ କାଗଜପତ୍ର ଦେଇ ୩.୪୯ କୋଟି ଟଙ୍କାର କୃଷି ସବ୍‌ସିଡି ଚଳୁ

The Sakala Picture
Published On

ଭୁବନେଶ୍ୱର : ଜାଲ କାଗଜପତ୍ର ଦେଇ ୩.୪୯ କୋଟି ଟଙ୍କାର କୃଷି ସବ୍‌ସିଡିକୁ ଚଳୁ କରିବା ମାମଲାରେ ଇଓଡବ୍ଲ୍ୟୁ (ଅର୍ଥ ନୈତିକ ଅପରାଧ ଶାଖା)ଘଟଣାର ମୁଖ୍ୟ କାର୍ପଟଦାରଙ୍କ ଭାଇକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବରଗଡ଼ର କମଲଜିତ୍ ସିଂ। ତାଙ୍କ ବିରୋଧରେ ଠକେଇ ଏବଂ ଚଞ୍ଚକତା ଭଳି ସଂଗୀନ ଦଫା ଲଗାଇ ଇଓଡବ୍ଲ୍ୟୁ କୋର୍ଟ ଚାଲାଣ କରିଛି। ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ହରପାଲ ସିଂହ ଫେରାର ହୋଇ ଯାଇଛନ୍ତି । ଅନ୍ୟପକ୍ଷରେ ଇଓଡ଼ବ୍ଲ୍ୟୁ […]

ଭୁବନେଶ୍ୱର : ଜାଲ କାଗଜପତ୍ର ଦେଇ ୩.୪୯ କୋଟି ଟଙ୍କାର କୃଷି ସବ୍‌ସିଡିକୁ ଚଳୁ କରିବା ମାମଲାରେ ଇଓଡବ୍ଲ୍ୟୁ (ଅର୍ଥ ନୈତିକ ଅପରାଧ ଶାଖା)ଘଟଣାର ମୁଖ୍ୟ କାର୍ପଟଦାରଙ୍କ ଭାଇକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ବରଗଡ଼ର କମଲଜିତ୍ ସିଂ। ତାଙ୍କ ବିରୋଧରେ ଠକେଇ ଏବଂ ଚଞ୍ଚକତା ଭଳି ସଂଗୀନ ଦଫା ଲଗାଇ ଇଓଡବ୍ଲ୍ୟୁ କୋର୍ଟ ଚାଲାଣ କରିଛି। ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ହରପାଲ ସିଂହ ଫେରାର ହୋଇ ଯାଇଛନ୍ତି । ଅନ୍ୟପକ୍ଷରେ ଇଓଡ଼ବ୍ଲ୍ୟୁ ସିଂହ ଭ୍ରାତା ଓ ତାଙ୍କ କମ୍ପାନୀ ଆକାଉଣ୍ଟରୁ ୧.୯୨ କୋଟି ଟଙ୍କାକୁ ଜବତ କରିଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

କେରଳରେ ୨୦୧୬ରୁ ରେଲ୍ୟାଣ୍ଡସ୍ ଆସିୟାନ୍ ମୋଟର୍ସ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପତି ନିର୍ମାଣ କରି ଏକାଧିକ ରାଜ୍ୟକୁ ଯୋଗାଇ ଥାଏ | ୨୦୧୮ ମସିହରେ ବରଗଡ଼ର ଜରପାଲ ସିଂ ନାମକ ବ୍ୟକ୍ତି ଓଡ଼ିଶା ଡିଲରସିପ୍ ପାଇଁ ଆବେଦନ କରିଥିଲେ। ତାଙ୍କ ଆବେଦନ ଆଧାରରେ କମ୍ପାନୀ ତାଙ୍କୁ କୃଷି ଯନ୍ତ୍ରପାତି ବିକ୍ରି କରିବା ପାଇଁ ଅନୁମତି ଦେଇଥିଲେ । କମ୍ପାନୀ ୨୦୨୦ ଏପ୍ରିଲ ମାସରେ ପ୍ରଥମେ ୨ଟି ଟ୍ରାକ୍ଟର ବରଗଡ଼ର ପ୍ରୋପାଇଟର ହରପାଲ ଫାର୍ମା ଇକ୍ୟୁମେଣ୍ଟ ସଂସ୍ଥାକୁ ଦିଆଯାଇଥିଲା। ହରପାଲ ଏହି ଯନ୍ତ୍ରପାତିଙ୍କୁ ଚାଷୀକୁ ବିକ୍ରି କରିବା ପାଇଁ କମ୍ପାନୀ ଅନୁମତି ଦେଇଥିଲା।

ଆହୁରି ପଢ଼ନ୍ତୁ: ଘରୋଇକରଣ ପରେ ବହୁଗୁଣା ହୋଇପାରେ ବିମାନବନ୍ଦର ସେବା ଦେୟ, ୬୦ରୁ ୨୦୦ ଟଙ୍କା ହୋଇପାରେ ପାର୍କିଂ ଫି

କିନ୍ତୁ ହରପାଲ ବିଭିନ୍ନ ଆକାଉଣ୍ଟରୁ ୧. ୯୨ କୋଟି ଟଙ୍କା ଜବତ ବଞ୍ଚକତା କରି ଏହାର ଫାଇଦା ଉଠାଇଥିଲେ। ସେ କମ୍ପାନୀର ସିଇଓଙ୍କ ନାମରେ ଜାଲ ଦସ୍ତଖତ ଏବଂ କମ୍ପାନୀର ରେଜିଷ୍ଟ୍ରେସନ ନମ୍ବର, ମେଲ ଆଇଡି ଆଦି ଜାଲିଆତି କରି ରାଜ୍ୟ ସରକାରଙ୍କ କୃଷି ସେ – ବିଭାଗରେ ପଞ୍ଜିକରଣ କରିଥିଲେ। ଯାହାଫଳରେ ଅନେକ କୃଷି ଯନ୍ତ୍ରପାତି ବିକ୍ରି ନ କରି ନକଲି ଫଟୋ, ଜାଲ୍ ଚେଟିସ୍ ନମ୍ବର ଏବଂ ଇଞ୍ଜିନି ନମ୍ବର ଦେଇ ବିପୁଳ ଅର୍ଥ ହଡ଼ପ କରିଥିଲେ । ୨୭୮ ଚାଷୀଙ୍କ ନାମରେ ଜାଲ ଆକାଉଣ୍ଟ ଖୋଲି ସେମାନଙ୍କୁ ଦିଆଯାଉଥିବା ୩୪୯ କୋଟି ଟଙ୍କାର ସବ୍‌ସିଡି ଅର୍ଥକୁ ହରପାଲ ଓ ତାଙ୍କ ଭାଇ ଚଳୁ କରି ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଡିଜିଟାଲ ପୋଲିସିଂରେ ଓଡ଼ିଶା ପୋଲିସର ନୂଆ ପଦକ୍ଷେପ, ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

ଶେଷରେ ରାଜ୍ୟ ସରକାରଙ୍କ କୃଷି ବିଭାଗରୁ ରେଡଲ୍ୟାଣ୍ଟର୍ସ ଆସିୟାନ୍ କମ୍ପାନୀକୁ ଦୁଇ ବର୍ଷରେ ବିକ୍ରି ହୋଇଥିବା ସମସ୍ତ କୃଷି ଯନ୍ତ୍ରପାତିର ତାଲିକା ଦେବାକୁ କୁହାଯାଇଥିଲା । ଏହି ଚିଠି ପାଇବା ପରେ କମ୍ପାନୀ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ସେ ହରପାଲଙ୍କୁ ୨ଟି କୃଷି ଯନ୍ତ୍ରପାତି ବିକ୍ରି କରିବାକୁ ଦେଇଥିଲେ । କିନ୍ତୁ ତାହା ଏଯାଏ ବିକ୍ରି ହୋଇନାହିଁ । ହେଲେ କିଭଳି ସରକାରଙ୍କ ନିକଟରୁ ଏହି ଚିଠି ଆସିଲା ବୋଲି କମ୍ପାନୀ ମ୍ୟାନେଜର ହବାକ୍ ହୋଇଯାଇଥିଲେ। । ସେ ଖୋଳତାଡ଼ କରିବା ପରେ ହରପାଳଙ୍କ ଏଭଳି ଜାଲିଆତି ଘଟଣା ସି ପଦାକୁ ଆସିଥିଲା । କମ୍ପାନୀ ହରପାଲଙ୍କୁ ଓଡ଼ିଶା ଡିଲରସିପ୍ ବାତିଲ କରିବା ସହ ଇଓଡକ୍ୟୁରେ ଅଭିଯୋଗ କରିବା ପରେ ଇଓଡବ୍ଲ୍ୟୁ ଏହି ମାମଲାରେ ହରପାଲଙ୍କ ଭାଇ କମଳଜିତକୁ ଗିରଫ କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର